ETV Bharat / bharat

Tokyoparalympics: ୧୧ ବର୍ଷରେ ଭାଙ୍ଗିଥିଲା ମେରୁଦଣ୍ଡ ହାଡ଼, ଧାର ଆଣିଥିବା ରାଇଫଲରେ ଜିତିଥିଲେ ପ୍ରଥମ ସ୍ବର୍ଣ୍ଣ - ଟୋକିଓ ପାରାଲମ୍ପିକ୍ସ ନ୍ୟୁଜ

ଦୁର୍ଘଟଣାରେ ଭାଙ୍ଗି ଯାଇଥିଲା ମେରୁଦଣ୍ଡ ହାଡ, ଚାଲିବା ତ ଦୂରେ ଥାଉ, ସଳଖି ଠିଆ ମଧ୍ୟ ହୋଇ ପାରୁ ନଥିଲେ । ସାହା କେବଳ ହ୍ୱିଲ ଚେୟାର । ମନରେ ଥିବା ଦୃଢ ନିଷ୍ଠା ଓ ସତ୍‌ସାହାସ ତାଙ୍କୁ ଆଜି Golden Girl ରୂପେ ପରିଚିତ କରାଇଛି । ପାରାଲମ୍ପିକ୍ସରେ ପ୍ରଥମ ମହିଳା ଭାବେ ସ୍ବର୍ଣ୍ଣ ପଦକ ହାସଲ କରି ଭାରତକୁ କଲେ ଗୌରବାନ୍ୱିତ । ସୋସିଆଲ ମିଡିଆରେ ଅବନୀ ଲେଖରାଙ୍କୁ ମିଳୁଛି ଭୁରି ଭୁରି ପ୍ରଶଂସା । କେମିତି ଥିଲା ଟୋକିଓ ପାରାଲମ୍ପିକ୍ସ ପର୍ଯ୍ୟନ୍ତ ତାଙ୍କ ଜୀବନଯାତ୍ରା । ଅକ୍ଷମ ହୋଇ ମଧ୍ୟ କେମିତି ଛୁଇଁ ପାରିଲେ ସଫଳତାର ଶୀର୍ଷ । ପଢନ୍ତୁ ଗୋଲଡେନ ଗାର୍ଲ ଅବନୀ ଲେଖରାଙ୍କ ସଂଘର୍ଷମୟ ଯାତ୍ରା ସମ୍ପର୍କରେ...

Tokyoparalympics: ୧୧ ବର୍ଷରେ ଭାଙ୍ଗିଥିଲା ମେରୁଦଣ୍ଡ ହାଡ଼, ଧାର ଆଣିଥିବା ରାଇଫଲରେ ଜିତିଥିଲେ ପ୍ରଥମ ସ୍ବର୍ଣ୍ଣ

author img

By

Published : Aug 31, 2021, 8:23 PM IST

ଜୟପୁର: ଗୋଲଡେନ ଗାର୍ଲ (GOLDEN GIRL) ନାଁରେ ପୁରା ବିଶ୍ବରେ ପରିଚିତ ହୋଇଥିବା ଅବନୀ ଲେଖରାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । କାହିଁକିନା ତାଙ୍କ ନାଁ ହିଁ ଏକ ସ୍ବତନ୍ତ୍ର ପରିଚୟ । ଟୋକିଓ ପାରାଲମ୍ପିକ୍ସ(୨୦୨୦)ରେ ଅବନୀ ଲେଖରା ମହିଳା ସୁଟିଂରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଟୋକିଓ ପାରାଲମ୍ପିକ୍ସରେ ପ୍ରଥମ ସ୍ବର୍ଣ୍ଣ ପଦକ ଆଣି ହାସଲ କରିଛନ୍ତି ବିପୁଳ ସଫଳତା । ଥମିବାର ନାଁ ନେଉନି ଶୁଭେଚ୍ଛା । ପଦକ ନିଜ ନାଁରେ କରି କେବଳ ରାଜସ୍ଥାନ ନୁହେଁ, ପୁରା ଭାରତକୁ ଗୌରାବନ୍ବିତ କରିଛନ୍ତି । ମହିଳା ୧୦ମିଟର ଏୟାର ରାଇଫଲ SH-୧ କ୍ୟାଟାଗୋରୀରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଅବନୀ । ୨୦ ବର୍ଷୀୟା ଅବନୀ 2019ରେ ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ଟୋକିଓ ମେଡାଲ ଜିତିବାକୁ ଚାହାଁନ୍ତି ।

