ETV Bharat / bharat

Mumbai Airport: ରନ୍‌-ଓ୍ବେରୁ ଖସିଲା ଚାର୍ଟାଡ ଫ୍ଲାଇଟ, ଏୟାରପୋର୍ଟରେ ଅପରେସନ୍ ବନ୍ଦ

author img

By ETV Bharat Odisha Team

Published : Sep 14, 2023, 6:14 PM IST

Updated : Sep 14, 2023, 7:21 PM IST

ମୁମ୍ବାଇ ବିମାନ ବନ୍ଦରରେ ପ୍ରବଳ ବର୍ଷା କାରଣରୁ ରନ-ଓ୍ବେରୁ ଖସିଗଲା ଚାର୍ଟାଡ ଫ୍ଲାଇଟ । 2 ପାଇଲଟଙ୍କ ସମେତ 8 ଯାତ୍ରୀ ସୁରକ୍ଷିତ ସୂଚନା । ତଦନ୍ତ ଆରମ୍ଭ । ଅଧିକ ପଢ଼ନ୍ତୁ

ରନ-ଓ୍ବେରୁ ଖସିଲା ଚାର୍ଟାଡ ଫ୍ଲାଇଟ, 8 ଯାତ୍ରୀ ସୁରକ୍ଷିତ ସୂଚନା

ରନ୍‌-ଓ୍ବେରୁ ଖସିଲା ଚାର୍ଟାଡ ଫ୍ଲାଇଟ, 8ଯାତ୍ରୀ ସୁରକ୍ଷିତ; ଏୟାରପୋର୍ଟରେ ଅପରେସନ୍ ବନ୍ଦ

ମୁମ୍ବାଇ: ପ୍ରବଳ ବର୍ଷା କାରଣରୁ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ ବେଳେ ରନ-ଓ୍ବେରୁ ଏକ ଚାର୍ଟାଡ ଫ୍ଲାଇଟ ଖସିଯାଇଛି । ଏହି ବିମାନରେ ପାଇଲଟଙ୍କ ସମେତ ମୋଟ 8 ଯାତ୍ରୀ ଥିଲେ । ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ 3 ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ବିମାନଟି ବିଶାଖାପାଟନମରୁ ମୁମ୍ବାଇ ଅଭିମୁଖେ ଉଡାଣ ଭରିଥିଲା । ତେବେ ସଂଧ୍ୟା 5ଟା 2ରେ ଲ୍ୟାଣ୍ଡିଂ ସମୟରେ ପ୍ରବଳ ବର୍ଷା କାରଣରୁ ଦୃଶ୍ୟମାନତା ହ୍ରାସ ପାଇଥିବା କାରଣରୁ ଏପରି ଦୁର୍ଘଟଣା ଘଟିଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି । ତୁରନ୍ତ ଅଗ୍ନିଶମ ବାହିନୀର ଟିମ୍‌ ରନ-ଓ୍ବେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି । 2 ପାଇଟଙ୍କ ସମେତ ସମସ୍ତ 8 ଜଣଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି । ବେସାମରିକ ବିମାନ ଉଡ଼ାଣ ନିର୍ଦ୍ଦେଶାଳୟ (ଡିଜିସିଏ) ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି । ତେବେ ଏୟାରପୋର୍ଟରେ ସାମୟିକ ସମୟ ପାଇଁ ଅପରେସନକୁ ବାତିଲ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଏକ ଘରୋଇ କମ୍ପାନୀର ଏହି ବିମାନରେ 2 ପାଇଲଟ ଓ 6 ଯାତ୍ରୀ ଥିଲେ । ବିଶାଖାପାଟନମରୁ ମୁମ୍ବାଇ ଅଭିମୁଖେ ଉଡାଣ ଭରିଥିବା ଏହି ବିମାନ ସଂଧ୍ୟା 5ଟା 2 ମିନିଟରେ ମୁମ୍ବାଇ ବିମାନ ବନ୍ଦରର ରନ-ଓ୍ବେ 27 ରେ ଅବତରଣ କରିଥିଲା । ସେତେବେଳେ ପ୍ରବଳ ବର୍ଷା କାରଣରୁ ଲୋ-ଭିଜିବିଲିଟି ସମସ୍ୟା ସୃଷ୍ଟି ହୋଇଥିଲା । ଅବତରଣ ସମୟରେ ଦୃଶ୍ୟମାନ୍ୟତା ପ୍ରାୟ 7ଶହ ମିଟର ଥିଲା । ବିମାନଟି ରନ-ଓ୍ବେରୁ ଖସିଯିବା ସହ କିଛି ମିଟର ଘୋଷାଡ଼ି ହୋଇଯାଇଥିଲା । ଏମରଜେନ୍ସି ସର୍ଭିସ ଓ ଫାଏର ସର୍ଭିସର ଟିମ୍‌ ତୁରନ୍ତ ରନ୍‌-ଓ୍ବେରେ ପହଞ୍ଚି ଉଦ୍ଧାର ଅପରେସନ ଆରମ୍ଭ କରିଥିଲା । 2 ପାଇଲଟଙ୍କ ସମେତ 8 ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ 3ଜଣଙ୍କୁ ସାମାନ୍ୟ ଆଘାତ ଲାଗିଥିବା ମଧ୍ୟ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ:- ଭାରତୀୟ ବାୟୁସେନାକୁ ମିଳିଲା ବାହୁବଳୀ C-95, ଏକାଧିକ ଅପରେସନରେ ହୋଇପାରିବ ସାମିଲ

ତେବେ ଅଘଟଣ ପରେ ଉକ୍ତ ରନ-ଓ୍ବେରେ କିଛି ସମୟ ପାଇଁ ଫ୍ଲାଇଟ୍‌ ଅପରେସନ ବନ୍ଦ ରଖାଯାଇଥିଲା । ସେହି ରନ-ଓ୍ବେରେ ଅବତରଣ କ୍ଲିୟରାନ୍ସ ପାଇଥିବା ଭିସ୍ତାରା ଏୟାରଲାଇନ୍ସର ଡେରାଡୁନରୁ ମୁମ୍ବାଇ ଆସୁଥିବା ଏକ ବିମାନ (UK865)କୁ ଗୋଆ ବିମାନ ବନ୍ଦରକୁ ଡାଇଭର୍ଟ କରାଯାଇଥିଲା । ତେବେ ଦୁର୍ଘଟଣାଗ୍ରସ୍ତ ବିମାନକୁ ରନଓ୍ବେରୁ ହଟାଯିବା ପରେ ଏବେ ଅପରେସନ ସ୍ବାଭାବିକ ହୋଇଥିବା ଜଣାପଡିଛି । ବେସାମରିକ ଉଡାଣ ନିର୍ଦ୍ଦେଶାଳୟ ଘଟଣାର ତଦନ୍ତ ଆରମ୍ଭ କରିସାରିଛି । ଲୋ-ଭିଜିବିଲିଟିକୁ ପ୍ରାଥମିକ କାରଣ ଭାବେ ସନ୍ଦେହ କରାଯାଉଥିଲେ ସୁଦ୍ଧା ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବା ନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 14, 2023, 7:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.