ETV Bharat / bharat

ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର: 2 ମାସ ପରେ ଖୋଲିଲା ଅଜମେର ଦରଘା

ରାଜସ୍ଥାନରେ ଥିବା ଅଜମେର ଦରଘା ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି । କିନ୍ତୁ କୋଭିଡ କଟକଣା ଅନୁଯାୟୀ ଚାଦର ଚଢାଇବା ପାଇଁ ପୂର୍ବଭଳି କଟକଣା ଜାରି ରହିବା ନେଇ କହିଛନ୍ତି ଦରଘା କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ...

author img

By

Published : Jun 28, 2021, 6:47 PM IST

ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଆଜମେର ଦରଘା, ଚାଦାର ଚଢାଇବା ଉପରେ ପୂର୍ବଭଳି କଟକଣା ବଳବତ୍ତର

ଜୟପୁର : ରାଜସ୍ଥାନର ପ୍ରସିଦ୍ଧ ଅଜମେର ଦରଘା କୋଭିଡ ପ୍ରୋଟୋକଲ ମଧ୍ୟରେ ଖୋଲିବାକୁ ଯାଉଛି । ଆଜି (ସୋମବାର) ଠାରୁ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଦରଘାକୁ ପ୍ରବେଶ ଅନୁମତି ମିଳିଛି । କୋଭିଡ ପ୍ରୋଟୋକଲ ଅନୁପାଳନ କରି ଶ୍ରଦ୍ଧାଳୁମାନେ ଦରଘାରେ ପ୍ରାର୍ଥନା କରିପାରିବା ନେଇ ଅନୁମତି ଦେଇଛନ୍ତି ଦରଘା କର୍ତ୍ତୃପକ୍ଷ । ତେବେ କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ଏପ୍ରିଲ 15 ତାରିଖରୁ ଦରଘାରେ ସାଧାରଣ ପ୍ରାର୍ଥନାକୁ ବନ୍ଦ ରଖାଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ ଦରଘା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ସାଧାରଣ ପ୍ରାର୍ଥନାକୁ ଅନୁମତି ମିଳିଥିବା ସତ୍ତ୍ବେ ପୂର୍ବ ପରି ଚାଦର କିମ୍ବା ଫୁଲ ଚଢାଇବା ପାଇଁ ଅନୁମତି ମିଳିବ ନାହିଁ । ଏହି କଟକଣା ପୂର୍ବଭଳି ବଳବତ୍ତର ରହିବ । ସାଧାରଣ ପ୍ରାର୍ଥନା ପାଇଁ ଆସୁଥିବା ଭକ୍ତଙ୍କୁ କୋଭିଡ ପ୍ରୋଟୋକଲ ମାନିବାକୁ ପଡିବ । ଦରଘା ପରିସରରେ ସାମାଜିକ ଦୂରତା ଓ ଫେସ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି । ତେବେ ଦରଘା ଖୋଲିବା ନିଷ୍ପତ୍ତି ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ରାଜସ୍ଥାନର ଅଜମେରରେ ଥିବା ଏହି ପ୍ରସିଦ୍ଧ ଦରଘା, ସୁଫି ସନ୍ଥ ଖ୍ବାଜା ମଇଉଦ୍ଦିନ ଚିସ୍ତିଙ୍କ ପୀଠ ଭାବେ ପ୍ରସିଦ୍ଧ । ଏଠାରେ ଚାଦର ଚଢାଇବା ବର୍ଷର ସବୁ ସମୟରେ ଭିଡ ଦେଖିବାକୁ ମିଳିଥାଏ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.