ETV Bharat / bharat

NDA ହାତ ଛାଡିବା ପରେ ମାୟାବତୀଙ୍କ ସହ ଅକାଳୀ ଦଳର ହେବ ମେଣ୍ଟ - ଅକାଳୀ ଦଳ

ମାୟାବତୀଙ୍କ ନେତୃତ୍ବାଧୀନ ବହୁଜନ ସମାଜ ପାର୍ଟି ସହିତ ମିଶି ରାଜନୈତିକ ମୈଦାନକୁ ଓହ୍ଲାଇବାକୁଯାଉଛି ଶିରୋମାନି ଅକାଳୀ ଦଳ । ଶନିବାର ଚଣ୍ଡିଗଡ଼ରେ ଅକାଳୀ ଦଳ ଏବଂ ବିଏସପିର ଏହି ମେଣ୍ଟ ଗଠନ ନେଇ ଘୋଷଣା କରାଯିବ । ଅଧିକ ପଢନ୍ତୁ...

NDA ହାତ ଛାଡିବା ପରେ ମାୟାବତୀଙ୍କ ସହ ଅକାଳୀ ଦଳର ହେବ ମେଣ୍ଟ

author img

By

Published : Jun 11, 2021, 10:36 PM IST

ଚଣ୍ଡିଗଡ: ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମାୟାବତୀଙ୍କ ନେତୃତ୍ବାଧୀନ ବହୁଜନ ସମାଜ ପାର୍ଟି ସହିତ ମିଶି ରାଜନୈତିକ ମୈଦାନକୁ ଓହ୍ଲାଇବାକୁ ଯାଉଛି ଶିରୋମାନି ଅକାଳୀ ଦଳ । ଶନିବାର ଚଣ୍ଡିଗଡ଼ରେ ଅକାଳୀ ଦଳ ଏବଂ ବିଏସପିର ଏହି ମେଣ୍ଟ ଗଠନ ନେଇ ଘୋଷଣା କରାଯିବ ।

ଏହାପୂର୍ବରୁ, 1996 ଲୋକସଭା ନିର୍ବାଚନରେ ​​ଉଭୟ ଦଳ ଏକାଠି ନିର୍ବାଚନ ଲଢିଥିଲେ । ଆଉ ବିଏସପି ସୁପ୍ରିମୋ କାଂଶିରାମ ପଞ୍ଜାବରୁ ନିର୍ବାଚନ ଜିତିଥିଲେ ।

ସୁଖବୀର ସିଂହ ବାଦଲଙ୍କ ପରେ ପଞ୍ଜାବର 30 ପ୍ରତିଶତ ଦଲିତ ଭୋଟ୍ ବ୍ୟାଙ୍କ ପାଇଁ ଏହା ଏକ ବଡ଼ ରାଜନୈତିକ ଗୋଟିଚାଳନା କୁହାଯାଇପାରେ | ଏହାପୂର୍ବରୁ ସେପ୍ଟେମ୍ବର 2020ରେ ଏନଡିଏର ସହଯୋଗୀ ଥିବା ଅକାଳୀ ଦଳ ସଂସଦରେ ପାରିତ ହୋଇଥିବା ତିନୋଟି ନୂତନ କୃଷି ଆଇନକୁ ବିରୋଧ କରି ମୋଦି ସରକାରରୁ ଅଲଗା ହେବାର ନିଷ୍ପତ୍ତି ନେଇଥିଲା ।

ଏହି ନିଷ୍ପତ୍ତି ପରେ କେନ୍ଦ୍ରରେ ମନ୍ତ୍ରୀ ଥିବା ହରସିମରତ କୌର ବାଦଲ ଏନଡିଏ ସରକାରରୁ ଇସ୍ତଫା ଘୋଷଣା କରିଥିଲେ । କୃଷି ସଂସ୍କାର ସହ ଜଡିତ ନୂତନ ଆଇନ ଯୋଗୁଁ ପଞ୍ଜାବରେ ବିରୋଧ ପ୍ରଦର୍ଶନ ହୋଇଥିଲା । 6 ମାସରୁ ଅଧିକ ସମୟ ଧରି ଦିଲ୍ଲୀ ଏବଂ ଏହାର ଆଖପାଖ ସୀମାରେ ବିରୋଧ ପ୍ରଦର୍ଶନ କରୁଥିବା ଅଧିକାଂଶ ଚାଷୀ ହରିୟାଣା ଏବଂ ପଞ୍ଜାବର । ତେବେ ଏଭଳିସ୍ଥିତିରେ ଏହି ମେଣ୍ଟ ବେଶ ରାଜନୀତି ଦୃଷ୍ଟିକୋଣରୁ ବେଶ ଗୁରୁତ୍ବପୂର୍ଣ୍ଣ କୁହାଯାଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.