ETV Bharat / bharat

ବିଜେପିର ଟୀକା ଉପରେ ମୋର ଭରସା ନାହିଁ: ଅଖିଳେଶ ଯାଦବ

author img

By

Published : Jan 2, 2021, 6:34 PM IST

Updated : Jan 2, 2021, 6:53 PM IST

କୋଭିଡ ଟିକାକରଣ ନେଇ ସାରା ଦେଶରେ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଅଖିଳେଶ ଯାଦବଙ୍କ ବିସ୍ଫୋରକ ମନ୍ତବ୍ୟ । ପଢନ୍ତୁ ଅଧିକ...

ବିଜେପି ସରକାରର ଟିକାକରଣର ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇଲେ ଅଖିଳେଶ

ଲକ୍ଷ୍ନୌ: କୋଭିଡ ଟିକାକରଣ ନେଇ ସାରା ଦେଶରେ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଅଖିଳେଶ କହିଛନ୍ତି ମୁଁ ବିଜେପି ଦ୍ବାରା ପ୍ରଦାନ ହେବାକୁ ଥିବା ଟୀକାକୁ ବିଶ୍ବାସ କରିପାରୁନାହୁଁ । ତେଣୁ ଏହାକୁ ଆମେ ଗ୍ରହଣ କରିପାରିବୁ ନାହିଁ । ଆଗାମୀ କିଛି ଦିନରେ ହେବାକୁ ଥିବା ଟିକାକରଣ ପ୍ରକ୍ରିୟାରେ ସେ ଭାଗ ନେବା ନେଇ ଅନିଚ୍ଛା ପ୍ରକାଶ କରିଛନ୍ତି ।

ସେହିପରି ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଦଳ ଚଳିତବର୍ଷ ବିଧାନସଭା ନିର୍ବାଚନରେ କ୍ଷମତାକୁ ଆସିଲେ ରାଜ୍ୟର ସମସ୍ତଙ୍କୁ ମାଗଣା ଟୀକା ପ୍ରଦାନ କରାଯିବା ନେଇ ମଧ୍ୟ ଘୋଷଣା କରିଛନ୍ତି । ଚଳିତବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 2, 2021, 6:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.