twitter@AvaniLekhara
twitter@AvaniLekhara

ଅବନୀ ଆଜି ଯେଉଁ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି, ଏଥିରେ ତାଙ୍କ ବାପାଙ୍କର ବହୁତ ବଡ ସହଯୋଗ ଅଛି । ୮ ନଭେମ୍ବର ୨୦୦୧ରେ ରାଜସ୍ଥାନର ଜୟପୁରରେ ଜନ୍ମିତ ଅବନୀଙ୍କ ଜୀବନରେ ୨୦୧୨ରେ ବହୁତ ବଡ ମୋଡ ଆସିଥିଲା । ଅବନୀ ଯେତେବେଳେ ୧୧ ବର୍ଷର ହୋଇଥିଲେ, ସେତେବେଳେ ଏକ କାର ଦୁର୍ଘଟଣାରେ ତାଙ୍କ ମେରୁଦଣ୍ଡ ହାଡରେ ଗମ୍ଭୀର ଆଘାତ ଲାଗିଥିଲା । ଏହାପରେ ଯେମିତି ତାଙ୍କ ଜୀବନରେ କଳା ବାଦଲ ଘୋଟି ଯାଇଥିଲା । ଦୁର୍ଘଟଣା ପରଠାରୁ ସେ ସବୁଦିନ ପାଇଁ ହ୍ବିଲ ଚେୟାରକୁ ଆଦରି ନେଇଥିଲେ । ଏହା ସତ୍ତ୍ବେ ସେ କେବେ ମଧ୍ୟ ଭାଙ୍ଗି ପଡି ନଥିଲେ । ପାଠପଢା ଭିତରେ ସେ କେବେ ହେଲେ ନିଜ ଅକ୍ଷମତାକୁ ପ୍ରକାଶ କରି ନଥିଲେ ।

twitter@AvaniLekhara
twitter@AvaniLekhara

2015ରେ ଆରମ୍ଭ କରିଥିଲେ ସୁଟିଂ:

ଅବନୀ ବହୁତ ଭଲ ପାଠ ପଢୁଥିଲେ । ସ୍କୁଲରେ ଭଲ ନମ୍ବର ରଖୁଥିବାରୁ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ତାଙ୍କୁ ବହୁତ ଭଲପାଉଥିଲେ । କିନ୍ତୁ ତାଙ୍କ ବାପା ଚାହୁଁଥିଲେ ଅବନୀ ପାଠ ସହ ଖେଳ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ତାଙ୍କ ବାପା ହିଁ ତାଙ୍କୁ ପ୍ରଥମେ କହିଥିଲେ ଯେ, ସେ ସୁଟିଂ ଓ ତୀରନ୍ଦାଜୀ ଉଭୟରେ ନିଜର ଚେଷ୍ଟା ଜାରି ରଖନ୍ତୁ । ପରେ ଏଥିରୁ କୌଣସି ଗୋଟିଏ ବାଛି ନେବ । ଅବନୀ ଏକ ସାକ୍ଷାତକାରରେ କହିଥିଲେ ଯେ, '୨୦୧୫ରେ ମୋ ବାପା ସୁଟିଂ ଓ ତୀରନ୍ଦାଜୀ ଉଭୟ ଖେଳିବା ନେଇ ମୋତେ ନେଇ ଯାଇଥିଲେ । ମୁଁ ମଧ୍ୟ ଉଭୟରେ ଚେଷ୍ଟା କରିଥିଲି । ପ୍ରଥମଥର ରାଇଫଲ ଧରିବା ପରେ ମୋତେ ସୁଟିଂରେ ବେଶୀ ଆଗ୍ରହ ହୋଇଥିଲା ' ।

twitter@AvaniLekhara
twitter@AvaniLekhara

ଦେଖିବାକୁ ଗଲେ ସୁଟିଂ ବାଛିବାର ଅନ୍ୟ କାରଣ ହେଉଛନ୍ତି ଅଭିନବ ବିନ୍ଦ୍ରା । ଅବନୀ ଅଭିନବ ବିନ୍ଦ୍ରାଙ୍କ ବାୟୋଗ୍ରାଫି ' A Shot at History' ପଢିଥିଲେ । ଯାହାପରେ ସୁଟିଂ ପ୍ରତି ସେ ବେଶ୍ ଗମ୍ଭୀର ହୋଇଯାଇଥିଲେ । ଅବନୀ ୨୦୧୫ରେ ଜୟପୁରର 'Jagatpura Sports Complex'ରୁ ସୁଟିଂର ଟ୍ରେନିଂ ଆରମ୍ଭ କରିଥିଲେ ।

twitter@AvaniLekhara
twitter@AvaniLekhara

ପାରାଲମ୍ପିକ୍ସରେ ସ୍ବର୍ଣ୍ଣ ଜିତିବା ପରେ ଅଭିନବ ବିନ୍ଦ୍ରା ଅବନୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେ ଟ୍ବିଟ କରି ଲେଖିଥିଲେ ଯେ ଅବନୀଙ୍କ ଦମଦାର ପ୍ରଦର୍ଶନ ପାଇଁ ଭାରତ ସୁଟିଂରେ ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିପାରିଛି । ବହୁତ ଗର୍ବ! ବହୁତ-ବହୁତ ଶୁଭକାମନା!

