ETV Bharat / bharat

Gyanvapi mosque matter: ଶିବଲିଙ୍ଗର ହେବ କାର୍ବନ ଡେଟିଂ, ASIକୁ ଅନୁମତି ଦେଲେ ଆହ୍ଲାବାଦ ହାଇକୋର୍ଟ - ଜ୍ଞାନବ୍ୟାପୀ ମସଜିଦ

ଉତ୍ତରପ୍ରଦେଶ ଜ୍ଞାନବ୍ୟାପୀ ମସଜିଦରେ ମିଳିଥିବା ଶିବଲିଙ୍ଗର ହେବ କାର୍ବନ ଡେଟିଂ । ଆଜି ଆବେଦନର ଶୁଣାଣି କରି ASIକୁ ଅନୁମତି ଦେଲେ ଆହ୍ଲାବାଦ ହାଇକୋର୍ଟ । ଅଧିକ ପଢନ୍ତୁ

Gyanvapi mosque matter
Gyanvapi mosque matter
author img

By

Published : May 12, 2023, 5:55 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବାରଣାସୀର ଜ୍ଞାନବ୍ୟାପୀ ମସଜିଦରେ ମିଳିଥିବା ଶିବଲିଙ୍ଗର ହେବ କାର୍ବନ ଡେଟିଂ । ଆଜି ଶୁଣାଣି ସମୟରେ ଆହ୍ଲାବାଦ ହାଇକୋର୍ଟ ଶିବଲିଙ୍ଗର ସାଇଣ୍ଟିଫିକ ସର୍ଭେ ଲାଗି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ବିଭାଗ (ASI)କୁ ଅନୁମତି ଦେଇଛନ୍ତି କୋର୍ଟ । ହେଲେ ସର୍ଭେ ସମୟରେ ଯେପରି ଶିବଲିଙ୍ଗକୁ କୌଣସି କ୍ଷତି ପହଞ୍ଚିବ ନାହିଁ ତାହା ଉପରେ ଧ୍ୟାନ ଦେବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ଏଏସଆଇ ଏନେଇ ଏକ ରିପୋର୍ଟ ଦାଖଲ କରିବା ପରେ କୋର୍ଟ ଆଜି କାର୍ବନ ଡେଟିଂ ଲାଗି ଅନୁମତି ଦେଇଛନ୍ତି ।

ହିନ୍ଦୁ ପକ୍ଷର ମହିଳାମାନେ ଜ୍ଞାନବ୍ୟାପୀ ମସଜିଦରେ ମିଳିଥିବା ଏହି ଶିବଲିଙ୍ଗର ବୈଜ୍ଞାନିକ ଯାଞ୍ଚ ଓ କାର୍ବନ ଡେଟିଂ ଲାଗି କୋର୍ଟରେ ଆବେଦନ କରିଥିଲେ । ମାତ୍ର ବାରଣାସୀ ଜିଲ୍ଲା କୋର୍ଟ ଏହି ଆବେଦନକୁ ଖାରଜ କରିଥିଲେ । ଶିବଲିଙ୍ଗ ପ୍ରତି ବିପଦ ସୃଷ୍ଟି ହେବା ସମ୍ଭାବନା ଥିବାରୁ ଏହି ଆବେଦନକୁ ଅସ୍ବୀକାର କରିଥିଲେ କୋର୍ଟ । କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଏହାକୁ ଖାରଜ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ୪ ମହିଳା ଆବେଦନକାରୀ ଆହ୍ଲାବାଦ ହାଇକୋର୍ଟରେ ବାରଣାସୀ ଜିଲ୍ଲା କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲେ ।

