ETV Bharat / bharat

ପରିବାର ସହ ସାକ୍ଷାତ ପାଇଁ ଦେଢବର୍ଷ ପରେ ବିଧାୟକଙ୍କୁ ମିଳିଲା ଅନୁମତି - NIA court

ଦେଢ ବର୍ଷ ପରେ ଏନଆଇଏ କୋର୍ଟ ଆସାମ ଶିବସାଗର ବିଧାୟକ ଅଖିଲ ଗୋଗୋଇଙ୍କୁ ପରିବାର ଲୋକଙ୍କ ସହ ସାକ୍ଷାତ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

ଅଖିଲ ଗୋଗୋଇଙ୍କୁ ସମ୍ପର୍କୀୟଙ୍କ ସାକ୍ଷାତ ପାଇଁ ଅନୁମତି

author img

By

Published : Jun 26, 2021, 3:50 PM IST

ଦିଶପୁର: ଦେଢ ବର୍ଷ ପରେ ଏନଆଇଏ କୋର୍ଟ ଆସାମ ଶିବସାଗର ବିଧାୟକ ଅଖିଲ ଗୋଗୋଇଙ୍କୁ ଅସୁସ୍ଥ ମାଆ, ପତ୍ନୀ ଏବଂ ପୁଅଙ୍କୁ ଭେଟିବା ପାଇଁ ଅନୁମତି ଦେଇଛି । ସାକ୍ଷାତ ପାଇଁ କୋର୍ଟ 48 ଘଣ୍ଟା ସମୟ ସୀମା ଦେଇଛି । ଡିସେମ୍ବର 2019 ଠାରୁ ଜେଲରେ ରହିଥିବା ଗୋଗୋଇଙ୍କୁ କୌଣସି ବ୍ୟକ୍ତି ସାକ୍ଷାତ କରିନଥିଲେ ।

କିଛିଦିନ ପୂର୍ବେ ଗୋଗୋଇଙ୍କ ସହ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସାକ୍ଷାତ ପାଇଁ ଅନୁମତି ମାଗି କୋର୍ଟରେ ଆବେଦନ କରାଯାଇଥିଲା । ମାତ୍ର କୋର୍ଟ ତାଙ୍କ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ନୁହେଁ ତାଙ୍କ ପରିବାରକୁ ଭେଟିବାକୁ ଅନୁମତି ଦେଇଛନ୍ତି । 48 ଘଣ୍ଟା ପାଇଁ ପାରୋଲ ମଞ୍ଜୁର ହେବାର କିଛି ସମୟ ପରେ ଆସାମ ପୋଲିସର ଏକ ଟିମ୍ ଗୋଗୋଇଙ୍କୁ ଗୌହାଟୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଜିଏମଏଚସି) ରୁ ଗୌହାଟୀର ଚାନ୍ଦମାରି ଅଞ୍ଚଳରେ ଥିବା ତାଙ୍କ ଘରକୁ ନେଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଗୋଗୋଇ ତାଙ୍କ ପତ୍ନୀ, ପୁଅ ଏବଂ ଅନ୍ୟ କିଛି ସମ୍ପର୍କୀୟଙ୍କୁ ଭେଟିଛନ୍ତି ।

ଗୋଗୋଇ ଶୁକ୍ରବାର ପତ୍ନୀ ଏବଂ ପୁଅଙ୍କୁ ଭେଟିବା ପରେ ଶନିବାର ଅସୁସ୍ଥ ମାଆଙ୍କୁ ସାକ୍ଷାତ କରିଛନ୍ତି । 48 ଘଣ୍ଟାର ସମୟ ସରିବା ପରେ ପୁଣି ଜେଲକୁ ଫେରାଇ ଅଣାଯିବ । ସୂଚନା ଅନୁଯାୟୀ ଡିସେମ୍ବର 2019 ରେ CAA ବିରୋଧରେ ହୋଇଥିବା ହିଂସାତ୍ମକ ବିରୋଧରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗୋଗୋଇଙ୍କୁ ଆସାମ ପୋଲିସ ଗିରଫ କରିଥିଲା । ପରେ ଏହି ମାମଲା ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା(ଏନଆଇଏ) କୁ ହସ୍ତାନ୍ତର କରାଯାଇଥିଲା । ଯଦିଓ ଅଖିଲ ଗୋଗୋଇଙ୍କୁ ଏନ୍ଆଇଏ ମାମଲା ମଧ୍ୟରୁ ଗୋଟିଏରୁ ଡିସଚାର୍ଜ କରାଯାଇଥିଲା, ତଥାପି ଏନ୍ଆଇଏ ଅଧୀନରେ ଆଉ ଏକ ମାମଲାର ଶୁଣାଣି ଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.