twitter@AvaniLekhara
twitter@AvaniLekhara

ଧାର ରାଇଫଲ ଆଣି ଦେଇଥିଲା ପ୍ରଥମ ସ୍ବର୍ଣ୍ଣ:

୨୦୧୫ରେ ଅବନୀ ନିଜ ଟ୍ରେନିଂ ଆରମ୍ଭ କରିଥିଲେ । କିଛି ମାସ ପରେ ସେ ରାଜସ୍ଥାନ ଷ୍ଟେଟ ଚାମ୍ପିୟନସିପ୍‌ରେ ଅଂଶଗ୍ରହଣ କରିଥିଲେ । ସେଥିରେ ଗୋଲ୍ଡ ଜିତିଥିଲେ । ଏହି ଚାମ୍ପିୟନସିପ୍ ପାଇଁ ସେ ନିଜ କୋଚ୍‌ଙ୍କ ଠାରୁ ରାଇଫଲ ଧାର କରିକି ଆଣିଥିଲେ । ଏହାର କିଛି ମାସ ପରେ ଅବନୀ ଜାତୀୟ ଚାମ୍ପିୟନସିପ୍‌ରେ ବ୍ରୋଞ୍ଜ ମେଡାଲ୍ ଜିତିଥିଲେ । ୨୦୧୬-୨୦୨୦ ମଧ୍ୟରେ ଅବନୀ ଜାତୀୟ ସୁଟିଂ ଚାମ୍ପିୟନସିପ୍‌ରେ ୫ ଥର ଗୋଲ୍ଡ ମେଡାଲ ଜିତିଥିଲେ । ଚଳିତ ବର୍ଷ ଦୁବାଇରେ ହୋଇଥିବା ପାରା ସୁଟିଂ ବିଶ୍ବକପ୍‌ରେ ଅବନୀ ୬ ସ୍ବର୍ଣ୍ଣ ପଦକ ଓ ୨ଟି ରୌପ୍ୟ ପଦକ ହାସଲ କରିଥିଲେ । ସେ କେବେ ହେଲେ ଭାବି ନଥିଲେ ଯେ, ଏହି ରାଇଫଲ ତାଙ୍କୁ ବିଶ୍ବସ୍ତରରେ ନୂଆ ପରିଚୟ ଆଣି ଦେବ ।

ସୁନାର ରାଣୀ ଅବନୀ:

ଗୋଟିଏ ପରେ ଗୋଟିଏ ସୁନା ପଦକ ହାସଲ କରି ଚାଲିଥିଲେ । ପ୍ରଥମ ସୁଟିଂରେ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି । ୧୫ରୁ ଊର୍ଦ୍ଧ୍ବ ସୁନା ପଦକ ଜିତି ସାରିଲେଣି । ଯେମିତି ସୁନା ପଦକ ହାସଲ କରିବା ତାଙ୍କର ଏକପ୍ରକାର ନିଶା ପାଲଟି ଯାଇଛି । ସେ ନିଜେ ମଧ୍ୟ ମନେ ରଖି ନାହାଁନ୍ତି ଯେ, ସେ କେତେ ଗୋଲ୍ଡ ପଦକ ହାସଲ କରିଛନ୍ତି । ସେ କୌଣସି ଟୁର୍ଣ୍ଣାମେଣ୍ଟକୁ ଛୋଟ ଭାବନ୍ତି ନାହିଁ । ତାଙ୍କ ପାଇଁ ସବୁ ପ୍ରତିଯୋଗୀତା ସମାନ । ଅବନୀ ଅପେକ୍ଷା ତାଙ୍କୁ ସମସ୍ତେ golden girl ଭାବେ ବିବେଚନା କରୁଛନ୍ତି । ସୋସିଆଲ ମିଡିଆରେ ଅବନୀ କମ୍ golden girl ବର୍ତ୍ତମାନ ଟ୍ରେଣ୍ଡିଂରେ ରହିଛି ।

twitter@AvaniLekhara
twitter@AvaniLekhara

ମ୍ୟାଚବେଳେ ହୃଦ୍ ସ୍ପନ୍ଦନ ବଢିଯାଇଥିଲା:

