ETV Bharat / bharat

JD-S ସହ ମେଣ୍ଟ ସମ୍ଭାବନାକୁ ଏଡାଇ ହେବ ନାହିଁ: BJP ନେତା ରେଣୁକାଚାର୍ଯ୍ୟ - କର୍ଣ୍ଣାଟକ ବିଧାନସଭା ନିର୍ବାଚନ

JD-S ସହ ମେଣ୍ଟ ସମ୍ଭାବନାକୁ ଏଡାଇ ଦେଇହେବ ନାହିଁ କହିଲେ ବିଜେପି ନେତା । 13 ତାରିଖକୁ ଅପେକ୍ଷା । ଝୁଲା ବିଧାନସଭା ନେଇ ଏକଜିଟ ପୋଲର ପୂର୍ବାନୁମାନ ପରେ ଜେଡିଏସ ଉପରେ ଫୋକସ । ଅଧିକ ପଢନ୍ତୁ

JD-S ସହ ମେଣ୍ଟ ସମ୍ଭାବନାକୁ ଏଡାଇ ଦେଇହେବ ନାହିଁ: BJP ନେତା ରୁଣାକାଚାର୍ଯ୍ୟ

author img

By

Published : May 11, 2023, 9:57 PM IST

Updated : May 11, 2023, 10:55 PM IST

ବେଙ୍ଗାଲୁରୁ: ଗତକାଲି ଭୋଟିଂ ସରିବା ପରେ ପ୍ରକାଶ ପାଇଥିବା ବୁଥ ବାହୁଡା ଜନମତ ସର୍ଭେରେ କେଉଁ ଦଳକୁ ଏକକ ସଂଖ୍ୟା ଗରିଷ୍ଠତା ନମିଳିବା ନେଇ ପୂର୍ବାନୁମାନ ପରେ ମେଣ୍ଟ ରାଜନୀତି ଅଙ୍କକଷା ଆରମ୍ଭ ହୋଇଗଲାଣି । ଆକଳନ ଅନୁସାରେ ଉଭୟ ଜାତୀୟ ଦଳ ବିଜେପି ଓ କଂଗ୍ରେସର କେହି ବି ଏକକ ବହୁମତ ପାଉନାହାନ୍ତି । ଏହି ସମୀକରଣ ଯଦି ଫଳାଫଳରେ ପରିଣତ ହେଲା, ତେବେ କର୍ଣ୍ଣାଟକ ପୁଣିଥରେ 2018 ପରି ସ୍ଥିତି ଦେଖିବ ।

ପ୍ରାୟ 20 ରୁ 25 ଆସନ ସହ ଜନତା ଦଳ ସିକ୍ୟୁଲା (JDS) ଗେମ ଚେଞ୍ଜର ଓ କିଙ୍ଗ ମେକର ଉଭୟ ଭୂମିକାରେ ଅବର୍ତ୍ତୀନ ହେବ । ଏହାରି ମଧ୍ୟରେ JDS-BJP ମେଣ୍ଟ ସରକାରର ସମ୍ଭାବ୍ୟ ଚିତ୍ର ଆଡକୁ ଆଭାସ ଦେଇଛନ୍ତି, ବିଜେପି ନେତା ନେତା ରେଣୁକାଚାର୍ଯ୍ୟ । ସିଧାସଳଖ ଆଲୋଚନା ହେବା ଆରମ୍ଭ ହୋଇ ସାରିଥିବା କହିନଥିଲେ ସୁଦ୍ଧା ଆବଶ୍ୟକ ସ୍ଥଳେ ଏପରି ମେଣ୍ଟ ସମ୍ଭାବନାକୁ ଏଡାଇ ଦେବ ନାହିଁ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ହନନାଲି ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ଏମ.ପି ରେଣୁକାଚାର୍ଯ୍ୟ କହିଛନ୍ତି, ‘‘ଏବେ ସୁଦ୍ଧା ସେପରି କିଛି ଆଲୋଚନା କିମ୍ବା ଚୁକ୍ତି ହୋଇନାହିଁ । ଆମେ ଫଳାଫଳକୁ ଅପେକ୍ଷା କରିଛୁ । ଯଦି ରାଜ୍ୟରେ ସେପରି ସ୍ଥିତି ସୃଷ୍ଟି ହୁଏ, ତେବେ ଜେଡିଏସ ସହ ଆଲୋଚନା କିମ୍ବା ମେଣ୍ଟ ଗଠନ ସମ୍ଭାବନାକୁ ମଧ୍ଯ ଏଡାଇ ଦିଆଯାଇପାରିବ ନାହିଁ ।’’

