ETV Bharat / bharat

ଯୁବଗୋଷ୍ଠୀ ବୁଢା ହେବା ପୂର୍ବରୁ ଅଖଣ୍ଡ ଭାରତ ବାସ୍ତବତାର ରୂପ ନେବ: ମୋହନ ଭାଗବତ - ଅଖଣ୍ଡ ଭାରତ ନେଇ ମୋହନ ଭାଗବତଙ୍କ ପ୍ରତିକ୍ରିୟା

ଖୁବଶୀଘ୍ର ଅଖଣ୍ଡ ଭାରତ ବାସ୍ତବତାର ରୂପ ନେବ । ଇଣ୍ଡିଆ ବନାମ ଭାରତ ବିବାଦ ମଧ୍ୟରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପ୍ରମୁଖ ମୋହନ ଭାଗବତ ଏହା କହିଛନ୍ତି । ଅଧିକ ପଢନ୍ତୁ

ମୋହନ ଭାଗବତ
akhand bharat will be reality says mohan bhagwat
author img

By ETV Bharat Odisha Team

Published : Sep 7, 2023, 1:55 PM IST

ମୁମ୍ବାଇ: ଖୁବଶୀଘ୍ର ଅଖଣ୍ଡ ଭାରତ ବାସ୍ତବତାର ରୂପ ନେବ । ପରିସ୍ଥିତି ବଦଳୁଛି । ଯୁବଗୋଷ୍ଠୀ ବୁଢା ହେବା ପୂର୍ବରୁ ଅଖଣ୍ଡ ଭାରତ ବାସ୍ତବତାର ରୂପ ନେବ । ଆଗାମୀ ଦିନରେ ଅଖଣ୍ଡ ଭାରତ ସ୍ବପ୍ନ ସାକାର ହେବ । ଇଣ୍ଡିଆ ବନାମ ଭାରତ ବିବାଦ ମଧ୍ୟରେ ଅଖଣ୍ଡ ଭାରତ କେବେ ବୋଲି ପ୍ରଶ୍ନର ଉତ୍ତର ଦେଇ କିଛି ଏମତି କହିଛନ୍ତି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପ୍ରମୁଖ ମୋହନ ଭାଗବତ ।

  • #WATCH | Nagpur, Maharashtra: On 'Akhand Bharat', RSS chief Mohan Bhagwat says, "...Those who separated from Bharat feel they have made a mistake...Bharat hona yani Bharat ke swabhav ko svikar karna..." pic.twitter.com/zc7kj1KU4Q

    — ANI (@ANI) September 6, 2023 " class="align-text-top noRightClick twitterSection" data=" ">

ନାଗପୁରରେ ଏକା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପ୍ରମୁଖ ମୋହନ ଭାଗବତ । ତାଙ୍କ ଜଣେ ଛାତ୍ର ଅଖଣ୍ଡ ଭାରତ କେବେ ବୋଲି ପ୍ରଶ୍ନ ପଚାରିଥିଲେ । ଭାରତ ଦେଶକୁ ଅଖଣ୍ଡ ଭାରତ ରୂପର କେବେ ଦେଖିବାକୁ ମିଳିବ ଏହି ପ୍ରଶ୍ନର ଉତ୍ତର ଦେଇ ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି, ''କେବେ ହେବ ତାହା ମୁଁ କହି ପାରିବି ନାହିଁ ଗ୍ରହ ନକ୍ଷେତ୍ର ଦେଖିବାକୁ ପଡିବ । ମାତ୍ର ଏହା କହିବି ତୁମେ ମାନେ ଚାହଁବ ତେବେ ତୁମେ ବୁଢା ହେବା ପୂର୍ବରୁ ଏହା ବାସ୍ତବତାର ରୂପ ନେବ । ପରିସ୍ଥିତି ଅନୁକୂଳ ଆଡକୁ ଗତି କରୁଛି ।''

ଏହା ବି ପଢନ୍ତୁ...ଭାରତରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ହିନ୍ଦୁ: ମୋହନ ଭାଗବତ

ଏହା ବି ପଢନ୍ତୁ...ଶ୍ରମକୁ ସମ୍ମାନ ଅଭାବରୁ ବେରୋଜଗାରୀ ବଢୁଛି: ମୋହନ ଭାଗବତ

ସେ ଆହୁରି କହିଛନ୍ତି, ଯିଏ ଭାରତଠୁ ଅଲଗା ହୋଇଛନ୍ତି ତାଙ୍କୁ ଲାଗୁଛି ଭୁଲ ହୋଇଗଲା । ଆମକୁ ପୁଣି ଭାରତ ହେବା ଦରକାର । ଭାରତ ହେବା ମାନେ ଭାରତର ସ୍ବଭାବକୁ ସ୍ବୀକାର କରିବା । ଭାରତର ସ୍ବଭାବ ଗ୍ରହଣ କରାଯାଇନଥିଲା ତେଣୁ ଭାରତର ବିଖଣ୍ଡନ ହୋଇଥିଲା । ସେହି ସ୍ବଭାବ ଆସିଲେ କିଛି ବଦଳାଇବାକୁ ପଡିବ ନାହିଁ ସାରା ଭାରତ ଏକ ହୋଇଯିବ । ଅଲଗା ହୋଇଥିବା ଦେଶ ଗୁଡିକ ଏବେ ତାଙ୍କ ଭୁଲ ବୁଝିଲେଣି । ଖାଲି ମାନଚିତ୍ରରୁ ଗାର ଲିଭାଇ ଦେବେ ହେବ ନାହିଁ ଭାରତର ହେବାରୁ ହେଲେ ସ୍ବଭାବକୁ ସ୍ବୀକାର କରିବାକୁ ପଡିବ ।

ତେଣୁ ନିଜ ଜୀବନ ସହିତ ସବୁ ପଡୋଶୀ ଦେଶକୁ ଶିଖାଇବାକୁ ହେବ ଏହି କାମ କରିବାକୁ ପଡିବ । ଆମେ ମାଳଦ୍ବୀପକୁ ପାଣି ଦେଉଛି ଶ୍ରୀଲଙ୍କାକୁ ମୁଦ୍ରା ଦେଉଛି ନେପାଳକୁ ବାଂଲାଦେଶକୁ ସାହାଯ୍ୟ କରୁଛୁ । ସମସ୍ତଙ୍କ ସହାୟତାର ହାତ ବଢାଉଛୁ । ଆଜି ଆମେ ଦୁନିଆରେ ଅଲଗା ଅଲଗା ନାମର ଜଣାଶୁଣା ମାତ୍ର ବାସ୍ତବରେ ଆମେ ଏକ ହିଁ ମୁଖ୍ୟ ଭାରତୀୟ ଭୂମିର ଅଙ୍ଗ । ଏହି ଅଙ୍ଗାଅଙ୍ଗୀ ଭାବ ଉତ୍ପନ୍ନ ହେବେ ଭାରତ ମୋର ମାତା ମୁଁ ତାର ଭକ୍ତ ।''

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.