ETV Bharat / bharat

ସୁଖୋଇରୁ ବ୍ରହ୍ମୋସର ସଫଳ ପରୀକ୍ଷଣ

author img

By

Published : Dec 8, 2021, 6:57 PM IST

ସୁଖୋଇ 30 MK-Iରୁ ବ୍ରାହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅଧିକ ପଢନ୍ତୁ

ସୁଖୋଇ 30 MK-I ରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ସୁଖୋଇ 30 MK-I ରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣସୁଖୋଇ 30 MK-I ରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭୁବନେଶ୍ବର: ଆଜି (ବୁଧବାର) ଓଡ଼ିଶା ଉପକୂଳବର୍ତ୍ତୀ ବାଲେଶ୍ବରର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ITR)ରୁ ଯୁଦ୍ଧ ବିମାନ ସୁଖୋଇ 30 MK-I ରୁ ବ୍ରାହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି (BrahMos Air version successful test ) । ବିମାନରୁ ଉତକ୍ଷେପଣ ହୋଇଥିବା କ୍ଷେପଣାସ୍ତ୍ର ମିଶନ ଉଦ୍ଦେଶ୍ୟରେ ରଖାଯାଇଥିବା ଲକ୍ଷ୍ୟକୁ ସଠିକ ଭେଦ କରିବା ସହ ପରୀକ୍ଷଣ ସଫଳ ହୋଇଛି । ବ୍ରାହ୍ମୋସର ବାୟୁ ସଂସ୍କରଣର ପ୍ରଥମ ପରୀକ୍ଷଣ ଜୁଲାଇ 2021ରେ ପରୀକ୍ଷା କରାଯାଇଥିଲା ।

ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଓ ଭାରତୀୟ ବାୟୁସେନାକୁ ଶୁଭେଚ୍ଛା ଜଣାଇଛନ୍ତି । ବ୍ରହ୍ମୋସ ପ୍ରତିରକ୍ଷା ବିକାଶରେ ଏକ ପ୍ରମୁଖ ମାଇଲଖୁଣ୍ଟ ହେବ ବୋଲି କହିଛନ୍ତି ରକ୍ଷା ବିଶେଷଜ୍ଞ ।

ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ବିକାଶ, ଉତ୍ପାଦନ ଏବଂ ମାର୍କେଟିଂ ପାଇଁ ବ୍ରାହ୍ମୋସ୍ ଭାରତ (DRDO) ଏବଂ ଋଷ (NPOM) ମଧ୍ୟରେ ମିଳିତ ପ୍ରକଳ୍ପ । ବ୍ରାହ୍ମୋସ୍ ହେଉଛି ଶକ୍ତିଶାଳୀ ଆକ୍ରମଣାତ୍ମକ କ୍ଷେପଣାସ୍ତ୍ର ଅସ୍ତ୍ର ପ୍ରଣାଳୀ ଯାହା ସେନାରେ ପୂର୍ବରୁ ଅନ୍ତର୍ଭୁକ୍ତ ହୋଇସାରିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.