ETV Bharat / bharat

Mainpuri Lok Sabha By poll: ଲଢିବେ ଅଖିଳେଶଙ୍କ ପତ୍ନୀ ଡିମ୍ପଲ, ମୁଲାୟମଙ୍କ ଦେହାନ୍ତ ପରେ ଖାଲି ପଡିଥିଲା - ମୈନପୁରୀ ଉପନିର୍ବାଚନ

ଉତ୍ତର ପ୍ରଦେଶ ମୈନପୁରୀ ଲୋକସଭା ଆସନରୁ ଉପନିର୍ବାଚନ ଲଢିବେ ଅଖିଳେଶଙ୍କ ପତ୍ନୀ ଡିମ୍ପଲ ଯାଦବ (Mainpuri Lok Sabha by poll)। ଶଶୁର ତଥା ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ପରେ ଖାଲି ପଡିଛି ଆସନ । ଅଧିକ ପଢନ୍ତୁ

Mainpuri Lok Sabha by-poll: ଲଢିବେ ଅଖିଳେଶଙ୍କ ପତ୍ନୀ ଡିମ୍ପଲ

author img

By

Published : Nov 10, 2022, 8:25 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମୈନପୁରୀ ଲୋକସଭା ଆସନରେ ଉପନିର୍ବାଚନରେ (Mainpuri Lok Sabha by poll) ପ୍ରତିଦ୍ବନ୍ଦ୍ବିତା କରିବେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ (Akhilesh Yadav wife Dimple Yadav to contest)। ଏନେଇ ଦଳ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ମିଳିଛି । ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏହି ସଂସଦୀୟ ଆସନରୁ ସାଂସଦ ଥିଲେ । ଗତମାସରେ ମୁଲାୟମଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡିଥିବା ବେଳେ ଏବେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।

  • समाजवादी पार्टी द्वारा लोकसभा क्षेत्र मैनपुरी उपचुनाव - 2022 हेतु श्रीमती डिंपल यादव पूर्व सांसद को प्रत्याशी घोषित किया गया है। pic.twitter.com/gZIvtETfLT

    — Samajwadi Party (@samajwadiparty) November 10, 2022 " class="align-text-top noRightClick twitterSection" data=" ">

ସାମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟନ ସିଂ ଯାଦବ ଗତମାସ (ଅକ୍ଟୋବର) 10 ତାରିଖରେ ଦେହାନ୍ତ ହୋଇଥିଲା । ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅବସ୍ଥାରେ 82ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ତେବେ ଏହି ସଂସଦୀୟ ଆସନକୁ ସମାଜବାଦୀ ପାର୍ଟିର ଏକ ପାରମ୍ପାରିକ ଗଡ ଭାବେ ମଧ୍ୟ ବିଚାର କରାଯାଏ । ତେବେ ଶଶୁରଙ୍କ ଦେହାନ୍ତ ପରେ ଏହି ପାରମ୍ପାରିକ ଆସନରୁ ବୋହୁ ଡିମ୍ପଲଙ୍କୁ ଦଳ ପକ୍ଷରୁ ଟିକେଟ ପ୍ରଦାନ କରାଯାଇଛି ।

ଏହି ଆସନରେ ଡିସେମ୍ବର 5ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ 8 ତାରିଖରେ ଭୋଟ ଗଣତି ହେବ । ହିମାଚଳ ପ୍ରଦେଶ ଓ ଗୁଜୁରାଟ ନିର୍ବାଚନ ଭୋଟ ଗଣତି ସହ ଏହି ଆସନରେ ମଧ୍ୟ ଭୋଟ ଗ୍ରହଣ ହେବାକୁ ଯାଉଛି । ଏହି ତାରିଖରେ ଦୁଇ ରାଜ୍ୟ, ହିମାଚଳ ପ୍ରଦେଶ ଓ ଗୁଜୁରାଟ ବିଧାନସଭା ନିର୍ବାଚନ ସହ ଦେଶର 5 ବିଧାନସଭା ଆସନରେ ମଧ୍ୟ ଉପନିର୍ବାଚନ ହେବାକୁ ଯାଉଛି । ଏହି ପର୍ଯ୍ୟାୟରେ ଓଡ଼ିଶାର ପଦ୍ମପୁର, ରାଜସ୍ଥାନର ସର୍ଦ୍ଦାର, ବିହାରର କୁରହାନି, ଛତିଶଗଡର ଭାନୁପ୍ରତାପପୁର ଏବଂ ଉତ୍ତର ପ୍ରଦେଶର ରାମପୁର ବିଧାନସଭା ଆସନରେ ମଧ୍ୟ ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.