ETV Bharat / bharat

ବର୍ଷା ଆଣିଲାନି ଆଶ୍ବସ୍ତି, ଆଜି ବି ଖରାପ ଶ୍ରେଣୀରେ ଦିଲ୍ଲୀ ବାୟୁ

author img

By ETV Bharat Odisha Team

Published : Nov 28, 2023, 1:13 PM IST

ବାୟୁ ପ୍ରଦୂଷଣରେ ଜର୍ଜରିତ ଦିଲ୍ଲୀବାସୀ । ବର୍ଷା ପରେ ବି ଖରାପ ଶ୍ରେଣୀରେ ବାୟୁ ଗୁଣବତ୍ତା । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ବିଷ ବଳୟରେ ରାଜଧାନୀ ଦିଲ୍ଲୀ । କମିବାର ନା ଧରୁନି ବାୟୁ ପ୍ରଦୂଷଣ । ସୋମବାର ପ୍ରବଳ ବର୍ଷା ପରେ ଦିଲ୍ଲୀ ଏନସିଆରରେ ବାୟୁ ଗୁଣବତ୍ତା ସାମାନ୍ୟ ହ୍ରାସ ହୋଇଥିଲେ ମଧ୍ୟ ଦିଲ୍ଲୀର ଅନେକ ସ୍ଥାନରେ ବାୟୁର ମାନ ଅତ୍ୟନ୍ତ ଖରାପ ଶ୍ରେଣୀରେ ରହିଛି । ଆଜି ସକାଳ ସମୟରେ ଦିଲ୍ଲୀରେ ବାୟୁ ଗୁଣବତ୍ତା 366 ରେକର୍ଡ କରାଯାଇଛି । ସୋମବାର ସନ୍ଧ୍ୟାରେ ଏହା 395 ରହିଥିଲା । ତେବେ ରାଜଧାନୀରେ ପ୍ରବଳ ବର୍ଷା ପରେ ଗତକାଲି ଅପେକ୍ଷା ପ୍ରଦୂଷଣ ଆଜି ସାମାନ୍ୟ ହ୍ରାସ ହୋଇଛି । କିନ୍ତୁ ଅନେକ ସ୍ଥାନରେ ବାୟୁ ଗୁଣବତ୍ତା 400 ପାର୍ କରିଛି ।

ଏହା ମଧ୍ୟ ପଢନ୍ତୁ-ବିଷାକ୍ତ ହେଉଛି ଦିଲ୍ଲୀର ପବନ, ଗୁରୁତର ହେଉଛି ସ୍ବାସ୍ଥ୍ୟ ସମସ୍ୟା

କେନ୍ଦ୍ରୀୟ ପ୍ରଦୂଷଣ ଏବଂ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁୟାୟୀ, ଆଜି ସକାଳ ସମୟରେ ଫରିଦାବାଦରେ ବାୟୁ ଗୁଣବତ୍ତା ସୂଚାକଙ୍କ 301 ରହିଥିବା ବେଳେ ଗୁରୁଗ୍ରାମରେ 266, ଗ୍ରେଟର ନୋଏଡାରେ 335, ହିସରରେ 238, ଗାଜିଆବାଦରେ 297 ରହିଥିଲା । ଦିଲ୍ଲୀରେ ସକାଳ 6ଟା 5ମିନିଟ ସମୟରେ ବାୟୁ ଗୁଣବତ୍ତା ସୂଚକାଙ୍କ 366 ରହିଥିଲା । ଦିଲ୍ଲୀର 7ଟି ସ୍ଥାନରେ ବାୟୁ ଗଣବତ୍ତା ସୂଚକାଙ୍କ 400 ପାର କରିଛି । ଆଇଟିଓରେ 436 ପଞ୍ଜାବୀ ବାଗରେ 404, ଅଶୋକ ବିହାରରେ 403, ସୋନିଆ ବିହାରରେ 403, ବିବେକ ବିହାରରେ 414, ୱଜିରପୁରରେ 412 , ମୁଣ୍ଡକାରେ ବାୟୁ ଗୁଣବତ୍ତା ସୂଚକାଙ୍କ 408 ରହିଛି ।

ଏହା ମଧ୍ୟ ପଢନ୍ତୁ-ଅତି ଖରାପ ସ୍ତରରେ ଦିଲ୍ଲୀ ବାୟୁ, କେବେ ସୁଧୁରିବ ମାନ, ବଢିଲା ଚିନ୍ତା

ଆଜି ମଧ୍ୟ ଦିଲ୍ଲୀରେ ପାଗ ମେଘୁଆ ରହିବ: ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆଜି (ମଙ୍ଗଳବାର) ରାଜଧାନୀରେ ଆକାଶ ମେଘାଚ୍ଛନ୍ନ ରହିବ । ସକାଳ ସମୟରେ ହାଲୁକା କୁହୁଡି ହୋଇଥିଲା । ଆଜି ଦିନର ସର୍ବାଧିକ ତାପମାତ୍ରା 25 ଏବଂ ସର୍ବନିମ୍ନ ତାପମାତ୍ରା 12 ଡିଗ୍ରୀ ରହିବ । ଏହା ସହିତ ଡିସେମ୍ବର ମାସ ପହିଲାରୁ ସର୍ବନିମ୍ନ ତାପମାତ୍ରା 2ରୁ 3 ଡିଗ୍ରୀ ହ୍ରାସ ପାଇପାରେ । ଏହି ସମୟରେ ଦିଲ୍ଲୀରେ କୁହୁଡ଼ି ମଧ୍ୟ ହେବାର ସମ୍ଭାବନା ରହିଛି । ସ୍କାଏମେଟ୍ ପାଣିପାଗ ରିପୋର୍ଟ ଅନୁଯାୟୀ ଦେଶର ଅନ୍ୟ ରାଜ୍ୟରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । ଗତ 24 ଘଣ୍ଟା ମଧ୍ୟରେ ଜାତୀୟ ରାଜଧାନୀରେ 7 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଅକ୍ଟୋବରର ଶେଷ ସପ୍ତାହରୁ ଦିଲ୍ଲୀର ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ସ୍ଥିତି ଦେଇ ଗତି କରୁଛି । ବାୟୁ ପ୍ରଦୂଷଣ ଲୋକଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.