ଅମରାବତୀ: ଆନ୍ଧ୍ରପ୍ରଦେଶ ବିଜୟୱାଡା ନିକଟସ୍ଥ ଗାନାଭରମ ବିମାନ ବନ୍ଦରରେ ଏକ ବଡ ଦୁର୍ଘଟଣାରୁ ଏୟାର ଇଣ୍ଡିଆ ବିମାନ ବର୍ତ୍ତିଯାଇଛି । ଏହି ବିମାନରେ ପ୍ରାୟ 64 ଜଣ ଯାତ୍ରୀ ଯାତ୍ରା କରୁଥିବା ଜଣାପଡିଛି ।
ଗାନାଭରମ ବିମାନ ବନ୍ଦରରେ ଏହି ବିମାନଟି ଅବରତରଣ କରିବା ସମୟରେ ରନ-ୱେରେ ଥିବା ଖୁମ୍ବରେ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ବିମାନର ୱିଙ୍ଗ୍ସ ଭାଙ୍ଗି ଯିବା ଫଳରେ ଏକ ବଡ ଦୁର୍ଘଟଣାରୁ ଯାତ୍ରୀମାନେ ବର୍ତ୍ତିଯାଇଛନ୍ତି । ଏହି ବିମାନରେ ପ୍ରାୟ 64 ଜଣ ଯାତ୍ରୀ ଦୋହାରୁ ଗାନାଭରମକୁ ଯାତ୍ରା କରୁଥିଲେ । ତେବେ ଏପର୍ଯ୍ୟନ୍ତ କୌଣସି ଧନଜୀବନ କ୍ଷୟକ୍ଷତିର ସୂଚନା ମିଳିନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