ମୁମ୍ବାଇ: ମହାରାଷ୍ଟ୍ରରେ ପୁଣି ଆରମ୍ଭ ହୋଇଛି ହାଇଭୋଟଲେଜ ରାଜନୈତିକ ଡ୍ରାମା । ନାଟକୀୟ ଢଙ୍ଗରେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରେ ସାମିଲ ହୋଇ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଅଜିତ ପାଓ୍ବାର । ତାଙ୍କ ସହ ଅନ୍ୟ କିଛି ବିଧାୟକ ମଧ୍ୟ ଅଛନ୍ତି । ସେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିରୁ ପୃଥକ ହୋଇନାହାନ୍ତି, ବରଂ ସେମାନେ ହିିଁ ଏନସିପି । ଅନ୍ୟ କିଛି ନେତା ମଧ୍ୟ ଯୋଗାଯୋଗରେ ଅଛନ୍ତି । ପୁରା ଏନସିପି ମହାରାଷ୍ଟ୍ରରେ ଏନଡିଏ ମେଣ୍ଟ ସହ ରହିଛି । ଦଳର ନାମ ଓ ଚିହ୍ନ ଆମର । ଏନସିପି ଦଳୀୟ ନାମ ଓ ଚିହ୍ନରେ ଆଗାମି ସମସ୍ତ ନିର୍ବାଚନ ଲଢିବୁ ବୋଲି କହିଛନ୍ତି ଅଜିତ ।
-
Whenever we sit together, we discuss about this. We have all the MLAs with us: Maharashtra Minister Chhagan Bhujabal pic.twitter.com/ajEnKuHdot
— ANI (@ANI) July 2, 2023 " class="align-text-top noRightClick twitterSection" data="
">Whenever we sit together, we discuss about this. We have all the MLAs with us: Maharashtra Minister Chhagan Bhujabal pic.twitter.com/ajEnKuHdot
— ANI (@ANI) July 2, 2023Whenever we sit together, we discuss about this. We have all the MLAs with us: Maharashtra Minister Chhagan Bhujabal pic.twitter.com/ajEnKuHdot
— ANI (@ANI) July 2, 2023
ସେହିପରି ସେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରେ ସାମିଲ ହେବା ନିଷ୍ପତ୍ତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବକୁ ପ୍ରଶଂସା କରିଛନ୍ତି । ଗତ 9 ବର୍ଷ ଧରି କେନ୍ଦ୍ରରେ ଶାସନରେ ଥିବା ମୋଦି ସରକାର ଦେଶକୁ ପ୍ରଗତି ପଥରେ ଆଗେଇ ନେଉଛି । ରାଜ୍ୟରେ ବିକାଶ ଗୁରୁତ୍ବପୂର୍ଣ୍ଣ, ତେଣୁ ସେମାନେ ଶାସକ ମେଣ୍ଟରେ ସାମିଲ ହେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସେ ଏନସିପି ବ୍ୟାନର ଓ ଚିହ୍ନରେ ଆଗାମୀ ସମସ୍ତ ନିର୍ବାଚନ ମଧ୍ୟ ଲଢିବା ନେଇ ସ୍ପଷ୍ଟ କରିଛନ୍ତି ।
ଆହୁରି ମଧ୍ୟ ସେ କହିଛନ୍ତି, ତାଙ୍କର ଏନ୍ଡିଏ ମେଣ୍ଟରେ ମିଶିବା ନେଇ ବହୁ ପୂର୍ବରୁ ଆଲୋଚନା ଜାରି ରହିଥିଲା । ଦେଶ ଓ ମହାରାଷ୍ଟ୍ରରେ ଯାହା ଜାରି ରହିଛି, ଏହି ପରିସ୍ଥିତିରେ କେବଳ ବିକାଶକୁ ହିଁ ପ୍ରାଥମିକତା ମିଳିବା ଉଚିତ ବୋଲି ସେ ଅନୁଭବ କଲେ । ସେଥିପାଇଁ ସେ ଶାସକ ମେଣ୍ଟରେ ସାମିଲ ହେଉଛନ୍ତି । କେହି କିଛି ବି ସମାଲୋଚନା କରୁ ସେ କୌଣସି ପ୍ରକାର ବ୍ୟତିବ୍ୟସ୍ତ ନୁହନ୍ତି ବୋଲି ମଧ୍ୟ ଅଜିତ କହିଛନ୍ତି ।
ଅନ୍ୟତମ ବରିଷ୍ଠ ନେତା ତଥା ମନ୍ତ୍ରୀ ଭାବେ ଶପଥ ନେଇଥିବା ଛଗନ ଭୁଜବଳ କହିଛନ୍ତି, ମୋଦି ପୁଣି ଥରେ ଦେଶରେ କ୍ଷମତା ବଜାୟ ରଖିବାକୁ ଯାଉଥିବା ତାଙ୍କୁ ଶରଦ ସାହାବ କହିଥିଲେ । ତେଣୁ ସେମାନେ ବିକାଶ ସହ ରହିବା ନେଇ ନିଷ୍ପତ୍ତି ନେଲେ । ନାଗାଲାଣ୍ଡରେ 7 ଜଣ ଏନସିପି ବିଧାୟକ ବିଜେପି ସହ ଶାସକ ମେଣ୍ଟରେ ସାମିଲ ହେବାକୁ ମଧ୍ୟ ଯଥାର୍ଥ ବୋଲି ଦର୍ଶାଇବା ପାଇଁ ଅଜିତ ପ୍ରୟାସ କରିଛନ୍ତି । ଅଜିତଙ୍କ ଏପରି ଆଭିମୁଖ୍ୟ ପରେ ଏବେ ଶରଦ ପାଓ୍ବାରଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି । ଅଜିତଙ୍କ ସମର୍ଥିତ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ ଶରଦ ପାଓ୍ବାର କୋର୍ଟର ଦ୍ବାରସ୍ଥ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