ETV Bharat / bharat

ଏପ୍ରିଲରୁ ଅମରନାଥ ଯାତ୍ରା ପାଇଁ ଅନଲାଇନ ପଞ୍ଜୀକରଣ

author img

By

Published : Mar 11, 2022, 11:50 AM IST

ଅମରନାଥ ଯାତ୍ରା ପାଇଁ ତୀର୍ଥଯାତ୍ରୀଙ୍କ ଅନଲାଇନ ପଞ୍ଜୀକରଣ ଏପ୍ରିଲରୁ ଆରମ୍ଭ ହେବ | ଅଧିକ ପଢ଼ନ୍ତୁ

amarnath yatra online registration starts from april
ଅମରନାଥ ଯାତ୍ରା ପାଇଁ ଏପ୍ରିଲରୁ ଅନଲାଇନ ପଞ୍ଜୀକରଣ ଆରମ୍ଭ

ଶ୍ରୀନଗର: ଅମରନାଥ ଯାତ୍ରା ପାଇଁ ତୀର୍ଥଯାତ୍ରୀଙ୍କ ଅନଲାଇନ ପଞ୍ଜୀକରଣ ଏପ୍ରିଲରୁ ଆରମ୍ଭ ହେବ । ଗୁରୁବାର ରାତିରେ ଶ୍ରୀ ଅମରନାଥ ଶ୍ରୀମନ୍ଦିର ବୋର୍ଡ (SASB) ଏହି ଘୋଷଣା କରିଛି । ଏପ୍ରିଲରୁ ଅନଲାଇନ ପ୍ରକ୍ରିୟା ମାଧ୍ୟମରେ ଯାତ୍ରୀମାନଙ୍କ ପାଇଁ ପଞ୍ଜୀକରଣ ଆରମ୍ଭ ହେବାର ଘୋଷଣା କରି ଶ୍ରୀମନ୍ଦିର ବୋର୍ଡ କହିଛି ଯେ ଦକ୍ଷିଣ କାଶ୍ମୀରର ହିମାଳୟ ଅଞ୍ଚଳରେ ଶ୍ରଦ୍ଧାଳୁମାନଙ୍କ ତୀର୍ଥଯାତ୍ରୀଙ୍କ ଗତିବିଧି ପାଇଁ Radio frequency identification (RFID) ଆଧାରିତ ଟ୍ରାକିଂ ବ୍ୟବସ୍ଥା କରାଯିବ ।

ଜମ୍ମୁ ବିଭାଗୀୟ କମିଶନର ରାଘବ ଲେଙ୍ଗରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ SASB ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ସିଂ କହିଛନ୍ତି ଯେ, ଅମରନାଥ ଯାତ୍ରା ପାଇଁ ଅନଲାଇନ ମାଧ୍ୟମରେ ପ୍ରତିଦିନ 20,000 ପଞ୍ଜୀକରଣର ସୀମା ନିର୍ଦ୍ଧାରଣ କରାଯାଇଛି । ଏଥିସହ ତୀର୍ଥଯାତ୍ରୀମାନେ ଅଫଲାଇନ ମାଧ୍ୟମରେ ମଧ୍ୟ ପଞ୍ଜୀକରଣ କରିବାର ସୁବିଧା ରହିଛି ।

ତୀର୍ଥଯାତ୍ରା ସମୟରେ ଯାନବାହାନ ଏବଂ ତୀର୍ଥଯାତ୍ରୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ Radio frequency identification (RFID)ର ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଯାଇଛି । ଦେଶରେ କୋରୋନା ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ବର୍ଷ ଅମରନାଥ ଯାତ୍ରା ନେଇ ନିଷ୍ପତ୍ତି ନିଆଯାଇଛି । ତେବେ ଚଳିତ ଥର 40 ଦିନ ଯାତ୍ରା ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.