ETV Bharat / bharat

କେରଳ ଟ୍ରେନ ଅଗ୍ନିକାଣ୍ଡ ଘଟଣା: ମହାରାଷ୍ଟ୍ରରୁ ମୁଖ୍ୟ ଅଭିଯୁକ୍ତ ଗିରଫ - କେରଳ ଟ୍ରେନ ଅଗ୍ନିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ

କେରଳ ଟ୍ରେନ ଅଗ୍ନିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ମହାରାଷ୍ଟ୍ରରୁ ଗିରଫ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଟ୍ରେନ ଅଗ୍ନିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

author img

By

Published : Apr 6, 2023, 8:27 AM IST

ଥିରୁଅନନ୍ତପୁର: କେରଳ ଟ୍ରେନ ଅଗ୍ନିକାଣ୍ଡ ଘଟଣା । ମହାରାଷ୍ଟ୍ରରୁ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ । ମହାରାଷ୍ଟ୍ର ଆତଙ୍କବାଦ ନିରୋଧି ସ୍କ୍ବାର୍ଡ ଏବଂ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସର ମିଳିତ ଟିମ୍ ମଙ୍ଗଳବାର ରାତିରେ ଟ୍ରେନ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ମହାରାଷ୍ଟ୍ର ରତ୍ନଗିରିରୁ ଗିରଫ କରିଛନ୍ତି । ଅଭିଯୁକ୍ତର ନାମ ଶାହାରୁଖ ସୈଫ୍ ବୋଲି ଚିହ୍ନଟ ହୋଇଛି । କେରଳ ପୋଲିସ ଦ୍ବାରା ଜାରି ସ୍କେଚ୍ ସାହାଯ୍ୟରେ ତାକୁ ଗିରଫ କରାଯାଇଛି । ଏପ୍ରିଲ ୨ ତାରିଖ ରାତିରେ ସେ ଆଲାପ୍ପୁଝା-କନ୍ନୁର ଏକ୍ସପ୍ରେସ ଟ୍ରେନରେ ନିଜର ସହଯାତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା । ଏହି ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ।

ମୁଖ୍ୟ ଅଭିଯୁକ୍ତ ଗିରଫ ହେବା ପରେ କେରଳ ପୋଲିସ ରତ୍ନଗିରିରେ ପହଞ୍ଚିଛି । ଖୁବଶୀଘ୍ର ଅଭିଯୁକ୍ତକୁ କେରଳ ପୋଲିସକୁ ହସ୍ତାନ୍ତର କରାଯିବ । ସେପଟେ ମଙ୍ଗଳବାର ଜାତୀୟ ତଦନ୍ତ ଏଜେନ୍ସି କନ୍ନୁର ରେଳ ଷ୍ଟେସନଠାରେ ଆଲାପ୍ପୁଝା-କନ୍ନୁର ଏକ୍ସପ୍ରେସ ଟ୍ରେନର ଯାଞ୍ଚ କରି ଫେରନ୍ସିକ ପ୍ରମାଣ ସଂଗ୍ରହ କରିଛି । ଗତ ରବିବାର ରାତି ପ୍ରାୟ ୯ଟା ୭ ମିନିଟ୍ ସମୟରେ ଅଭିଯୁକ୍ତ ଆଲାପ୍ପୁଝା-କନ୍ନୁର ଏକ୍ସପ୍ରେସ ଟ୍ରେନରେ ବର୍ବର କାଣ୍ଡ ଘଟାଇଥିଲା । ଚଳନ୍ତା ଟ୍ରେନରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା ।

ଏହାମଧ୍ୟ ପଢନ୍ତୁ: କେରଳରେ ଚଳନ୍ତା ଟ୍ରେନରେ ନିଆଁ ଲଗାଇଲା ଦୁର୍ବୃତ୍ତ, ଟ୍ରାକରୁ ୩ ମୃତଦେହ ଉଦ୍ଧାର

ଏହି ଘଟଣାରେ ଗୋଟିଏ ପରିବାରର ୩ ଜଣ ପ୍ରାଣ ହରାଇଥିଲେ ଏବଂ ଏକାଧିକ ଆହତ ହୋଇଥିଲେ । ଏଲଥୁରା ଷ୍ଟେସନ ଏବଂ କୋରାପୁଝା ବ୍ରିଜ ମଝିରୁ ସମସ୍ତଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସେପଟେ ନିଆଁ ଲଗାଇବା ପରେ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲା। କେରଳ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ସହାୟତାରେ ତାର ସ୍କେଚ ପ୍ରସ୍ତୁତ କରିଥିଲା । ଶେଷରେ ଗତ ମଙ୍ଗଳବାର ରାତିରେ ମହାରାଷ୍ଟ୍ର ରତ୍ନଗିରିରୁ ତାକୁ ଗିରଫ କରାଯାଇଛି । ଅଭିଯୁକ୍ତ ଶାହାରୁଖ ସଇଫ୍ ବୋଲି ପରିଚୟ ମିଳିଥିବାବେଳେ ତାର ମୁହଁ ଏବଂ ଶରୀରରେ ପୋଡା ଦାଗ ରହିଥିବା ଦେଖିବାକୁ ମିଳିଛି । ଟ୍ରେନ ଯୋଗେ ସେ ରତ୍ନଗିରି ପଳାଇ ଯାଇଥିବା ପୋଲିସ କହିଛି । ଖବର ପାଇ କେରଳ ପୋଲିସ ରତ୍ନଗିରି ଜିଲ୍ଲାରେ ପହଞ୍ଚିଛି । ଅଭିଯୁକ୍ତକୁ ପୋଲିସକୁ ହସ୍ତାନ୍ତର କରାଯିବ ।

ଏହାମଧ୍ୟ ପଢନ୍ତୁ: ଚେନ୍ନାଇରେ ବଡ଼ ଧରଣର ଅଘଟଣ, ମନ୍ଦିର ପୋଖରୀରେ ବୁଡ଼ି ୫ ଜଣଙ୍କ ମୃତ୍ୟୁ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.