ETV Bharat / bharat

କେରଳ କଲିକଟ୍ ବିମାନବନ୍ଦରରୁ 50ଲକ୍ଷ ଟଙ୍କାର ସୁନା ଜବତ

author img

By

Published : Jan 25, 2021, 8:47 AM IST

ପଣ୍ଡ ହେଲା ବିମାନବନ୍ଦରୁ ବେଆଇନ ସୁନା ଚାଲାଣ । କେରଳ କଲିକଟ୍ ବିମାନବନ୍ଦରରୁ ପଚାଶ ଲକ୍ଷରୁ ଅଧିକ ଟଙ୍କାର ସୁନା ଜବତ କରିଛି ଇଣ୍ଟେଲିଜେନ୍ସ ୟୁନିଟ । ଅଧିକ ପଢନ୍ତୁ...

ବେଆଇନ ସୁନା ଜବତ
ବେଆଇନ ସୁନା ଜବତ

ଥିରୁଅନନ୍ତପୁରମ: ଏୟାର ଇଣ୍ଟେଲିଜେନ୍ସ ୟୁନିଟକୁ ସଫଳତା । ବିମାନ ବନ୍ଦରରୁ ପଣ୍ଡ ହେଲା ବେଆଇନ ସୁନା ଚାଲାଣ । ରବିବାର ବିଳମ୍ବିତ ରାତିରେ କେରଳ କଲିକଟ୍ ବିମାନବନ୍ଦରରୁ ପଚାଶ ଲକ୍ଷରୁ ଅଧିକ ଟଙ୍କାର ବେଆଇନ ସୁନା ଜବତ କରିଛି ଇଣ୍ଟେଲିଜେନ୍ସ ୟୁନିଟ ।

ସୂଚନାଅନୁସାରେ, ରବିବାର ବିଳମ୍ବିତ ରାତିରେ କେରଳ କଲିକଟ ବିମାନବନ୍ଦରରୁ ମିକ୍ସଚର ଗ୍ରାଇଣ୍ଡର ଓ ଖେଳନା କାରରେ ଚୋରାରେ ଚାଲାଣ ହେଉଥିବା ସୁନା ଜବତ କରିଛି ଇଣ୍ଟେଲିଜେନ୍ସ ୟୁନିଟ । ମିକ୍ସଚର ଗ୍ରାଇଣ୍ଡରରୁ ପଚାଶ ଲକ୍ଷ ଟଙ୍କାର ସୁନା, ଲ୍ୟାମ୍ପରୁ 299ଗ୍ରାମର ସୁନା ଓ ଖେଳନା କାରରୁ 289ଗ୍ରାମର ବେଆଇନ ସୁନା ଜବତ ହୋଇଛି। ଜବତ ହୋଇଥିବା ସମୁଦାୟ ସୁନାର ମୂଲ୍ୟ ପ୍ରାୟ ପଚାଶ ଲକ୍ଷ୍ୟରୁ ଅଧିକ ହେବ ବୋଲି କହିଛି ଇଣ୍ଟେଲିଜେନ୍ସ ୟୁନିଟ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ତେବେ ଦିନକୁଦିନ ବିମାନବନ୍ଦରରେ ସୁନା ଚାଲାଣ ବଢିବାରେ ଲାଗିଛି । ବିମାନବନ୍ଦରରେ ଅନେକ କଟକଣା ପରେ ବି ଯାତ୍ରୀମାନେ ବେଆଇନ ସୁନା ଚାଲାଣ କରିବା ଘଟଣା ବାରମ୍ବାର ଦେଖିବାକୁ ମିଳୁଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.