ETV Bharat / bharat

ପୋଲିସ ଭ୍ୟାନ ତଳୁ ବିସ୍ଫୋରକ ଜବତ, CCTVରେ କଏଦ ଦୁଇ ଦୁର୍ବୃତ୍ତ - ପୋଲିସ ଭ୍ୟାନ ତଳେ ବିସ୍ଫୋରକ

ପୋଲିସ ଅଧିକାରୀଙ୍କ ଗାଡି ତଳୁ ମିଳିଲା ବିସ୍ଫୋରକ । ଗତକାଲି ରାତିରେ ଘର ବାହାରେ ପାର୍କିଂ ହୋଇଥିବା ବେଳେ ଦୁଇ ଅଭିଯୁକ୍ତ ଲାଗାଇଥିଲେ ବୋମା । ସିସିଟିଭି ଫୁଟେଜ ଆଧାରରେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଜାରି ରହିଛି ଉଦ୍ୟମ । ଅଧିକ ପଢନ୍ତୁ

ପୋଲିସ ଭ୍ୟାନ ତଳୁ ମିଳିଲା ବିସ୍ଫୋରକ, CCTVରେ କଏଦ ଦୁଇ ଦୁର୍ବୃତ୍ତ

author img

By

Published : Aug 16, 2022, 7:08 PM IST

ଚଣ୍ଡିଗଡ: ଅମୃତସରର ଜଣେ ପୋଲିସ ଅଧିକାରୀଙ୍କୁ ହତ୍ୟା କରିବା ପାଇଁ କରା ଯାଇଥିଲା ଷଡଯନ୍ତ୍ର । ଅଧିକାରୀଙ୍କ ଘର ବାହାରେ ଥୁଆ ହୋଇଥିବା ଏକ ବୋଲେରୋ ଗାଡିରେ ଖଞ୍ଜା ଯାଇଥିଲା ବିସ୍ଫୋରକ । ହେଲେ ବିସ୍ଫୋରଣ ହେବା ପୂର୍ବରୁ ବିସ୍ଫୋରକକୁ ଠାବ କରାଯାଇଛି । ସିସିଟିଭି ଫୁଟେଜ ଆଧାରରେ ଗତରାତିରେ ଦୁଇ ଅଭିଯୁକ୍ତ ବାଇକରେ ଆସି ଏପରି କାଣ୍ଡ ଭିଆଇ ଫେରାର ହୋଇଯାଇଥିବା ଜଣାପଡିଛି । ଏମାନଙ୍କ ପରିଚୟ ସ୍ପଷ୍ଚ ହୋଇନଥିବା ବେଳେ ଧରିବା ପାଇଁ ପ୍ରୟାସ ମଧ୍ୟ ଜାରି ରଖିଛି ପୋଲିସ ।

ପୋଲିସ ଭ୍ୟାନ ତଳୁ ବିସ୍ଫୋରକ ଜବତ, CCTVରେ କଏଦ ଦୁଇ ଦୁର୍ବୃତ୍ତ

ଅମୃତସରରେ ସବ-ଇନ୍ସିପେକ୍ଟର ଦିଲବାଗ ସିଂଙ୍କ ବାସଭବନ ବାହାରେ ପାର୍କିଂ ହୋଇଥିବା ତାଙ୍କ ବୋଲେରୋର ଟାୟାରରେ ଏପରି ବିସ୍ଫୋରକ ଠାବ କରାଯାଇଛି । ଆଜି ସକାଳେ ଗାଡିଟିକୁ ଧୁଆ ଯାଉଥିବା ବେଳେ ଏଥିରେ କିଛି ସନ୍ଦେହଜନକ ସାମଗ୍ରୀ ଲଗାଯାଇଥିବା ନଜରକୁ ଆସିଥିଲା । ଏହାକୁ ଉଦ୍ଧାର କରାଯିବା ପରେ ଏହା ଏକ ବିସ୍ଫୋରକ ବୋଲି ସ୍ପଷ୍ଟ ହୋଇଛି । ଏନେଇ ସମ୍ପୃକ୍ତ ପୋଲିସ ଅଧିକାରୀ ଦିଲବାଗ ସିଂଙ୍କ ଏତଲା ଆଧାରରେ ମାମଲା ପଞ୍ଜୀକରଣ ହେବା ସହ ତଦନ୍ତ ଆରମ୍ଭ ହୋଇଛି ।

ଗାଡି ପାର୍କିଂ ହୋଇଥିବା ସ୍ଥାନରେ ଲାଗିଥିବା ସିସିଟିଭିର ଫୁଟେଜ ଯାଞ୍ଚ ପରେ, ଗତକାଲି ରାତିରେ ଦୁଇ ଦୁର୍ବୃତ୍ତ ବାଇକରେ ଆସି ଗାଡିରେ ବିସ୍ଫୋରକ ଖଞ୍ଜି ଫେରାର ହୋଇଥିବା ଜଣାପଡିଛି । ଗାଡିଟି ଷ୍ଟାର୍ଟ ହେବା ପରେ ଏହା ବିସ୍ଫୋରଣ ହେବା ନେଇ ସନ୍ଦେହ କରାଯାଉଥିଲା । କୌଣସି ଅଘଟଣ ପୂର୍ବରୁ ବିସ୍ଫୋରକ ଉଦ୍ଧାର କାରଯିବା ସହ ସଫଳତାର ସହ ନିଷ୍କ୍ରିୟ କରାଯାଇଛି । ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.