ETV Bharat / bharat

Omicron Scare: ୟୁପି ନିର୍ବାଚନ ଘୁଞ୍ଚାଇବାକୁ PMଙ୍କୁ ଅପିଲ୍‌ କଲେ ଆହ୍ଲାବାଦ ହାଇକୋର୍ଟ

author img

By

Published : Dec 24, 2021, 9:07 AM IST

ଦେଶରେ ମାଡି ଚାଲିଛି ଓମିକ୍ରନ(omicron) । ଦିନକୁ ଦିନ ସ୍ଥିତି ଉଦବେଗଜନକ ହେଉଥିବାର ଦେଖି ଉତ୍ତରପ୍ରଦେଶ ନିର୍ବାଚନ ଘୁଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ଏବଂ ନିର୍ବାଚନ ଆୟୋଗଙ୍କୁ ନିବେଦନ କଲେ ଆହ୍ଲାବାଦ ହାଇକୋର୍ଟ (Allahabad high court ) । ପଢନ୍ତୁ ପୁରା ଖବର

ମାଡୁଛି ଓମିକ୍ରନ: ୟୁପି ନିର୍ବାଚନ ଘୁଞ୍ଚାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କଲେ ଆହ୍ଲାବାଦ ହାଇକୋର୍ଟ

ଲକ୍ଷ୍ନୌ: ପାଖେଇ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ଲଢେଇ । ନିର୍ବାଚନରେ ବାଜିମାତ୍ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ଦଳ । ଗୋଟିଏ ପଟେ ୟୁପିରେ ନିର୍ବାଚନୀ ଉଷ୍ଣତା ଲାଗି ରହିଥିବାବେଳେ ଅନ୍ୟପଟେ ହୁ ହୁ ହୋଇ ମାଡିଚାଲିଛି ଓମିକ୍ରନ । ଏପରିକି ଭାରତରେ କୋଭିଡ-୧୯ ତୃତୀୟ ଲହର ଆସିବାର ସମ୍ଭାବନା ଘନୀଭୂତ ହୋଇଛି । ଏପରି ସ୍ଥିତିରେ ରାଜ୍ୟରେ ନିର୍ବାଚନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ । ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଘୁଞ୍ଚାଇବାକୁ କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗଙ୍କ ନିବେଦନ କରିଛନ୍ତି ଉଚ୍ଚ ନ୍ୟାୟାଳୟ ।

ହାଇକୋର୍ଟ କହିଛନ୍ତି, ବିଶ୍ବବ୍ୟାପୀ ଓମିକ୍ରନ ମାମଲା ବୃଦ୍ଧି ପାଉଛି । ବିଭିନ୍ନ ୟୁରୋପୀୟ ରାଷ୍ଟ୍ରରେ ସ୍ଥିତି ଉଦବେଗଜନକ ରହିଛି । ବଢୁଥିବା ସଂକ୍ରମଣକୁ ଦେଖି ତୃତୀୟ ଲହର ସମ୍ଭାବନା ମଧ୍ୟ ବଢିଛି । ସ୍ଥିତିରେ ସୁଧାର ପାଇଁ ଚୀନ, ନେଦରଲ୍ୟାଣ୍ଡ ଏବଂ ଜର୍ମାନୀ ଭଳି ବିଭିନ୍ନ ରାଷ୍ଟ୍ର ନିଜ ନିଜ ଦେଶରେ ପୂର୍ଣ୍ଣ ଓ ଆଂଶିକ ଲକଡାଉନ ଘୋଷଣା କରିଛନ୍ତି । ପୂର୍ବରୁ ଦେଶରେ ପଞ୍ଚାୟତ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମଧ୍ୟରେ ବହୁସଂଖ୍ୟକ ଲୋକେ ସଂକ୍ରମିତ ଏବଂ ପ୍ରାଣ ହରାଇବାର ଦୃଷ୍ଟାନ୍ତ ରହିଛି । ଏପରି ସ୍ଥଳେ ୟୁପି ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡିକ ରାଲି ଏବଂ ସଭା ଜରିଆରେ ଏକଜୁଟ ହେଉଛନ୍ତି । ଯାହାଦ୍ବାରା ପୂର୍ବଭଳି ସ୍ଥିତି ଭୟଙ୍କର ହେବାର ସମ୍ଭାବନା ରହିଥିବା ଚେତାଇଛନ୍ତି କୋର୍ଟ ।

ବର୍ତ୍ତମାନ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ଯୋଗୁଁ ସମସ୍ତ ରାଜନୈତିକ ଦଳ ରାଲି, ସଭା ଆଦି ଆୟୋଜିତ କରି ଭିଡ ଜମାଉଛନ୍ତି । ଯେଉଁଠି କୋଭିଡ ପ୍ରୋଟୋକଲ ପାଳନ କରିବା ସମ୍ଭବ ନୁହେଁ । ତେଣୁ ଏହିସବୁ ରାଲି ଏବଂ ସଭା ଉପରେ ରୋକ୍ ଲଗାଇବାକୁ ଏବଂ ଗଣମାଧ୍ୟମ ଜରିଆରେ ପ୍ରଚାର କରିବା ଲାଗି ରାଜନୈତିକ ଦଳଗୁଡିକୁ ଆଦେଶ ଦେବାକୁ ଆହ୍ଲାବାଦ ହାଇକୋର୍ଟ ନିର୍ବାଚନ ଆୟୁକ୍ତ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଅପିଲ୍ କରିଛନ୍ତି । ଯଦି ସମ୍ଭବପର ଫେବୃୟାରୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଆଉ ଗୋଟିଏ କିମ୍ବା ଦୁଇ ମାସ ଘୁଞ୍ଚାଇବାକୁ କହିଛନ୍ତି କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.