ETV Bharat / bharat

Panama papers: ଐଶ୍ବର୍ଯ୍ୟାଙ୍କୁ 5 ଘଣ୍ଟା ଜେରା, ଗୃହରେ ତାତିଲେ ଶାଶୁ ଜୟା

author img

By

Published : Dec 20, 2021, 10:14 PM IST

ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ବଚ୍ଚନଙ୍କୁ ୫ ଘଣ୍ଚା ଜେରା କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗୃହରେ ଆଲୋଚନା ବେଳେ ଉତ୍ତେଜିତ ହେଲେ ସାଂସଦ ତଥା ଶାଶୁ ଜୟା ବଚ୍ଚନ । ଅଧିକ ପଢନ୍ତୁ

ଐଶ୍ବର୍ଯ୍ୟା ରାୟଙ୍କୁ ୫ ଘଣ୍ଟା ଜେରା, ଗୃହରେ ତାତିଲେ ଶାଶୁ ଜୟା

ନୂଆଦିଲ୍ଲୀ: ବୋହୁ ଐଶ୍ବର୍ଯ୍ୟା ରାୟ ବଚ୍ଚନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ରେ ହାଜର ହୋଇ ପ୍ରାୟ ୫ ଘଣ୍ଟା କାଳ ଜେରାର ସମ୍ମୁଖୀନ ହେବା ପରେ ଶାଶୁ ତଥା ସମାଜବାଦୀ ସାଂସଦ ଜୟା ବଚ୍ଚନକୁ ଗୃହରେ ବିଜେପିକୁ ଟାର୍ଗେଟ କରିଥିବା ଦେଖିବାକୁୁ ମିଳିଛି । ସାଂସଦ ଜୟା ସଂସଦରେ ଭାରତୀୟ ଜନତା ପାର୍ଟି ଉପରେ ବର୍ଷିଥିବା ଦେଖିବାକୁ ମିଳିଥିଲା । ଜୟା କହିଛନ୍ତି ବିଜେପିର ଖରାପ ଦିନ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ।

ଜୟା ବଚ୍ଚନ ଦାବି କରିଛନ୍ତି ଯେ ଗୃହରେ ତାଙ୍କ ବ୍ୟକ୍ତିଗତ ପ୍ରସଙ୍ଗରେ ମନ୍ତବ୍ୟ ରଖାଯାଇଛି । ସେ କାହା ଉପରେ କୌଣସି ବ୍ୟକ୍ତିଗତ ମନ୍ତବ୍ୟ ଦେବାକୁ ଚାହାନ୍ତି ନାହିଁ। ଯାହା ଘଟିଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କିନ୍ତୁ ଗୃହରେ ଏପରି ଢଙ୍ଗରେ କହିବା ମଧ୍ୟ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଜୟା । NDPS (ସଂଶୋଧନ) ବିଲ୍ ଉପରେ ବିତର୍କରେ ଅଂଶଗ୍ରହଣ କରି ସାଂସଦ ଜୟା 12 ନିଲମ୍ବିତ ବିରୋଧୀ ଦଳର ସଦସ୍ୟଙ୍କ ପ୍ରସଙ୍ଗ ଉଠାଇଥିଲେ ।

‘ପାନାମା ପେପର’ ସହ ଜଡିତ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଆଜି (ସୋମବାର) ରାତିରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଦିଲ୍ଲୀ କାର୍ଯ୍ୟାଳୟରେ 5 ଘଣ୍ଟା କାଳ ଜେରା ପରେ ସନ୍ଧ୍ୟାରେ ଫେରିଥିଲେ । ପରବର୍ତ୍ତୀ ସମୟରେ ଅଧିକ ପଚରାଉଚରା ପାଇଁ ଐଶ୍ବର୍ଯ୍ୟାଙ୍କୁ ଡକାଯାଇଛି କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ମଧ୍ୟ ଅସ୍ପଷ୍ଟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.