ଅବନୀଙ୍କ ବାପା ପ୍ରବୀଣ ଲେଖରା ରାଜସ୍ଥାନର ଶ୍ରୀଗଙ୍ଗାନଗରର ଚାକିରୀ କରନ୍ତି । ସେ ରେଭିନ୍ୟୁ ବିଭାଗରେ RAS ଅଧିକାରୀ ଅଛନ୍ତି । ଅବନୀଙ୍କ ମାଆ ଟୋକିଓରେ ତାଙ୍କ ସାଥିରେ ଅଛନ୍ତି । ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଅବନୀଙ୍କ ବାପା କୁହନ୍ତି ଯେ, ମାସ ମାସ ଧରି ପରିଶ୍ରମ କରିବାର ଫଳ ମିଳିଛି । ତାଙ୍କୁ ଯେତେବେଳେ ପଚରା ଯାଇଥିଲା କି, ଅବନୀ ଖେଳିବା ସମୟରେ ଜଣେ ବାପା ହିସାବରେ ଆପଣ କେମିତି ଅନୁଭବ କରୁଥିଲେ, ଏହାର ଉତ୍ତରରେ ସେ କହିଥିଲେ ଯେ, ' ମ୍ୟାଚ ବେଳେ ଅଧିକାଂଶ ସମୟରେ ସ୍କୋର ଉପର-ତଳ ହେଉଥିଲା । ଯାହାଦ୍ବାରା ମୋର ହୃଦ୍ ସ୍ପନ୍ଦନ ବଢିଯାଇଥିଲା । ଲୋମ ଟାଙ୍କୁରି ଉଠିଥିଲା ' । ସେ ଆହୁରି କହିଥିଲେ ଯେ, ପାରାଲମ୍ପିକ୍ସରେ ଅବନୀର ଆଉ ୩ଟି ଇଭେଣ୍ଟ ବାକି ଅଛି । ଯେବେ ଅବନୀ ଜୟପୁର ଆସିବ, ତାର ଭବ୍ୟ ସ୍ବାଗତ କରାଯିବ ।

twitter@AvaniLekhara
twitter@AvaniLekhara

ବାପା-ମା ଓ ଭାଇଙ୍କୁ ଦେଇଥିଲେ ସମସ୍ତ ଶ୍ରେୟ:

୧୧ ବର୍ଷର ହୋଇଥିବାବେଳେ ଦୁର୍ଘଟଣାର ଶିକାର ହୋଇ ଦିବ୍ୟାଙ୍ଗ ପାଲଟିଯାଇଥିଲେ ଅବନୀ । ଏହା ପରଠାରୁ ତାଙ୍କ ମନରେ ସାହାସ ଓ ଦୃଢ ବିଶ୍ବାସ ଭରିଥିଲେ ବାପା, ମାଆ ଓ ଭାଇ । କେବେ ତାଙ୍କୁ ଏହା ଅନୁଭବ କରାଇବାକୁ ଦେଇ ନଥିଲେ ଯେ, ଅକ୍ଷମତା ଯୋଗୁଁ ସେ କିଛି କରିପାରିବେନି । ତାଙ୍କ ବାପା ତାଙ୍କୁ ପାଠ ସହ ସୁଟିଂ କରିବାକୁ ମଧ୍ୟ ପ୍ରେରଣା ଦେଇଥିଲେ । ପ୍ରତ୍ୟେକ କ୍ଷେତ୍ରରେ ତାଙ୍କ ବାପା ତାଙ୍କ ସାଥିରେ ଥିଲେ । ଦୁର୍ଘଟଣାର କିଛି ଦିନ ଯାଏଁ ସେ ନିଜର ଅସ୍ତିତ୍ବ ହରାଇ ବସିଥିଲେ । ହ୍ବିଲ୍ ଚେୟାରରେ ବସି ସେ ଜୀବନରେ କେମିତି ଆଗକୁ ବଢିବେ ବୋଲି ମାନସିକ ଅବସାଦରେ ଥିଲେ । ଏହି ଦୁଃଖର ବାତାବରଣ ମଧ୍ୟରୁ ଅବନୀଙ୍କୁ ତାଙ୍କ ବାପା-ମା ହିଁ କାଢି ଆଣିଥିଲେ । ଜଣେ ସକ୍ଷମ ବ୍ୟକ୍ତି ଯାହା କରିପାରେନା, ଦିବ୍ୟାଙ୍ଗ ହୋଇ ତାହା ପ୍ରମାଣ କରି ଦେଖାଇଛନ୍ତି ଅବନୀ । ଯଦି ନିଜ ପରିବାର ସାଥିରେ ଥିବ, ତା ହେଲେ ଜୀବନରେ କୌଣସି ଝଡ଼ଝଞ୍ଜା ଆସିଲେ ବି କିଛି କରିପାରିବନି ।

twitter@AvaniLekhara
twitter@AvaniLekhara

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.