ETV Bharat / bharat

ମସଜିଦର ASI ସର୍ବେକ୍ଷଣ ଉପରେ ହାଇକୋର୍ଟଙ୍କ ରୋକ - ଜ୍ଞାନବ୍ୟାପୀ ମସଜିଦ

ଜ୍ଞାନବ୍ୟାପୀ ମସଜିଦ ପରିସରରେ ASI ସର୍ବେକ୍ଷେଣ ଉପରେ ହାଇକୋର୍ଟ ଲଗାଇଦେଇଛନ୍ତି ରୋକ । ବାରାଣାସୀ ସିଭିଲ କୋର୍ଟଙ୍କ ୮ ଏପ୍ରିଲ ନିଷ୍ପତ୍ତି ଉପରେ ଏହି ରୋକ ଲଗାଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ଅଧିକ ପଢନ୍ତୁ...

ମସଜିଦର ASI ସର୍ବେକ୍ଷଣ ଉପରେ ହାଇକୋର୍ଟଙ୍କ ରୋକ

author img

By

Published : Sep 9, 2021, 4:52 PM IST

ଲକ୍ଷ୍ନୌ: ଜ୍ଞାନବ୍ୟାପୀ ମସଜିଦ ମାମଲାରେ ବଡ ରାୟ ଶୁଣାଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ଜ୍ଞାନବ୍ୟାପୀ ମସଜିଦ ପରିସରରେ ASI ସର୍ବେକ୍ଷେଣ ଉପରେ ହାଇକୋର୍ଟ ଲଗାଇ ଦେଇଛନ୍ତି ରୋକ । ବାରାଣାସୀ ସିଭିଲ କୋର୍ଟଙ୍କ ୮ ଏପ୍ରିଲ ନିଷ୍ପତ୍ତି ଉପରେ ଏହି ରୋକ ଲଗାଇଛନ୍ତି ଆହ୍ଲାବାଦ ହାଇକୋର୍ଟ ।

ଏହା ପୂର୍ବରୁ ବାରାଣାସୀ ସିଭିଲ କୋର୍ଟ ମସଜିଦ ପରିସରରେ ଯାଞ୍ଚ ପାଇଁ ଏଏସଆଇ ସର୍ବେକ୍ଷଣର ଆଦେଶ ପାରିତ କରିଥିଲେ । ଏହି ଆଦେଶ ବିରୁଦ୍ଧରେ ୟୁପି ସୁନ୍ନି ସେଣ୍ଟ୍ରାଲ ବୋର୍ଡ ମସଜିଦ କମିଟି ପକ୍ଷରୁ ସର୍ବେକ୍ଷଣ ଉପରେ ରୋକ ଲଗାଇବାକୁ ଦାବି କରିଥିଲେ ।

ମସଜିଦର ଜରୁରୀକାଳୀନ କମିଟି ଏବଂ ୟୁପି ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ବାରାଣାସୀ କୋର୍ଟର ନିଷ୍ପତ୍ତିକୁ ବିରୋଧ କରି କହିଥିଲେ ଯେ ଏ ବାବଦରେ ହାଇକୋର୍ଟରେ ଏକ ମାମଲା ରହିଛି । ଏଭଳି ପରିସ୍ଥିତିରେ ବାରାଣାସୀ କୋର୍ଟ ଏପରି ଆଦେଶ ଦେଇ ପାରିବେ ନାହିଁ । ଏହି ପ୍ରସଙ୍ଗରେ ବିତର୍କ ପରେ ହାଇକୋର୍ଟ 31 ଅଗଷ୍ଟରେ ରାୟ ସଂରକ୍ଷିତ ରଖିଥିଲେ ।

ମସଜିଦ ପକ୍ଷ କୋର୍ଟରେ କହିଥିଲେ ଯେ ବାରାଣାସୀ କୋର୍ଟ ସିଭିଲ ଜଜଙ୍କ ପକ୍ଷରୁ ଏପ୍ରିଲ 8ରେ ଦିଆଯାଇଥିବା ଆଦେଶ 1991ର ପୂଜାସ୍ଥଳ ଅଧିନିୟମର ସ୍ପଷ୍ଟ ଉଲ୍ଲଂଘନ କରୁଛି । 1991ର ପୂଜାସ୍ଥଳ ଅଧିନିୟମ ଅନୁଯାୟୀ ମନ୍ଦିର ପକ୍ଷ ଯାଚିକାକୁ ଅନୁଚିତ କହି ବାରାଣାସୀ ସିଭିଲ ଜଜଙ୍କ ୮ ଏପ୍ରିଲରେ ପାରିତ ଆଦେଶ ଉପରେ ରୋକ ଲଗାଇବାକୁ ଦାବି ହୋଇଥିଲା । ଆବେଦନକାରୀଙ୍କ ପକ୍ଷରୁ ଏହା କୁହାଯାଇଛି ଯେ ପୂଜାସ୍ଥଳ ଅଧିନିୟମ 1991 ଅନୁଯାୟୀ, 15 ଅଗଷ୍ଟ 1947 ପୂର୍ବରୁ କୌଣସି ଧାର୍ମିକ ସ୍ଥାନରେ ପରିବର୍ତ୍ତନ କରାଯାଇପାରିବ ନାହିଁ ।

ସେପଟେ ମନ୍ଦିର ପକ୍ଷର କହିବାନୁଯାୟୀ, 1664ରେ ମୋଗଲ ଶାସକ ଔରଙ୍ଗଜେବ ମନ୍ଦିର ଭାଙ୍ଗି ଏହାର ଅବଶିଷ୍ଟାଂଶରେ ଜ୍ଞାନବ୍ୟାପୀ ମସଜିଦ ନିର୍ମାଣ କରିଥିଲେ, ଯାହା ଜାଣିବା ପାଇଁ ମସଜିଦ ପରିସରରେ ସର୍ଭେ କରିବା ଆବଶ୍ୟକ। ମସଜିଦ ପରିସରର ଖନନ ପରେ ନିଶ୍ଚିତ ଭାବରେ ମନ୍ଦିରର ଅବଶିଷ୍ଟାଂଶରେ ମିଳିବ। ଏଥିପାଇଁ ASI ସର୍ଭେ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ମନ୍ଦିର ପକ୍ଷ ଯୁକ୍ତି ବାଢିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.