ଏହା ବି ପଢନ୍ତୁ-Gyanvapi Row: ହିନ୍ଦୁ ପକ୍ଷକୁ ଝଟକା, କାର୍ବନ ଡେଟିଂ ଯାଞ୍ଚ ଆବେଦନ ଖାରଜ

ପୂର୍ବରୁ ଏହି ମାମଲାର ଶୁଣାଣି ସମୟରେ ଆହ୍ଲାବାଦ ହାଇକୋର୍ଟ ଏଏସଆଇକୁ ସର୍ଭେ ଦ୍ବାରା ଶିବଲିଙ୍ଗର କୌଣସି କ୍ଷତି ହେବାର ସମ୍ଭାବନା ଅଛି କି ନାହିଁ ବୋଲି ସ୍ପଷ୍ଟୀକରଣ ଦେବା ଲାଗି ସ୍ପଷ୍ଟୀକରଣ ମାଗିଥିଲେ । ତେବେ ଗତକାଲି ବିଭାଗ ପକ୍ଷରୁ ରିପୋର୍ଟ ଦାଖଲ କରାଯିବା ପରେ ଆଜି କୋର୍ଟ ଏନେଇ ଅନୁମତି ଦେଇଛନ୍ତି । ସୂଚନା ଥାଉ କି ଗତବର୍ଷ ମେ ମାସରେ ଜ୍ଞାନବ୍ୟାପୀ ମସଜିଦରେ ହୋଇଥିବା ଏକ ସର୍ଭେ ସମୟରୁ ମସଜିଦ ପରିସରରୁ ଶିବଲିଙ୍ଗ ମିଳିଥିଲା । ହିନ୍ଦୁ ପକ୍ଷ ଏହାକୁ ଶିବଲିଙ୍ଗ କହିଥିବା ବେଳେ ମୁସଲିମ ପକ୍ଷ ଏହାକୁ ୱାଟର ଫାଉଣ୍ଟେନ୍‌ ବୋଲି କହିଥିଲେ ।

ମିଳିଥିବା ଶିବଲିଙ୍ଗର କାର୍ବନ ଡେଟିଂ ହେଲେ ଏହା କେତେ ପ୍ରାଚୀନ ସେ ସମ୍ପର୍କରେ ତଥ୍ୟ ମିଳିପାରିବ । ଏଥିଲାଗି ହିନ୍ଦୁ ପକ୍ଷ ଏହାର କାର୍ବନ ଡେଟିଂ ଲାଗି ଦାବି କରିଥିଲା । ତେବେ କୌଣସି ସ୍ଥାନରୁ ମିଳିଥିବା ମୂର୍ତ୍ତି ବା ଦେବାଦେବୀଙ୍କ ମୂର୍ତ୍ତି କେତେ ପ୍ରାଚୀନ ତାହା ଜାଣିବା ଲାଗି କାର୍ବନିକ ପଦାର୍ଥ ବ୍ୟବହାର କରାଯାଏ । କାରଣ ପ୍ରତିଟି ଚଟାଣ ତଳେ କିଛି ନା କିଛି କାର୍ବନିକ ଜିନିଷ ରହିଥାଏ, ଯେପରିକି ପତ୍ର ବା କୌଣସି ଜୀବର କିଛି ଅଂଶ ।

ଏଥିରୁ ଜଣାପଡ଼ିଥାଏ କି ଉକ୍ତ ଚଟାଣ କେତେ ପ୍ରାଚୀନ । ତେବେ ଜ୍ଞାନବ୍ୟାପୀ ମସଜିଦରେ ମିଳିଥିବା ଶିବଲିଙ୍ଗକୁ ନେଇ ଏଭଳି କୌଣସି ପଦ୍ଧତିର ବ୍ୟବହାର ହେବନାହିଁ ବୋଲି ପୂର୍ବରୁ ବାରାଣାସୀ କୋର୍ଟ ଅସ୍ବୀକାର କରିଥିଲେ । ମାତ୍ର ଏଏସଆଇ ସର୍ଭେ ନେଇ ରିପୋର୍ଟ ଦାଖଲ କରିବା ପରେ ଆହ୍ଲାବାଦ ହାଇକୋର୍ଟ ସର୍ଭେ ଲାଗି ଅନୁମତି ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.