ETV Bharat / bharat

65 ପ୍ରତିଶତ ଯାତ୍ରୀଙ୍କୁ ନେଇ ଚଳାଚଳ କରିବ ବିମାନ

author img

By

Published : Jul 6, 2021, 9:53 AM IST

65 ପ୍ରତିଶତ ଯାତ୍ରୀଙ୍କୁ ନେଇ ଚଳାଚଳ କରିବେ ବିମାନ। ମନ୍ତ୍ରଣାଳୟ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

65 ପ୍ରତିଶତ ଯାତ୍ରୀଙ୍କୁ ନେଇ ଚଳାଚଳ କରିବ ଏୟାରଲାଇନ୍ସ

ନୂଆଦିଲ୍ଲୀ: 65 ପ୍ରତିଶତ ଯାତ୍ରୀଙ୍କୁ ନେଇ ଚଳାଚଳ କରିବ ଏୟାରଲାଇନ୍ସ । ଏନେଇ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ସୂଚନା ମିଳିଛି । ବିମାନ ଗୁଡିକ ବର୍ତ୍ତମାନ ପର୍ଯ୍ୟନ୍ତ 50 ପ୍ରତିଶତ ଯାତ୍ରୀଙ୍କୁ ନେଇ ଚଳାଚଳ କରୁଥିଲା । ଏବେ 65 ପ୍ରତିଶତ ଯାତ୍ରୀଙ୍କୁ ନେଇ ଯାତାୟତ କରିବ ।

ମନ୍ତ୍ରାଣାଳୟର ମେ 28 ନିର୍ଦ୍ଦେଶ ଅନୁଯାୟୀ ଜୁନ୍ 1 ରୁ ପରିବହନକାରୀମାନେ ସେମାନଙ୍କର ପ୍ରି-କୋଭିଡ ନିୟମ ଅନୁଯାୟୀ ଏୟାରଲାଇନ୍ସ ମାତ୍ର 50 ପ୍ରତିଶତ ଯାତ୍ରୀଙ୍କୁ ନେଇ କାର୍ଯ୍ୟ କରୁଥିଲା। କୋରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ଯାତ୍ରୀବାହୀ ଯାତାୟାତ ହ୍ରାସକୁ ଦୃଷ୍ଟିରେ ରଖି କ୍ୟାପ୍ 80 ରୁ 50 ପ୍ରତିଶତକୁ ହ୍ରାସ କରିବାକୁ 28 ମେରେ ନିଷ୍ପତ୍ତି ନିଆଯାଇଥିଲା ବୋଲି ମନ୍ତ୍ରଣାଳୟ କହିଥିଲା । ତେବେ ଗତକାଲି ଏହାକୁ ପରିବର୍ତ୍ତନ କରାଯାଇ 50 ବଦଳରେ 65 ପ୍ରତିଶତ କ୍ଷମତାରେ ବିମାନ ଚଳଚଳ କରିବାରୁ ନିର୍ଦ୍ଦେଶ ଦିଆଯାଇଛି । ଜୁଲାଇ 31 ପର୍ଯ୍ୟନ୍ତ ଏହା ଜାରି ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.