ନୂଆଦିଲ୍ଲୀ: ଘରୋଇ ଉଡାଣ ପରିଚାଳନା ସୀମା କୋଭିଡ-19 ପୂର୍ବ ସ୍ତରର 80 ପ୍ରତିଶତ ରଖିବାକୁ ଭାରତୀୟ ଏୟାରଲାଇନ କମ୍ପାନୀକୁ ଅନୁମତି ଦେଇଛନ୍ତି ସରକାର । ଆସନ୍ତା ମାର୍ଚ୍ଚ 31 ବା ଗ୍ରୀଷ୍ମକାଳୀନ ସୂଚୀ (summer schedule ) ଆରମ୍ଭ ଯାଏଁ ଏହି ନିଷ୍ପତ୍ତି ଜାରି ରହିବ । ବେସମାରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏନେଇ ଗୁରୁବାର ସୂଚନା ଦେଇଛନ୍ତି ।
ମନ୍ତ୍ରଣାଳୟ 80 ପ୍ରତିଶତ ସୀମା 2020 ଡିସେମ୍ବର 3 ଯାଏଁ ନିର୍ଦ୍ଧାରଣ କରିଥିଲା । କିନ୍ତୁ ଏହା ନିର୍ଦ୍ଦିଷ୍ଟ ନଥିଲା କି ଏହି ନିଷ୍ପତ୍ତି କେଉଁ ତାରିଖ ଯାଏଁ ବଜାୟ ରହିବ । ସମସ୍ତ ଏୟାରଲାଇନ କମ୍ପାନୀଙ୍କ ପାଇଁ ମାର୍ଚ୍ଚ ଶେଷରେ ସମର ସେଡ୍ୟୁଲ୍ ଆରମ୍ଭ ହୋଇଥାଏ । ବିମାନ ନିୟାମକ DGCA ସମସ୍ତ ଏୟାରଲାଇନ ପାଇଁ ସେଡ୍ୟୁଲ ମଞ୍ଜୁର କରିଥାଏ । ଯେଉଁଥିରେ ଗ୍ରୀଷ୍ମକାଳୀନ ଓ ଶୀତକାଳୀନ ଉଭୟ ସେଡ୍ୟୁଲ ସାମିଲ ହୋଇଥାଏ ।
ମନ୍ତ୍ରାଳୟ ଆଦେଶ ଜାରି କରି କହିଛି କି କୋରୋନାର ବର୍ତ୍ତମାନ ସ୍ଥିତି ଅନୁସାରେ, କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି କି 2020 ଡିସେମ୍ବର 3 ରେ ଜାରି ଆଦେଶ 2021 ମାର୍ଚ୍ଚ 31 ରାତି 11 ଟା 59 ମିନିଟ ବା 2021 ଗ୍ରୀଷ୍ମକାଳୀନ ସାରଣୀ ଯାଏଁ ଲାଗୁ ରହିବ । ଆଗାମୀ ଆଦେଶ ଯାଏଁ ଏହା ନିର୍ଦ୍ଧାରିତ ।
କୋରୋନା ଭାଇରସ ଯୋଗୁଁ ଲାଗୁ ଲକଡାଉନ କାରଣରୁ 2 ମାସର ଅନ୍ତରାଳ ପରେ ମନ୍ତ୍ରାଳୟ 2020 ମେ 25 ରୁ ଅନୁସୂଚିତ ଘରୋଇ ଯାତ୍ରୀ ସେବାକୁ ପୁଣି ଆରମ୍ଭ କରିଥିଲା । ତେବେ ଏୟାରଲାଇନ୍ସକୁ ପୂର୍ବ କୋଭିଡ ଘରୋଇ ଉଡାଣର 33 ପ୍ରତିଶତରୁ ଅଧିକ ପରିଚାଳନାର ଅନୁମତି ନଥିଲା ।
ଏହାକୁ ଜୁନ 26 ରୁ ବଢାଇ 45 ପ୍ରତିଶତ କରାଯାଇଥିଲା । ସେପ୍ଟେମ୍ବର 2 ରୁ ଏହାକୁ ବଢାଇ 60 ପ୍ରତିଶତ , ନଭେମ୍ବରରେ 70 ପ୍ରତିଶତ ଓ ଡିସେମ୍ବରରେ 80 ପ୍ରତିଶତକୁ ସମ୍ପ୍ରସାରିତ କରାଯାଇଛିଲା । ପ୍ରକାଶ ଯେ, କୋରୋନା ମହାମାରୀ ଯୋଗୁଁ 2020 ମାର୍ଚ୍ଚ 23ରେ ଉଡାଣ ସେବା ବନ୍ଦ ହୋଇଥିଲା ।