ETV Bharat / bharat

ପଞ୍ଜାବରେ ଅକାଳୀ ଦଳ ନେତାଙ୍କୁ ଗୁଳି କରି ହତ୍ୟା - ପଞ୍ଜାବ ହତ୍ୟାକାଣ୍ଡ

ପଞ୍ଜାବରେ ଅକାଳୀ ଦଳ ନେତା ଗୁଳି କରି ହତ୍ୟା । ଗ୍ରୋସରୀ ଦୋକାନ ବାହାରେ ବସିଥିବା ବେଳେ ବାଇକରେ ଆସି ଗୁଳିମାଡ କଲେ ଅଜଣା ଦୁର୍ବୃତ୍ତ । ଅଧିକ ପଢନ୍ତୁ

ପଞ୍ଜାବରେ ଅକାଳୀ ଦଳ ନେତା ଗୁଳି କରି ହତ୍ୟା
ପଞ୍ଜାବରେ ଅକାଳୀ ଦଳ ନେତା ଗୁଳି କରି ହତ୍ୟା
author img

By ETV Bharat Odisha Team

Published : Sep 29, 2023, 8:03 AM IST

ଚଣ୍ଡିଗଡ଼: ପଞ୍ଜାବରେ ଶିରୋମଣି ଅକାଳୀ ଦଳ ନେତାଙ୍କୁ ହତ୍ୟା । ଗୁରୁବାର ସନ୍ଧ୍ୟାରେ ହୋଶିଆରପୁର ଠାରେ ଅକାଳୀ ଦଳ ନେତା ସୁରଜିତ ସିଂହ ଅଙ୍ଖୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଆଖଣି ପୂର୍ବତନ ସରପଞ୍ଚ ଥିଲେ । ସନ୍ଧ୍ୟାବେଳେ ସେ ପାଖରେ ଥିବା ଏକ ଗ୍ରୋସରୀ ଦୋକାନ ବାହାରେ ବସିଥିବା ବେଳେ ଦୁଇ ଅଜ୍ଞାତ ଦୁର୍ବୃତ୍ତ ଆସି ତାଙ୍କୁ ଗୁଳି କରିଛନ୍ତି । ଏନେଇ ଉପ ଆରକ୍ଷୀ ଅଧିକ୍ଷକ ତାଲୱିନ୍ଦର ସିଂହ ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ସନ୍ଧ୍ୟା ପାଖାପାଖି ୭ଟା ସମୟରେ ଏହି ଗୁଳିକାଣ୍ଡ ଘଟିଛି । ସନ୍ଧ୍ୟାରେ ସୁରଜିତ ସିଂହ ଅଙ୍ଖୀ ସ୍ଥାନୀୟ ଅଞ୍ଚଳର ଏକ ଗ୍ରୋସରୀ ଦୋକାନ ବାହାରେ ବସିଥିଲେ । ଏତିକି ବେଳେ ଦୁଇ ଜଣ ଅଜଣା ଦୁର୍ବୃତ୍ତ ବାଇକରେ ସେଠାକୁ ଆସି ଅତର୍କିତ ଗୁଳିମାଡ଼ କରିଥିଲେ । ଦୁର୍ବୃତ୍ତମାନେ ତାଙ୍କ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇଥିଲେ ଏବଂ ଫେରାର୍ ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ଅଙ୍ଖୀଙ୍କୁ ଉଦ୍ଧାର କରି ସଙ୍ଗେସଙ୍ଗେ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହାମଧ୍ୟ ପଢନ୍ତୁ: ଗୁଳିମାଡ଼ରେ ଯୁବକ ମୃତ, ସମିତି ସଭ୍ୟ ହତ୍ୟା ମାମଲାର ଥିଲା ମୁଖ୍ୟ ଅଭିଯୁକ୍ତ

ମୃତ ଅକାଳୀ ଦଳ ନେତା ସୁରଜିତ ମେଗୋୱାଲ ଗାଜିଆନ ଗ୍ରାମର ପୂର୍ବତନ ସରପଞ୍ଚ ଥିଲେ । ବର୍ତ୍ତମାନ ତାଙ୍କର ପତ୍ନୀ ସରପଞ୍ଚ ଅଛନ୍ତି । ଅଙ୍ଖୀ ଶିରୋମଣି ଅକାଳୀ ଦଳ ଅମୃତସର ଟିକେଟରୁ ଥରେ ବିଧାନସଭା ନିର୍ବାଚନରେ ମଧ୍ୟ ପ୍ରତିଦ୍ବନ୍ଦିତ କରିଥିଲେ । ହେଲେ ହାରି ଯାଇଥିଲେ । ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତାହାର କାରଣ ଏ ଯାଏଁ ସ୍ପଷ୍ଟ ହୋଇପାରିନି । ପୋଲିସ ଗୁଳିମାଡ କରିଥିବା ଦୁଇ ଅଜ୍ଞାତ ଦୁର୍ବୃତ୍ତଙ୍କୁ ଧରିବାକୁ ଖୋଜାଖୋଜି ଚଳାଇଛି । ବର୍ତ୍ତମାନ ସୁଦ୍ଧା ଏହି ହତ୍ୟା ପାଇଁ କେହି ବି ନିଜକୁ ଦାୟୀ କରିନାହାନ୍ତି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।

ଏହାମଧ୍ୟ ପଢନ୍ତୁ: ପଞ୍ଜାବରେ ସରପଞ୍ଚ ପାଇଁ ଆଶାୟୀଙ୍କ ମେଳି: 30 ଲକ୍ଷ ଟଙ୍କାର ପ୍ରଲୋଭନ ଦେଖାଇଲେ ଯୁବକ, ଭିଡିଓ ଭାଇରାଲ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କିଛି ମାସ ପୂର୍ବରୁ ପଞ୍ଜାବରେ ଜଣେ କଂଗ୍ରେସ ନେତାଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିଲା । ମୃତକ ଥିଲେ ତାରନ ତାରନ ସ୍ଥାନୀୟ ବଜାର କମିଟିର ପୂର୍ବତନ ମୁଖ୍ୟ ତଥା କଂଗ୍ରେସ ନେତା ମେଜର ସିଂ ଧଲିୱାଲ । ତାଙ୍କୁ ଷ୍ଟେଟ ବ୍ୟାଙ୍କ ସାମ୍ନାରେ ଜଣେ ମହିଳା ଗୁଳିମାଡ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.