ETV Bharat / bharat

UP Assembly Polls: ମୈନପୁରୀ କରହଲ ଆସନରୁ ଲଢିବେ ଅଖିଳେଶ !

ଅଖିଳେଶ ଯାଦବ ମୈନପୁରୀ କରହଲ ବିଧାନସଭା ଆସନରୁ ନିର୍ବାଚନ ଲଢିବେ । ଏହାକୁ ନେଇ ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

author img

By

Published : Jan 20, 2022, 6:29 PM IST

ମୈନପୁରୀ କରହଲ ବିଧାନସଭା ଆସନରୁ ଲଢ଼ିବେ ଅଖିଳେଶ ଯାଦବ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ନିର୍ବଚାନ ପାଇଁ ପ୍ରସ୍ତୁତ ସମାଜବାଦି ପାର୍ଟି । ପାର୍ଟି ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମୈନପୁରୀ କରହଲ ବିଧାନସଭା ଆସନରୁ ହୁଁକାର ଭରିବେ । ଏହାକୁ ନେଇ ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିବେ ଅଖିଳେଶ ଯାଦବ । ବର୍ତ୍ତମାନ ସେ ଉତ୍ତର ପ୍ରଦେଶ ଆଜମଗଡ଼ର ଲୋକସଭା ସାଂସଦ ଅଛନ୍ତି । ଗତ ୪ ଥର ସୋବରନ ସିଂହ ଏହି ଆସନରୁ ବିଧାୟକ ହୋଇ ଆସୁଛନ୍ତି । ଏହାକୁ ନେଇ ସେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, "ଆମେ ଏଠାରେ ଅଧ୍ୟକ୍ଷଙ୍କୁ ଲଢ଼ିବାକୁ ନିମନ୍ତ୍ରଣ ଦେଇଛୁ ।"

ଏହାକୁ ନେଇ ସମାଜବାଦି ପାର୍ଟିର ଏମ୍‌ଏଲ୍‌ସି ଉଦୟବୀର ସିଂହ କହିଛନ୍ତି ଯେ, "ପୂର୍ବରୁ ବହୁ ଜିଲ୍ଲାରୁ ପାର୍ଟି ଅଧ୍ୟକ୍ଷଙ୍କୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦିଆଯାଇଥିଲା । ତେବେ ଶେଷରେ ଆଜମଗଡ଼ ଜନତାଙ୍କ ଅନୁମତି ନେଇ ଅଖିଳେଶ ଯାଦବ କରହଲ ଆସନରୁ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ।"

କିଛି ଦିନପୂର୍ବରୁ୍ ନିର୍ବାଚନକୁ ନେଇ ପ୍ରଶ୍ନ ପଚାରିବାରୁ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଲଢ଼ିବାକୁ ଚାହୁଁଛନ୍ତି ବୋଲି କହିଥିଲେ ଅଖିଳେଶ ଯାଦବ । କରହଲ ବିଧାନସଭା ଆସନ ଏକ ଗୁରୁତ୍ବପୂର୍ଣ୍ଣ ଆସନ। ୨୦୧୭ରେ ଏଠାରୁ ସପାର ବିଧାୟକ ବିଜୟ ଲାଭ କରିଥିଲେ ।

୧୯୯୩ରୁ ଆଜି ପର୍ଯ୍ୟନ୍ତ କେବଳ ଥରୁଟିଏ ଏହି ଆସନରୁ ସମାଜବାଦି ପାର୍ଟିକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି । ସମାଜବାଦି ପାର୍ଟିର ବାବୁରାମ ଯାଦବ ୧୯୯୩ ଓ ୧୯୯୬ରେ ନିର୍ବାଚନରେ ବିଜୟ ହାସଲ କରିଥିଲେ । ୨୦୦୨ରେ ସୋବରନ ସିଂହ ବିଜେପି ଟିକେଟରୁ ଏଠାରୁ ବିଜୟ ହାସଲ କଲେ । ଏହାପରେ ସେ ସପାରେ ଯୋଗ ଦେଇ ପୁନଃ ୨୦୦୭ରେ ବିଜୟ ହାସଲ କରିଥିଲେ । ୨୦୧୭ରେ ବିଜେପି ଲହର ସତ୍ତ୍ବେ ଏହି ଆସନରୁ ସମାଜବାଦି ପାର୍ଟି ବିଜୟ ହାସଲ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.