ETV Bharat / bharat

ବରିଷ୍ଠ ନାଗରିକଙ୍କ ଖୁସି ଖବର ଆଣିଲା Air India: ଟିକେଟର ବେସିକ ମୂଲ୍ୟରେ 50% ରିହାତି

ବରିଷ୍ଠ ନାଗରିକଙ୍କ ପାଇଁ ବଡ ରିହାତି ଆଣିଲା ଏୟାର ଇଣ୍ଡିଆ । ଦେଶ ଭିତରେ ଯାତ୍ରା ବେଳେ ଟିକେଟର ବେସିକ ମୂଲ୍ୟରେ 50 ପ୍ରତିଶତ ରିହାତି । ବୋର୍ଡିଂପାସ ନେବା ବେଳେ ଦେଖାଇାକୁ ହେବ ପରିଚୟପତ୍ର । ଅଧିକ ପଢନ୍ତୁ

author img

By

Published : Jun 1, 2022, 9:10 PM IST

ବରିଷ୍ଠ ନାଗରିକଙ୍କ ଖୁସି ଖବର ଆଣିଲା Air India: ଟିକେଟର ବେସିକ ମୂଲ୍ୟରେ 50 ପ୍ରତିଶତ ରିହାତି

ନୂଆଦିଲ୍ଲୀ: ଇନ୍ଧନ ଦର ବୃଦ୍ଧି ହେତୁ ବିମାନ ଟିକେଟ ମୂଲ୍ୟ ଆକାଶ ଛୁଆଁ ହେବାରେ ଲାଗିଲାଣି । ନିୟମିତ ବିମାନ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ବର୍ତ୍ତମାନ ବର୍ଦ୍ଧିତ ଦର ଚିନ୍ତା ବଢାଇଲାଣି । ଏହାରି ମଧ୍ୟରେ ବରିଷ୍ଠ ନାଗରିକ ବିମାନ ଯାତ୍ରୀଙ୍କ ପାଇଁ ବଡ ଘୋଷଣା କରିଛି ଏୟାର ଇଣ୍ଡିଆ ।

ଏୟାର ଇଣ୍ଡିଆ ୱେବସାଇଟ ଅନୁଯାୟୀ, 60 ବର୍ଷରୁ ଅଧିକ ବୟସ୍କ ଭାରତୀୟ ନାଗରିକଙ୍କୁ ଯାତ୍ରା ଟିକେଟର ସାଧାରଣ ମୂଲ୍ୟ (Basic price) ଉପରେ 50 ପ୍ରତିଶତ ରିହାତି ଦିଆଯିବ । ଏଥିପାଇଁ ସେମାନଙ୍କୁ ଯାତ୍ରାର ଅତି କମରେ ତିନି ଦିନ ପୂର୍ବରୁ ଟିକେଟ ବୁକ୍ କରିବାକୁ ପଡିବ । ଏହି ଅଫର କେବଳ ଇକୋନୋମି ବର୍ଗ ପାଇଁ ପ୍ରଦାନ କରାଯିବ ।

ଏହି ନୂତନ ଅଫର ପାଇଁ ସଂସ୍ଥା କିଛି ସର୍ତ୍ତାବଳୀ ମଧ୍ୟ ରଖିଛି । ଏହି ରିହାତି ପାଇବାକୁ ଥିବା ବରିଷ୍ଠ ନାଗରିକମାନଙ୍କୁ ବୋର୍ଡିଂ ପାସ ନେବା ବେଳେ ପରିଚୟପତ୍ର ଦେଖାଇବାକୁ ପଡିବ । ପରିଚୟପତ୍ର ବିନା ଏହି ସୁବିଧା ମିଳିପାରିବ ନାହିଁ । ସଂସ୍ଥାର ୱେବସାଇଟ୍ airindia.in ଅନୁଯାୟୀ, ଦେଶ ଭିତରେ ଯେକୌଣସି ଅଞ୍ଚଳ ଯାତ୍ରା ସମୟରେ ବରିଷ୍ଠ ନାଗରିକ ଏହି ରିହାତି ପାଇପାରିବେ । ଯଦି ବରିଷ୍ଠ ନାଗରିକମାନେ ଟିକେଟ୍ ବୁକ୍ କରିବା ପରେ ଯାତ୍ରା ତାରିଖରେ ପରିବର୍ତ୍ତନ କରିବାକୁ ଚାହାନ୍ତି, ତେବେ ସେମାନଙ୍କୁ ଅତିରିକ୍ତ ଭାବେ ରିସିଡ୍ୟୁଲ ଦେୟ ଦେବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.