ETV Bharat / bharat

୫୦ ବର୍ଷ ପରେ ଲିଭିବ ଅମର ଯବାନ ଜ୍ୟୋତି

author img

By

Published : Jan 21, 2022, 6:47 AM IST

୫୦ ବର୍ଷ ପରେ ଲିଭିବ ଇଣ୍ଡିଆ ଗେଟ୍‌ରେ ଥିବା ଅମର ଯବାନ ଜ୍ୟୋତି । ଏଠାରେ ଥିବା ଜାତୀୟ ଯୁଦ୍ଧ ସ୍ମୃତି ସ୍ତମ୍ଭ ସହ ଏହି ଅମର ଯବାନ ଜ୍ୟୋତିକୁ ମିଶାଇ ଦିଆଯିବ । ଅଧିକ ପଢ଼ନ୍ତୁ

amar jawan jyoti  flame to extinguished after 50 years to merge with national war memorial
୫୦ ବର୍ଷ ପରେ ଲିଭିବ ଅମର ଯବାନ ଜ୍ୟୋତି

ନୂଆଦିଲ୍ଲୀ: ୫୦ ବର୍ଷ ପରେ ଲିଭିବ ଇଣ୍ଡିଆ ଗେଟ୍‌ରେ ଥିବା ଅମର ଯବାନ ଜ୍ୟୋତି । ଏଠାରେ ଥିବା ଜାତୀୟ ଯୁଦ୍ଧ ସ୍ମୃତି ସ୍ତମ୍ଭ ସହ ଏହି ଅମର ଯବାନ ଜ୍ୟୋତିକୁ ମିଶାଇ ଦିଆଯିବ । ଏହାକୁ ନେଇ ସେନାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ଶହୀଦ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ତିଆରି ହୋଇଥିଲା ଅମର ଯବାନ ଜ୍ୟୋତି । ଏହି ଯୁଦ୍ଧରେ ଭାରତୀୟ ବୀର ପରାକ୍ରମ ଦେଖାଇ ବିଜୟ ହାସଲ କରିଥିଲେ । ଯାହାଫଳରେ ବାଂଲାଦେଶର ଗଠନ ହୋଇ ପାରିଥିଲା ।

୧୯୭୨ ମସିହା ଜାନୁଆରୀ ୨୬ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଅମର ଯବାନ ଜ୍ୟୋତିକୁ ଉଦଘାଟନ କରିଥିଲେ । ଶୁକ୍ରବାର ଏହି ଅମର ଯବାନ ଜ୍ୟୋତିକୁ ଜାତୀୟ ଯୁଦ୍ଧ ସ୍ମୃତି ସ୍ତମ୍ଭ ସହ ମିଶାଇ ଦିଆଯିବ । ଏଠାରୁ ମାତ୍ର ୪୦୦ ମିଟର ଦୂରରେ ରହିଛି ଜାତୀୟ ଯୁଦ୍ଧ ସ୍ମୃତି ସ୍ତମ୍ଭ । ପୂର୍ବରୁ ଇଣ୍ଡିଆ ଗେଟ୍‌ର ଗୋଟିଏ ପାଖରେ ଅମର ଯବାନ ଜ୍ୟୋତି ରହୁଥିବା ବେଳେ ଆର ପାଖରେ ଜାତୀୟ ଯୁଦ୍ଧ ସ୍ମୃତି ସ୍ତମ୍ଭ ରହୁଥିଲା ।

ଗତ ୨୦୧୯ ଫେବ୍ରୁଆରୀ ୨୫ ତାରିଖରେ ଜାତୀୟ ଯୁଦ୍ଧ ସ୍ମୃତି ସ୍ତମ୍ଭ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ୨୫ ହଜାର ୯୪୨ ଶହୀଦ ଯବାନଙ୍କ ନାମ ଗ୍ରାନାଇଟ ମାର୍ବଲ୍‌ରେ ଖୋଦିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.