ETV Bharat / bharat

କୁହୁଡି ସମସ୍ୟା ପାଇଁ ନୂଆ ନିୟମ: ବିଳମ୍ବ ହେଲେ ଉଡାଣ ବାତିଲ କରିବ ଏୟାରଲାଇନ୍ସ - Flights Delay problem

New Rules for Airlines Amid Fog Chaos: ବିଳମ୍ବ ହେଲେ ଉଡାଣ ବାତିଲ କରିବେ ଏୟାରଲାଇନ୍ସ । ଯାତ୍ରୀଙ୍କୁ ବିମାନ କମ୍ପାନୀ କରିବ ଅବଗତ । ତୁରନ୍ତ ଯୋଗାଇବ ଏହିସବୁ ସୁବିଧା । ଅଧିକ ପଢନ୍ତୁ

କୁହୁଡି ସମସ୍ୟା ପାଇଁ ନୂଆ ନିୟମ: ବିଳମ୍ବ ହେଲେ ଉଡାଣ ବାତିଲ କରିବ ଏୟାରଲାଇନ୍ସ

author img

By ETV Bharat Odisha Team

Published : Jan 15, 2024, 9:22 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କୁହୁଡି ସମସ୍ୟା ଯୋଗୁଁ ଦେଖାଯାଇଥିବା ବିଶୃଙ୍ଖଳିତ ପରିସ୍ଥିତିକୁ ଦେଖି ବେସାମରିକ ଉଡାଣ ନିର୍ଦ୍ଦେଶାଳୟ (ଡିଜିସିଏ) ଆଜି ସମସ୍ତ ଏୟାରଲାଇନ୍ସ ପାଇଁ ଅପରେସନ ମାନକ ବା ଏସଓପି ଜାରି କରିଛି । ଏପରି ସ୍ଥିତିର ମୁକାବିଲା ପାଇଁ ଡିଜିସିଏ ଆଜି ନୂଆ ନିର୍ଦ୍ଦେଶନାମା ଜାରି କରିଛି । କୌଣସି କାରଣରୁ ବିମାନ ଉଡାଣ ସୂଚୀରେ ବିଳମ୍ବ ହେଲେ, ବିମାନରେ ନିର୍ଦ୍ଧାରିତ ସମୟରେ ଯାତ୍ରୀଙ୍କୁ ବୋର୍ଡିଂ କରିବାକୁ ବାରଣ କରାଗଲେ, ବିମାନ ବାତିଲ ହେଲେ ବିମାନ କମ୍ପାନୀ ଯାତ୍ରୀମାନଙ୍କୁ ଆବଶ୍ୟକ ସହାୟତା ସେବା ପ୍ରଦାନ କରିବ।

ସେହିପରି କୌଣସି କାରଣବସତଃ କୌଣସି ବିମାନର ଉଡାଣ ତିନି ଘଣ୍ଟା କିମ୍ବା ତା’ଠାରୁ ଅଧିକ ସମୟ ବିଳମ୍ବ ହେବାର ଆଶଙ୍କା ଥିଲେ, ଏୟାର ଲାଇନ୍ସ ଏହି ଉଡାଣକୁ ବାତିଲ କରିବ । ବାତିଲ ହେବା ପରେ ପ୍ରୋଟୋକଲ ଅନୁସାରେ, ଯାତ୍ରୀଙ୍କୁ ସହାୟତା ମଧ୍ୟ କରିବ । ତେବେ କୌଣସି ପରିସ୍ଥିତି ଯଦି ଏୟାରଲାଇନ୍ସ ଦ୍ବାରା ସ୍ଥିତି ନିୟନ୍ତ୍ରଣାଧୀନ ନଥାଏ, ତେବେ ଏହି ଏସଓପି କାର୍ଯ୍ୟକାରୀ କରାଯିବନି ବୋଲି ଡିଜିସିଏ ସ୍ପଷ୍ଟ କରିଛି । ମାତ୍ର ଏହି ସବୁ ସମ୍ଭାବିତ କାରଣରେ ଏୟାର ଲାଇନ୍ସ ମାତ୍ରାଧିକ ବିଳମ୍ବ କରିବା ପରିବର୍ତ୍ତେ ଏହି ପ୍ରଟୋକଲ ଅନୁପାଳନ କରି ଯାତ୍ରୀଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବ ।

