ETV Bharat / bharat

ହଜାରେ ନୂଆ ପାଇଲଟଙ୍କୁ ନିଯୁକ୍ତି ଦେବ ଏୟାର ଇଣ୍ଡିଆ - ନୂଆ ପାଇଲଟଙ୍କୁ ନିଯୁକ୍ତି ଦେବ ଏୟାର ଇଣ୍ଡିଆ

470 ନୂତନ ବିମାନ କ୍ରୟ କରିବ ଏୟାର ଇଣ୍ଡିଆ । ନିଯୁକ୍ତ ହେବେ ପ୍ରାୟ ହଜାରେ ନୂତନ ପାଇଲଟ । ଅଧିକ ପଢନ୍ତୁ

ହଜାରେ ନୂଆ ପାଇଲଟଙ୍କୁ ନିଯୁକ୍ତି ଦେବ ଏୟାର ଇଣ୍ଡିଆ

author img

By

Published : Apr 27, 2023, 10:39 PM IST

ନୂଆଦିଲ୍ଲୀ: ନିଜର ବ୍ୟବସାୟିକ ସମ୍ପ୍ରସାରଣ କରିବାକୁ ପ୍ରକ୍ରିୟା ଆରମ୍ଭ କରିସାରିଛି ରାଷ୍ଟ୍ରାୟତ ପରିଚାଳନାରୁ ଟାଟାସନ୍ସ ଅଧୀନକୁ ଯାଇଥିବା ଏୟାର ଇଣ୍ଡିଆ । ଏୟାର ଲାଇନ୍ସ ବିଶ୍ବର ପ୍ରମୁଖ ଏୟାରକ୍ରାଫ୍ଟ ନିର୍ମାତା ବୋଇଂ ଓ ଏୟାରବସଠାରୁ 470ଟି ନୂଆ ବିମାନ କିଣିବା ପାଇଁ ଅର୍ଡର ମଧ୍ୟ ଦେଇସାରିଛି । ନୂଆ ବିମାନ ସହ ସଂସ୍ଥା ତାର ମାନବ ସମ୍ବଳରେ ମଧ୍ୟ ଆବଶ୍ୟକତା ଅନୁସାରେ ବୃଦ୍ଧି କରିବାକୁ ଯାଉଛି । ତେଣୁ ଆସନ୍ତା କିଛି ମାସ ମଧ୍ୟରେ ଏୟାର ଇଣ୍ଡିଆ ପ୍ରାୟ 1 ହଜାର ନୂତନ ପାଇଲଟଙ୍କୁ ନିଯୁକ୍ତି ଦେବାକୁ ଯାଉଛି । ଏହି ନୂତନ ନିଯୁକ୍ତିରେ ଉଭୟ କ୍ୟାପଟେନ ଓ ଟ୍ରେନର୍ସ ବର୍ଗର ପାଇଲଟ ରହିବା ନେଇ ସୂଚନା ମିଳିଛି ।

ସଂସ୍ଥା ନିକଟରେ ଏବେ ପ୍ରାୟ 18 ଶହ ପାଇଲଟ ରହିଛନ୍ତି । ତେବେ ନୂତନ 470 ବିମାନ କ୍ରୟ ନିଷ୍ପତ୍ତି ପରେ ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି । କିଣା ହେବାକୁ ଥିବା ବିମାନରେ ବୃହତ ବିମାନ ବା ଓ୍ବାଇଡ ବଡି ଏୟାରକ୍ରାଫ୍ଟ ମଧ୍ୟ ରହିଛି । ଏୟାରବସ କମ୍ପାନୀଠାରୁ 210ଟି A320/321 Neo/XLR ଓ 40 ଟି A350-900/1000 ସିରିଜର ବିମାନ କିଣାଯିବାକୁ ଥିବା ବେଳେ ବୋଇଂ କମ୍ପାନୀ ଠାରୁ 190 ଟି 737-Max ଓ 20 ଟି 787s ଓ 10ଟି 777s ଟି ବିମାନ କିଣା ହେବା ନେଇ ଚୁକ୍ତି ହୋଇଛି । ଖୁବଶୀଘ୍ର ଏହି ଦୁଇ ନିର୍ମାତା କମ୍ପାନୀ ଏୟାର ଇଣ୍ଡିଆକୁ ପର୍ଯ୍ୟାୟକ୍ରମେ ବିମାନ ଯୋଗାଇବା ଆରମ୍ଭ କରିବେ ।

1932ରେ ଇଣ୍ଡିଆ ପ୍ରଥମେ ଟାଟା ଗ୍ରୁପ ଦ୍ବାରା ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ 1953 ମସିହାରେ ଏହା ଭାରତ ସରକାରଙ୍କ ଅଧୀନକୁ ଆସିଥିଲା । ସରକାରଙ୍କ ପରିଚାଳନାରେ ଏହି ଏକମାତ୍ର ରାଷ୍ଟ୍ରାୟତ ବିମାନ କମ୍ପାନୀ ଦେବାଳିଆ ହେବା ସ୍ଥିତିକୁ ଆସିଥିଲା । ଏହାକୁ ନିଲାମ କରିବାକୁ କେନ୍ଦ୍ର ସରକାର ପ୍ରକ୍ରୟା ଆରମ୍ଭ କରିବା ପରେ ଏହାର ପ୍ରତିଷ୍ଠାତା କମ୍ପାନୀ ଟାଟା ଗ୍ରୁପ ଏହାକୁ କ୍ରୟ କରିବାକୁ ଆଗ୍ରହ ପ୍ରକାଶ କରିଥିଲା ।

2021 ମସିହାରେ ପ୍ରାୟ 18 ହଜାର କୋଟି ଟଙ୍କାରେ ଏହି ନିଲାମ ପ୍ରକ୍ରିୟା ଶେଷ ହେବା ସହ ଏହାର ମାଲିକାନା ପୁଣି ଏହାର ମୂଳ କମ୍ପାନୀ ନିକଟକୁ ଚାଲିଯାଇଥିଲା । ସଂସ୍ଥାର ଘରୋଇକରଣ ହେବା ପରେ ଏହାର ଅଧିକୃତ କମ୍ପାନୀ ଟାଟାସନ୍ସ ଏହାର ପରିଚାଳନାଗତ ନୀତିରେ ଏକାଧିକ ପରିବର୍ତ୍ତନ କରିସାରିଛି । ଏହି କ୍ରମରେ ଏୟାର ଇଣ୍ଡଆ ଏବେ ପ୍ରାୟ 5ଶହ ନୂତନ ବିମାନ ସହ ବିଶ୍ବର ପ୍ରମୁଖ ଏୟାର ଲାଇନ୍ସ ହେବା ମାର୍ଗରେ ଅଗ୍ରସର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.