କୋଲକାତା: ନୋବେଲ ବିଜେତା ଅର୍ଥନୀତିଜ୍ଞ ଅମର୍ତା ସେନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି କୃତଜ୍ଞତା ଜଣାଇଛନ୍ତି । ପଶ୍ଟିମବଙ୍ଗ ବିଶ୍ବ ଭାରତୀ ଜମି ବିବାଦ ଉପରେ ଆଶ୍ବସନା ଦେଇଥିବାରୁ ବୋଲି କହିଛନ୍ତି । ଯେଉଁଠାରେ ତାଙ୍କ ଘର 'ପ୍ରତୀଚି' ନିର୍ମିତ ହୋଇଛି ସେ ନେଇ ବିବାଦ ଉପରେ ମମତା ଅର୍ଥନୀତିଜ୍ଞଙ୍କୁ ସମର୍ଥନ ଜଣାଇ ଚିଠି ଲେଖିଥିଲେ।
ପଶ୍ଚିମବଙ୍ଗର ଏକମାତ୍ର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ବିଶ୍ବ ଭାରତୀ ବିଶ୍ବବିଦ୍ୟାଳୟ ଗତ ସପ୍ତାହରେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ବିଶ୍ବବିଦ୍ୟାଳୟ ପରିସରରେ ଜମି ବିବାଦକୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲେ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି ଯେ ସେମାନଙ୍କ ଜମି ରଖିଥିବା ବେଆଇନ ଦଖଲକାରୀଙ୍କ ତାଲିକା ପ୍ରସ୍ତୁତ କରିଛି । ଯେଉଁଥିରେ ଅମର୍ତା ସେନ୍ଙ୍କ ନାମ ଅନ୍ତର୍ଭୁକ୍ତ ଯେହେତୁ ତାଙ୍କ ଘର ପ୍ରତୀଚି ପ୍ରାୟ 138 ଡେସିମିଲ୍ ରହିଛି । ବିଶ୍ବବିଦ୍ୟାଳୟ ଅଭିଯୋଗ କରିଛି ଯେ ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରାୟ 13 ଡେସିମଲ୍ ଜମି ଦଖଲ କରିଛନ୍ତି । ଏହା ବ୍ୟତୀତ 125 ଡେସିମିଲ୍ ଅଧିକାରୀଙ୍କ ଦ୍ବାରା ତାଙ୍କ ଘରକୁ ଲିଜ ଦିଆଯାଇଛି ।
ଏହି ଘଟଣାକୁ ନେଇ ମମତା ବାନାର୍ଜି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଚିଠି ଲେଖିଛନ୍ତି, “ବିଶ୍ବ ଭାରତୀରେ କିଛି କୁଚକ୍ରୀ ଗୋଷ୍ଟୀ ଆପଣଙ୍କ ପାରିବାରିକ ସମ୍ପତ୍ତି ଇତ୍ୟାଦି ବିଷୟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ଓ ସମ୍ପୂର୍ଣ୍ଣ ଭିତ୍ତିହୀନ ଅଭିଯୋଗ ଉଠାଇବା ଆରମ୍ଭ କରି ଦେଇଛନ୍ତି। ଏହା ମୋତେ କଷ୍ଟ ଦେଉଛି ବୋଲି କହିଥିଲେ । ଏହି ଘଟଣାରେ ମମତା କେନ୍ଦ୍ରର ବିଜେପି ସରକାରଙ୍କୁ ନାମ ନ ନେଇ ସମାଲୋଚନା କରିଥିଲେ ।
ସେପିଟେ ଏହି ମାମଲାରେ ରାଜ୍ୟ ସଭାପତି ଦିଲୀପ ଘୋଷଙ୍କ ସମେତ ପଶ୍ଚିମବଙ୍ଗର ଅନେକ ବିଜେପି ନେତା ମମତାଙ୍କ ଅମର୍ତ୍ୟ ସେନଙ୍କୁ ଲେଖିଥିବା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରଫେସର ସେନଙ୍କ ସମ୍ପତ୍ତି ସମ୍ପର୍କରେ ବିଶ୍ବ ଭାରତୀଙ୍କ ପଦକ୍ଷେପ ବିରୋଧରେ ରବିବାର ଦିନ କୋଲକାତାର ବୁଦ୍ଧିଜୀବୀ ତଥା କଳାକାରଙ୍କ ଦ୍ବାରା ଏକ ରାଲିର ଆୟୋଜନ କରାଯାଇଥିଲା। ଏହି ରାଲିକୁ ନେଇ ମନ୍ତବ୍ୟ ଦେଇ ଘୋଷ କହିଛନ୍ତି ଯେ ଏହା ଏକ ଅମର୍ତ୍ୟ ରାଲି ଅପେକ୍ଷା ଏକ ମମତା ରାଲି ବୋଲି କହିଛନ୍ତି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