ETV Bharat / bharat

କୁମ୍ଭ ଫେରନ୍ତାଙ୍କ ଆରଟିପିସିଆର ବାଧ୍ୟତାମୂଳକ କଲା ଗୁଜୁରାଟ ସରକାର

author img

By

Published : Apr 17, 2021, 8:49 PM IST

କୁମ୍ଭ ମେଳା ଫେରନ୍ତାଙ୍କ ଆରଟିପିସିଆର ବାଧ୍ୟତାମୂଳକ କଲା ଗୁଜୁରାଟ ସରକାର । ଅଧିକ ପଢନ୍ତୁ...

କୁମ୍ଭ ଫେରନ୍ତାଙ୍କ ଆରଟିପିସିଆର ବାଧ୍ୟତାମୂଳକ କଲା ଗୁଜୁରାଟ ସରକାର
କୁମ୍ଭ ଫେରନ୍ତାଙ୍କ ଆରଟିପିସିଆର ବାଧ୍ୟତାମୂଳକ କଲା ଗୁଜୁରାଟ ସରକାର

ଗାନ୍ଧୀନଗର: ଦେଶରେ କୋରୋନା ସଂକ୍ରମଣ ଶୀର୍ଷ ସ୍ତରରେ ପହଞ୍ଚିଥିବାବେଳେ 5 ରାଜ୍ୟରେ ବିଧାନସଭା ନିର୍ବାଚନ ସହ କୁମ୍ଭମେଳା ସଂକ୍ରମଣ ଆଶଙ୍କାକୁ ବଢାଇଛି । ତେବେ ଏହି କ୍ରମରେ କୁମ୍ଭମେଳାକୁ ଯାଇଥିବା ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଜାରି କରିଛି ଗୁଜୁରାଟ ସରକାର । କୁମ୍ଭ ମେଳାରେ ଅଂଶ ଗ୍ରହଣ ପରେ ରାଜ୍ୟକୁ ଫେରିବାକୁ ଥିବା ବ୍ୟକ୍ତି ବିଶେଷଙ୍କୁ ସିଧା ସଳଖ ଗାଁକୁ ପ୍ରବେଶ ଅନୁମତି ମିଳିବ ନାହିଁ । ପ୍ରଥମେ ସେମାନଙ୍କୁୁ କୋଭିଡ ଆରଟିପିସିଆର ଟେଷ୍ଟ କରିବା ବାଧ୍ୟତାମୂଳକ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ।

କୁମ୍ଭରୁ ଫେରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଆରଟିପିସିଆର ଟେଷ୍ଟ କରାଇବା ବାଧ୍ୟତାମୂଳକ କରାଯିବ । ରିପୋର୍ଟ ଆଧାରରେ ସୁସ୍ଥ ଥିବା ବ୍ୟକ୍ତିଙ୍କୁ ଘରକୁ ଫେରିବାକୁ ଅନୁମତି ମିଳିବ । ସେହିପରି ରିପୋର୍ଟ ପଜିଟିଭ ଆସିଲେ ତାଙ୍କୁ 14 ଦିନିଆ ସଂଗରୋଧ କେନ୍ଦ୍ରରେ ରଖାଯିବା ନେଇ ବ୍ୟବସ୍ଥା କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏପରି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟର ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.