ସେହିପରି ସେ ଗଣମାଧ୍ୟମର ଏକଜିଟ ପୋଲର ପୂର୍ବାକଳନକୁ ସ୍ବୀକାର ନକରିବା ସହ କହିଛନ୍ତି, ‘‘ଆମେ ରାଜ୍ୟବାସୀଙ୍କୁ ଜାଣିଛୁ । ଗଣମାଧ୍ୟମର ବିଭିନ୍ନ ତଥ୍ୟ ପ୍ରକାଶିତ ସତ୍ତ୍ବେ ମଧ୍ୟ ଲୋକେ ବିଜେପିକୁ ଭୋଟ ଦେଇଛନ୍ତି । ଦଳ ରାଜ୍ୟରେ 150 ରୁ ଅଧିକ ଆସନ ଜିତିବ ବୋଲି ଆଶା ରଖିଥିଲା । ହେଲେ ଏବେ ମଧ୍ୟ 125 ରୁ ଅଧିକ ଆସନ ଜିତି ସରକାର ଗଠନ କରିବା ପାଇଁ ଆମେ ଆଶାବାଦୀ ରହିଛୁ । ଆମ କାର୍ଯ୍ୟକର୍ତ୍ତା ପରିଶ୍ରମ କରିଛନ୍ତି । ବିଜେପି ସରକାର ଗଠନ କରିବ । ଯଦି ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟି ଏପ୍ରକାର ସ୍ଥିତି ସୃଷ୍ଟି ହୁଏ, ତେବେ ଦଳ ଜେଡିଏସ ସହ ମଧ୍ୟ ଆଲୋଚନା କରିପାରେ । ଏବେ ସୁଦ୍ଧା ସେପରି କିଛି କଥାବାର୍ତ୍ତା ପ୍ରକ୍ରିୟା ଆରମ୍ଭ ହୋଇନାହିଁ । ଫଳାଫଳ ଉପରେ ନଜର ରଖାଯାଇଛି । କିନ୍ତୁ ଏପ୍ରକାର ଏକ ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ ।’’

ଏହା ମଧ୍ୟ ପଢନ୍ତୁ:-Exit Polls In Karnataka: ଏଥର ଝୁଲା ସରକାର ! କିଙ୍ଗ୍‌ମେକର ହେବ JDS

ଗତକାଲି ଭୋଟିଂ ଶେଷ ହେବା ପରେ ଏକାଧିକ ଜାତୀୟ ଗଣମାଧ୍ୟମ ସଂସ୍ଥା ଏକଜିଟ ପ୍ରକାଶ କରିଥିଲେ । ଏଥିରେ ରାଜ୍ୟରେ ବିଜେପି କିମ୍ବା କଂଗ୍ରେସକୁ ଏକକ ବହୁମତ ମିଳିବନାହିଁ । କଡା ମୁକାବିଲା ମଧ୍ୟରେ ଉଭୟ ଦଳ ବହୁମତ ଠାରୁ ପଛରେ ରହିବେ । ରାଜ୍ୟରେ ଚଳିତଥର ଝୁଲା ସରକାର ଗଠନ ହେବା ନେଇ ପୂର୍ବାକଳନ ପ୍ରକାଶ ପାଇଛି । ଏପରି ସ୍ଥଳରେ ଦେବେଗୌଡାଙ୍କ ଜନତା ଦଳ ସିକ୍ୟୁଲାର (JDS) ସରକାର ଗଠନରେ ନର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରେ । 2018 ରେ ମଧ୍ୟ ଏପରି ସ୍ଥିତି ସୃଷ୍ଟି ହୋଇଥିଲା । କିଙ୍ଗ ମେକର ହେବା ପରିବର୍ତ୍ତେ କିଙ୍ଗ ହେବାକୁ ବେଶି ପସନ୍ଦ କରିଥିଲେ କୁମାରାସ୍ବାମୀ । କଂଗ୍ରେସ ସହ ମେଣ୍ଟ କରି ସେ ସରକାର ଗଠନ କରିବା ସହ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଅବଶ୍ୟ ପରବର୍ତ୍ତୀ ସମୟରେ ଶାସନ କ୍ଷମତା ପୁଣି ବିଜେପିକୁ ଫେରିଥିଲା । ୟାଦ୍ଦିରୋପ୍ପା ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 11, 2023, 10:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.