ନୂଆ ନିୟମରେ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି, କୌଣସି କାରଣରୁ ନିର୍ଦ୍ଧାରିତ ଉଡାଣ ସମୟ ବିଳମ୍ବ ହେଲେ ଏୟାରଲାଇନ୍ସ ତୁରନ୍ତ ରିଅଲ ଟାଇମ୍ସ ତଥ୍ୟ ଯାତ୍ରୀମାନଙ୍କ ସହ ସେୟାର କରିବ । କେଉଁ କାରଣ ପାଇଁ ଏପରି ସ୍ଥିତି ସୃଷ୍ଟି ହେଲା ଓ ଏହାର ସମାଧାନ ପାଇଁ ଏୟାରଲାଇନ୍ସ କ’ଣ ପଦକ୍ଷେପ ଗ୍ରହଣ କରୁଛି, ତାହା ସଂସ୍ଥା ନିଜ ଅଫିସିଆଲ ଓ୍ବେବ-ସାଇଟରେ ସୂଚୀତ କରିବ । ସେହିପରି ବିଳମ୍ବ ହେଉଥିବା ବିମାନର ଯାତ୍ରୀଙ୍କୁ ମଧ୍ୟ ଏହାର କାରଣ ସମ୍ପର୍କରେ ମେସେଜ କିମ୍ବା ଇ-ମେଲ ମାଧ୍ୟମରେ ତୁରନ୍ତ ଅବଗତ କରିବ । ବିମାନ ବନ୍ଦରରେ ଅପେକ୍ଷାରତ ଯାତ୍ରୀଙ୍କ ସହ ଏୟାରଲାଇନ୍ସ ଷ୍ଟାଫ ନିୟମିତ ଓ ଉତ୍ତମ ଢଙ୍ଗରେ ଯୋଗାଯୋଗ କରି ସେମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା ନିଶ୍ଚିତ କରିବାକୁ ଏସଓପିରେ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ :- ରାମଲାଲାଙ୍କ ଶ୍ରୀବିଗ୍ରହ ପାଇଁ ଚୂଡ଼ାନ୍ତ ହେଲା ପ୍ରଖ୍ୟାତ ମୂର୍ତ୍ତିକାର ଅରୁଣ ଯୋଗୀରାଜଙ୍କ ନିର୍ମିତ ମୂର୍ତ୍ତି

ଦିଲ୍ଲୀ ବିମାନ ବନ୍ଦରରେ ଉଡାଣ ବିଳମ୍ବ କାରଣରୁ ଜଣେ ଯାତ୍ରୀ ଇଣ୍ଡିଗୋ ବିମାନର ପାଇଲଟଙ୍କୁ ଆକ୍ରମଣ କରିବା ଘଟଣାକୁ ଆଜି ନିନ୍ଦା କରିଛନ୍ତି ବେସାମରିକ ଉଡାଣ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । କୁହୁଡି ସମସ୍ୟାର ସମାଧାନ କରିବା ପାଇଁ ସମସ୍ତ ସଂସ୍ଥା ଓ ବିଭାଗ କାର୍ଯ୍ୟ କରୁଛନ୍ତି । ଏପରି ସ୍ଥିତିରେ କେହି ଯାତ୍ରୀଙ୍କର ବିଶୃଙ୍ଖଳିତ ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି ସିନ୍ଧିଆ କହିଥିଲେ । ଦିଲ୍ଲୀ ବିମାନ ବନ୍ଦର ଘଟଣାରେ ଆଇନ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମଧ୍ୟ ସେ ଟ୍ବିଟରେ ଲେଖିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.