ETV Bharat / bharat

UP Assembly polls: ଅଖିଳେଶ କହିଲେ BJP କୁ ପୋଛି ଦେବେ ୟୁପିବାସୀ

author img

By

Published : Jan 11, 2022, 11:46 AM IST

ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ ୟୁପିରେ ଏକପ୍ରକାର ଦବଦବା ଦେଖିବାକୁ ମିଳେ । କିଛି ଦିନ ପରେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏ ନେଇ ସରଗରମ ରହିଛି ରାଜ୍ୟ (Uttar Pradesh Assembly polls) । ଅଧିକ ପଢନ୍ତୁ

Akhilesh Yadav
Akhilesh Yadav

ଲକ୍ଷ୍ନୌ: ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ ୟୁପିରେ ଏକପ୍ରକାର ଦବଦବା ଦେଖିବାକୁ ମିଳେ । କିଛି ଦିନ ପରେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏ ନେଇ ସରଗରମ ରହିଛି ରାଜ୍ୟ (Uttar Pradesh Assembly polls) । ନିର୍ବାଚନରେ ବାଜି ମାରିବା ପାଇଁ ୩ ମୁଖ୍ୟ ଦଳ କଂଗ୍ରେସ, ବିଜେପି ଏବଂ ସମାଜବାଦୀ ପାର୍ଟି ପକ୍ଷରୁ ଆରମ୍ଭ ହୋଇଛି କସରତ। ଗତ ନିର୍ବାଚନରେ କ୍ଷମତା ହରାଇଥିବା ସମାଜବାଦି ପାର୍ଟି ପୁଣିଥରେ ଶାସନକୁ ଫେରିବା ନେଇ ଦମ୍ଭୋକ୍ତି ରଖିଛି ।

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​ସମାଜବାଦୀ ପାର୍ଟି ୪୦୩ଟି ଆସନରୁ ୪୦୦ ଜିତିବ ବୋଲି କହିଛନ୍ତି ପାର୍ଟି ମୁଖ୍ୟ ଅଖିଳେଶ ଯାଦବ (Akhilesh Yadav ) । ଅଖିଳେଶ ଆହୁରି କହିଛନ୍ତି ସେମାନେ ୪୭ରୁ ୩୧୨ ପର୍ଯ୍ୟନ୍ତ ଯାଇଥିଲେ। ଏବେ ୪୭ରୁ ୪୦୦ରେ ପହଞ୍ଚିବେ । ରାଜ୍ୟରେ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ସେ କହିଛନ୍ତି । ୟୁପିବାସୀ ଏଥର ବିଜେପିକୁ ପୋଛି ଦେବେ ବୋଲି କହିଛନ୍ତି ଅଖିଳେଶ ।

୨୦୧୭ରେ କଂଗ୍ରେସ ସହ ମେଣ୍ଟ ଏକ ଭୁଲ ନିଷ୍ପତ୍ତି ଥିଲା ବୋଲି ସେ କହିଛନ୍ତି । ଗତ ନିର୍ବାଚନରେ ଏକ ବଡ଼ ମିଶନ ଲକ୍ଷ୍ୟରେ ରାହୁଲ ଗାନ୍ଧିଙ୍କ ସହ ବୁଝାମଣା ଉଚିତ ନିର୍ଣ୍ଣୟ ନଥିଲା । ସେ ଆହୁରି କହିଛନ୍ତି ଆମ ବିରୋଧରେ ବେଆଇନ ସମ୍ପତ୍ତି ମାମଲା ନେଇ ପିଆଇଏଲ ଦାଖଲ କରିଥିବା ଲୋକଙ୍କୁ କଂଗ୍ରେସ ଟଙ୍କା ଦେଇଥିଲା । ୟୁପି ରାଜନୀତିରେ ପ୍ରିୟଙ୍କା ଗାନ୍ଧି ଅଧିକ ସକ୍ରିୟ ରୁହନ୍ତୁ ବୋଲି ଅଖିଳେଶ କହିଛନ୍ତି । ବିଜେପିକୁ ପଦାରେ ପକାଇବା ପାଇଁ ତାଙ୍କ ଉପସ୍ଥିତ ଗୁରୁତ୍ବବହନ କରିବ ବୋଲି କହିଛନ୍ତି ଅଖିଳେଶ।

ଯୋଗୀଙ୍କ ପ୍ରତ୍ୟାବର୍ତ୍ତନ ନେଇ ଏକ ପ୍ରଶ୍ନର ଉତ୍ତରରେ ଅଖିଳେଖ କହିଛନ୍ତି ଯଦି ସେ ଜିତିଲେ ତେବେ ସେ ପିଏମ କଣ୍ଡକ୍ଟର ହେବେ । ଡବଲ-ଇଞ୍ଜିନ ମଡେଲର ପାର୍ଟି ମଧ୍ୟରେ ଏକ ସଂଘର୍ଷ ହେବ ବୋଲି ବିଜେପି ଚିନ୍ତା କରିବ । ସମାଜବାଦୀ ପାର୍ଟି ଏବଂ ୟୁପିର ଲୋକମାନେ ରାଧେ ରାଧେ କହିବାକୁ ପ୍ରସ୍ତୁତ ଅଛନ୍ତି । ପ୍ରକାଶ ଥାଉ କି, ଉତ୍ତରପ୍ରଦେଶରେ ସାତୋଟି ପର୍ଯ୍ୟାୟରେ ନିର୍ବାଚନ ହେବ । ମାର୍ଚ୍ଚ ୧୦ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.