ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ସମସ୍ତ 10 ଜଣ ପ୍ରାର୍ଥୀଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ସୋମବାର 8 ଜଣ ବିଜେପି ପ୍ରାର୍ଥୀ, ସମାଜବାଦୀ ପାର୍ଟିରୁ ଜଣେ ଏବଂ ବହୁଜନ ସମାଜ ପାର୍ଟିର ଜଣେ ପ୍ରାର୍ଥୀଙ୍କୁ ଉପର ଗୃହରେ ବିନା ନିର୍ବାଚନରେ ପ୍ରାର୍ଥୀ ଘୋଷଣା କରାଯାଇଛି।
ନିର୍ବାଚିତ ଘୋଷିତ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ, ଅରୁଣ ସିଂ, ହରିଦ୍ବାର ଦୁବେ, ବ୍ରିଜ ଲାଲ, ନୀରଜ ଶେଖର, ଗୀତା ଶାକିଆ, ସୀମା ଦ୍ବିବେଦୀ ଏବଂ ବି.ଏଲ୍ ବର୍ମା ଅଛନ୍ତି। ସମାଜବାଦୀ ପାର୍ଟିର ପ୍ରଫେସର ରାମ ଗୋପାଳ ଯାଦବ ଏବଂ ବିଏସପିର ରାମଜୀ ଗୌତମ ମଧ୍ୟ ଉପର ଗୃହକୁ ନିର୍ବାଚିତ ହୋଇଛନ୍ତି।
ସୋମବାର ସନ୍ଧ୍ୟାରେ ହରଦୀପ ସିଂ ପୁରୀ ଏବଂ ପ୍ରଫେସର ରାମ ଗୋପାଳ ଯାଦବଙ୍କ ବ୍ୟତୀତ ସମସ୍ତ ପ୍ରାର୍ଥୀ ସେମାନଙ୍କ ପ୍ରମାଣପତ୍ର ଗ୍ରହଣ କରିଥିଲେ।