ETV Bharat / bharat

Up Polls: ଅଖିଳେଶଙ୍କ ଦୃଢୋକ୍ତି, ୟୁପିରେ ୪୦୦ ଆସନ ଜିତିବ ସପା-ଆରଏଲଡି ମେଣ୍ଟ

ବିଧାନସଭା ନିର୍ବାଚନରେ ବିଜୟକୁ ନେଇ ଅଖିଳେଶଙ୍କ ଦୃଢୋକ୍ତି । ୟୁପି ନିର୍ବାଚନରେ ସପା-ଆରଏଲଡି ମେଣ୍ଟ ୪୦୦ ଆସନ ଜିତିବ କହିଲେ ସପା ମୁଖ୍ୟ । ଅଧିକ ପଢନ୍ତୁ

Up Polls: ଅଖିଳେଶଙ୍କ ଦୃଢୋକ୍ତି, ୟୁପି ନିର୍ବାଚନରେ ୪୦୦ ଆସନ ଜିତିବ ସପା-ଆରଏଲଡି ମେଣ୍ଟ

author img

By

Published : Feb 6, 2022, 12:57 PM IST

ଲକ୍ଷ୍ନୌ: ଆଉ ୪ ଦିନ ପରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ୭ଟି ପର୍ଯ୍ୟାୟରେ ନେତା ବାଛିବେ ମତାଦାତା । ଏନେଇ ଡୋର୍ ଟୁ ଡୋର୍ କ୍ୟାମ୍ପେନ ସାଙ୍ଗକୁ ଡିଜିଟାଲରେ ଜମୁଛି ପ୍ରଚାର ପ୍ରସାର । ଆସନ୍ତା ନିର୍ବାଚନରେ ବିଶେଷକରି ସମାଜବାଦୀ ପାର୍ଟି ଏବଂ ବିଜେପି ମଧ୍ୟ କଡା ଟକ୍କର ହେବାକୁ ଯାଉଛି । ଜଣେ ପୁଣି ସତ୍ତାକୁ ଫେରିବାକୁ କଳବଳ ଲଗାଉଥିବେଳେ ଶାସକ ଦଳ ସତ୍ତାରେ ରହିବାକୁ ପୁରା ଦମ୍ ଲଗାଇଛନ୍ତି ।

ଏଥର ନିର୍ବାଚନରେ ରାଷ୍ଟ୍ରୀୟ ଲୋକ ଦଳ(RLD) ଓ ସମାଜବାଦୀ ପାର୍ଟି(SP) ମଧ୍ୟରେ ମେଣ୍ଟ ହୋଇଛି । ଏହି SP-RLD ମେଣ୍ଟ ନିର୍ବାଚନରେ ୪୦୦ ଆସନ ଜିତିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ସପା ମୁଖ୍ୟ ଅଖିଳେଶ ଯାଦବ । ଉତ୍ତରପ୍ରେଦଶରେ ବିଜେପି ଓ ଯୋଗୀଙ୍କ ବିରୁଦ୍ଧରେ ଲୋକଙ୍କ ଆକ୍ରୋଶ ବୃଦ୍ଧି ପାଉଛି । ଏହାର ପ୍ରତିଫଳନ ଆଗାମୀ ନିର୍ବାଚନରେ ଦେଖିବାକୁ ମିଳିବ । ବିଜେପି ହାତକୁ ଗୋଟିଏ ବି ଆସନ ଯିବ ନାହିଁ । ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଲୋକ ଦଳ ୪୦୦ ଆସନ ଜିତିବ । ବାକି ୩ ଆସନ ବିରୋଧି ହାତକୁ ଯିବ ବୋଲି କହିଛନ୍ତି ଅଖିଳେଶ ।

ପୂର୍ବରୁ ବିଜେପି ମଧ୍ୟ ବିପୁଳ ସଂଖ୍ୟକ ଜନସମର୍ଥନ ପାଇବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବରେ ବିଜେପି ୟୁପିରେ ପୁଣି ବିଜୟୀ ହେବ ଏବଂ ୩୦୦ରୁ ଅଧିକ ଆସନ ଜିତିବ ବୋଲି କହିଥିଲେ ଅମିତ ଶାହା । ତେବେ କିଏ ଜିତିବ ଏବଂ କାହାକୁ ମିଳିବ ଜନତାଙ୍କ ଭୋଟ୍ ତାହା ସମୟ କହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.