ETV Bharat / bharat

ରାଜସ୍ଥାନରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ଦିଲ୍ଲୀ ଆସୁଥିବା ଫ୍ଲାଇଟ୍, ପୁଣି ବିମାନ ଉଡାଣ ପଇଁ ମନାକଲେ ପାଇଲଟ !

author img

By

Published : Jun 26, 2023, 4:18 PM IST

ଖରାପ ପାଗ ଯୋଗୁ ଜୟପୁରରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ଲଣ୍ଡନରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ । ଡ୍ୟୁଟି ସୟମ ସୀମା ଅତିକ୍ରମ ଦର୍ଶାଇ ଉଡାଣ ପଇଁ ମନା କଲା ପାଇଲଟ । ଏୟାରଲାଇନ୍ସ ଦର୍ଶାଇଲା ଉଡାଣ ସମ୍ପର୍କିତ ନିର୍ଦ୍ଦେଶାବଳୀ । ଅଧିକ ପଢନ୍ତୁ

ଖରାପ ପାଗ ଯୋଗୁ ଏମରଜେନ୍ସି ଲ୍ୟାଣ୍ଡିଂ: ଡ୍ୟୁଟି ସୟମ ସୀମା ଦର୍ଶାଇ ଉଡାଣ ପଇଁ ମନା କଲା ପାଇଲଟ

ଜୟପୁର: ଲଣ୍ଡନରୁ ଦିଲ୍ଲୀ ଆସୁଥିଲା ଏୟାର ଇଣ୍ଡିଆ ବିମାନ । ହେଲେ ଖରାପ ପାଗ କରଣରରୁ ଦିଲ୍ଲୀ ପରିବର୍ତ୍ତେ ରାଜସ୍ଥାନର ଜୟପୁର ବିମାନ ବନ୍ଦରରେ ଜରୁରୀ ଅବତରଣ କଲା । ହେଲେ ଏହା ପରେ ବିମାନଟି ଆଉ ଦିଲ୍ଲୀ ଅଭିମୁଖେ ଉଡାଣ ଭରିନଥିଲା । କାରଣ ଜାଣିଲେ ଆପଣ ମଧ୍ଯ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଉଡାଣ ସମୟ ସୀମା ଅତିକ୍ରମ କରି ସାରିଥିବା କାରଣରୁ ପାଇଲଟ ବିମାନ ଉଡାଇବାକୁ ମନା କରିଦେଇଥିବା ଅଭିଯୋଗ ହୋଇଥିଲା ।

ଦୀର୍ଘ 5 ଘଣ୍ଟାରୁ ଅଧିକ ସମୟ ଧରି ଏହି ବିମାନ ଯାତ୍ରୀମାନେ ଜୟପୁର ବିମାନ ବନ୍ଦରରେ ଅଟକି ରହିଥିଲେ । ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ସ୍ବରୂପ ବିମାନ ଯୋଗାଇବାକୁ ସେମାନେ ଦାବି କରିଥିଲେ ସୁଦ୍ଧା ବିମାନ କମ୍ପାନୀ ସେମାନଙ୍କ ପଇଁ କିଛି ବ୍ୟବସ୍ଥା କରିନଥିଲା । ସେମାନେ ବିମାନ ବନ୍ଦରରେ ଏୟାରଲାଇନ୍ସ କାଉଣ୍ଟରରେ ନାରାବାଜୀ ମଧ୍ୟ କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ଘଟଣାଟି ଗତକାଲି (ରବିବାର)ର । ଲଣ୍ଡନରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍-112 ସକାଳ 4 ଟାରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବାର ଥିଲା । ଦୁର୍ଭାଗ୍ୟବଶତଃ, ପ୍ରତିକୂଳ ପାଗ କାରଣରୁ ଏହାକୁ ଜୟପୁରକୁ ଡାଇଭର୍ଟ କରିବାକୁ ପଡିଥିଲା । ହେଲେ ଏହା ପରେ ବିମାନର ପାଇଲଟ ଆଉ ଦିଲ୍ଲୀ ଅଭିମୁଖେ ବିମାନ ଉଡାଇବା ପାଇଁ ମନା କରିଥିବା ଯାତ୍ରୀମାନେ ଅଭିଯୋଗ କରିଥିଲେ । ଏହାକୁ ନେଇ ସଂସ୍ଥା ପକ୍ଷରୁ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ବେସାମରିକ ବିମାନ ଉଡାଣ ନିର୍ଦ୍ଦେଶାଳୟ (ଡିଜିସିଏ) ର ଗାଇଡଲାଇନ ଅନୁସାରେ ଜଣେ ପାଇଲଟ ଏକକାଳୀନ ନିର୍ଦ୍ଦିଷ୍ଟ କେତେ ଘଣ୍ଟା ପର୍ଯ୍ୟନ୍ତ ବିମାନ ଉଡାଇ ପାରିବେ ତାର ଏକ ନିୟମ ରହିଛି । ଏହା ପରେ ପାଇଲଟଙ୍କୁ ଉଡାଣ ପାଇଁ ଅନୁମତି ମିଳିପାରିବ ନାହିଁ । ତେଣୁ ସମ୍ପୃକ୍ତ ବିମାନର ପାଇଲଟ ଉଡାଣ କରିବା ନିୟମ ବାହାରେ ଥିଲା ବୋଲି ସଂସ୍ଥା କହିଥିଲା ।

ତେବେ ଏହି ବିମାନରେ 350 ଯାତ୍ରୀ ଥିଲେ । ସେମାନେ ପ୍ରାୟ 6 ଘଣ୍ଚାର ବିଳମ୍ବ ପରେ ନିଜ ଖର୍ଚ୍ଚରେ ଦିଲ୍ଲୀ ଫେରିଥିଲେ । କିଛି ଯାତ୍ରୀଙ୍କୁ ଦିଲ୍ଲୀ ଯିବା ପାଇଁ ଏୟାରଲାଇନ୍ସ ପକ୍ଷରୁ ଭଲଭୋ ବସର ବ୍ୟବସ୍ଥା କରାଯାଇଥିଲା । ହେଲେ କିଛି ଯାତ୍ରୀ ଏହି ସୁବିଧା ଗ୍ରହଣ କରିବା ପାଇଁ ମନା କରିଥିଲେ । ପରେ ଉକ୍ତ ବିମାନରେ ପାଇଲଟ ଓ ଅନ୍ୟ କ୍ର୍ଯୁ ସଦସ୍ୟଙ୍କୁ ପରିବର୍ତ୍ତନ କରି ପୁଣି ଦିଲ୍ଲୀ ଅଭିମୁଖେ ଯାତ୍ରା କରାଇଥିଲା ସମ୍ପୃକ୍ତ ବିମାନ ସଂସ୍ଥା । କିଛି ଯାତ୍ରୀ ମଧ୍ୟ ଯାତ୍ରା କରିଥିବା ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.