ETV Bharat / bharat

ଆସନ୍ତା 9ରେ ରାଜଧାନୀରେ ବିକ୍ଷୋଭ କରିବ କିଷାନ କଂଗ୍ରେସ - ସଂସଦର ଶୀତ ଅଧିବେଶନ

ଚଳିତ ଅଧିବେଶରେ ଚାଷୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP)କୁ ଆଇନଗତ ସ୍ବୀକୃତି ଦାବି କରି ଆସନ୍ତା 9 ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରିବ ସର୍ବ ଭାରତୀୟ କିଷାନ କଂଗ୍ରେସ । ଅଧିକ ପଢ଼ନ୍ତୁ

all india kisan congress to protest on 9 december in delhi
ଆସନ୍ତା 9ରେ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିବ କିଷାନ କଂଗ୍ରେସ
author img

By

Published : Dec 7, 2022, 7:37 AM IST

ନୂଆଦିଲ୍ଲୀ: ଆଜି ଠାରୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ । ଏହି ଅଧିବେଶନରେ ଚାଷୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP)କୁ ଆଇନଗତ ସ୍ବୀକୃତି ଦେବାସହ ଦୀର୍ଘଦିନ ଧରି ଚାଲୁଥିବା ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଦାବି ହୋଇଛି । ଏହାର ଦାବି କରି ସର୍ବ ଭାରତୀୟ କିଷାନ କଂଗ୍ରେସ (All India Kisan Congress) ଆସନ୍ତା 9 ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରିବ । ଦିଲ୍ଲୀ ସ୍ଥିତ ଜନ୍ତରମନ୍ତରରେ ଦିନିକିଆ ଆନ୍ଦୋଳନ କରିବାକୁ କିଷାନ କଂଗ୍ରେସ ନିଷ୍ପତ୍ତି ନେଇଛି ।

ସର୍ବ ଭାରତୀୟ କିଷାନ କଂଗ୍ରେସର ସଭାପତି ତଥା ବିଧାୟକ ସୁଖପାଲ ସିଂ ଖୈରା ଦୀର୍ଘ ଦିନ ଧରି ରହିଥିବା ଚାଷୀଙ୍କ ସମସ୍ୟାର ଶୀଘ୍ର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି । ସେ କହିଛନ୍ତି, କୃଷି ଆଇନ ପ୍ରତ୍ୟାହାର ସମୟରେ କେନ୍ଦ୍ର ସରକାର ଚାଷୀଙ୍କୁ ଦେଇଥିବା ପ୍ରତିଶୃତି ପୂରଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । କୃଷକମାନେ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (MSP)କୁ ଆଇନଗତ ସ୍ବୀକୃତି ଦେବାକୁ ଦାବି କରିଛନ୍ତି । ସ୍ବାମୀନାଥନ କମିଶନ ରିପୋର୍ଟର ସୁପାରିଶକୁ ଆଧାର କରି C2+50 ପ୍ରତିଶତ ସୂତ୍ର ବ୍ୟବହାର କରି ଏମଏସପି ନିଶ୍ଚିତ କରାଯିବା ଉଚିତ ।

ଏହି ଆଧାରରେ କେନ୍ଦ୍ର ସରକାରଙ୍କ ଦ୍ବାରା ଗଠିତ କମିଟିକୁ ବରଖାସ୍ତ କରି ଚାଷୀ ଏବଂ କୃଷକ ସଂଗଠନର ଉପଯୁକ୍ତ ପ୍ରତିନିଧିତ୍ବ ସହ ଏକ ନୂତନ କମିଟି ଗଠନ କରାଯିବାକୁ କିଷାନ କଂଗ୍ରେସ ଦାବି କରିଛି । କୃଷକ ଋଣ ଉପରେ ଅତି କମରେ 50 ପ୍ରତିଶତ ସୁଧହାର ହ୍ରାସ କରାଯିବାକୁ ସେ କହିଛନ୍ତି । କୃଷକଙ୍କ ଆନ୍ଦୋଳନ ସମୟରେ ଚାଷୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ପ୍ରତ୍ୟାହାର ଦାବିକୁ ସୁଖପାଲ ସିଂ ଖୈରା ପୁଣି ଦୋହରାଇଛନ୍ତି । 9 ଡିସେମ୍ବର 2021ରେ ଆନ୍ଦୋଳନରତ ଚାଷୀଙ୍କ ଦାବି ପୂରଣ ଦିଗରେ କେନ୍ଦ୍ର ସରକାର ସହମତି ପ୍ରକାଶ କରିବା ସହ କିଛି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ଆନ୍ଦୋଳନ ଶେଷ ହେବା ପରେ ସେସବୁ ପ୍ରତିଶ୍ରୁତି ଭୁଲିଗଲେ କେନ୍ଦ୍ର ସରକାର ବୋଲି କିଷାନ କଂଗ୍ରେସ କହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.