ETV Bharat / bharat

500 ନୂଆ ବିମାନ କିଣିବ ଏୟାର ଇଣ୍ଡିଆ ! - ବିମାନ ନିର୍ମାଣକାରୀ ସଂସ୍ଥା ଏୟାରବସ୍ ଏବଂ ବୋଇଙ୍ଗ

ବିଶ୍ବର ଦୁଇ ପ୍ରମୁଖ ବିମାନ ନିର୍ମାଣକାରୀ ସଂସ୍ଥା ଏୟାରବସ୍ ଏବଂ ବୋଇଙ୍ଗରୁ 500 ନୂଆ ବିମାନ କିଣିବ ଏୟାର ଇଣ୍ଡିଆ । ଅଧିକ ପଢନ୍ତୁ

air-india-likely-to-buy-500-aircraft-worth-billions-from-airbus-boeing-reports
500 ନୂଆ ବିମାନ କିଣିବ ଏୟାର ଇଣ୍ଡିଆ !
author img

By

Published : Dec 12, 2022, 1:23 PM IST

ନୂଆଦିଲ୍ଲୀ: ଭାରତ ଇତିହାସରେ ପ୍ରଥମ । 500 ନୂଆ ବିମାନ କିଣିବ ଟାଟା ଗ୍ରୁପ(Tata Group) ଅଧିନରେ ପରିଚାଳିତ ଏୟାର ଇଣ୍ଡିଆ କମ୍ପାନୀ (Air India) । ୧୦ ବିଲିୟନ ଡଲାରରେ ବିମାନ କିଣିବା ନେଇ ବିଚାର କରୁଛି ଏୟାରଲାଇନ୍ସ କମ୍ପାନୀ ଏୟାର ଇଣ୍ଡିଆ । ବିଶ୍ବର ଦୁଇ ପ୍ରମୁଖ ବିମାନ ନିର୍ମାଣକାରୀ ସଂସ୍ଥା ଏୟାରବସ୍ ଏବଂ ବୋଇଂ(Airbus and Boeing)ରୁ ବିମାନ କିଣିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି । ହୋଇଥିବା ଚୁକ୍ତିଟି କମ୍ପାନୀ ମାଲିକଙ୍କ ଦ୍ବାରା କମ୍ପାନୀର ପୁନଃଉଦ୍ଧାର ପାଇଁ ଏକ ପ୍ରୟାସ ନେଇ ଆଲୋଚନା ହେଉଛି ।

ବିମାନ ନିର୍ମାଣକାରୀ ସଂସ୍ଥାକୁ କୋଟି କୋଟି ଟଙ୍କା ଦେଇ ପ୍ରାୟ 400 ନ୍ୟାରୋ ବଡି ଥିବା ଜେଟ ଏବଂ 100ରୁ ଅଧିକ ଓ୍ବାଇଡ ବଡିଥିବା ଜେଟ୍‌ କିଣିବ ଏୟାର ଇଣ୍ଡିଆ । ଏହାରି ମଧ୍ୟରେ ଏୟାରବସ୍ A350s ଏବଂ ବୋଇଂ 787s ଏବଂ 777s ମଧ୍ୟ ରହିଛି । ଏହି ଚୁକ୍ତିନାମା ବର୍ତ୍ତମାନ ପର୍ଯ୍ୟନ୍ତ ଶେଷ ହୋଇନଥିବାରୁ ଏୟାରବସ୍ ଏବଂ ବୋଇଂର ଅଧିକାରୀମାନେ ଏ ସମ୍ପର୍କରେ କିଛି କହିବାକୁ ମନା କରିଦେଇଛନ୍ତି । ସେପଟେ ଟାଟା ଗ୍ରୁପ ପକ୍ଷରୁ ଏ ସନ୍ଦର୍ଭରେ କୌଣସି ପ୍ରତିକ୍ରିୟା ଦେବାକୁ ଇଚ୍ଛା ପ୍ରକାଶ କରାଯାଇନାହିଁ ।

ଏହା ମଧ୍ୟ ପଢନ୍ତୁ-ଅନିଲ ଦେଶମୁଖଙ୍କୁ ଆଶ୍ବସ୍ତି, ଜାମିନ ମଞ୍ଜୁର କଲେ ବମ୍ବେ ହାଇକୋର୍ଟ

କିଛିଦିନ ପୂର୍ବେ 2024ରେ ଟାଟା ସନ୍ସ ଦ୍ବାରା ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଓ ଅନ୍ୟତମ ଭାରତୀୟ ବଜେଟ ଏୟାର ଲାଇନ୍ସ ଭିସ୍ତାରା ମର୍ଜ (ମିଶିବେ) ହେବାକୁ ଯାଉଥିବା ଟାଟା କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଥିଲା । ସରକାରୀ ମାଲିକାନାରୁ ଏୟାର ଇଣ୍ଡିଆ ଏବେ ଟାଟା ସନ୍ସ ଦ୍ବାରା ପରିଚାଳିତ ହେଉଛି । ତେବେ 2024ରେ ଏହି ଦୁଇ ଏୟାର ଲାଇନ୍ସର ଏକୀକରଣ ହେବାକୁ ଯାଉଥିବା କମ୍ପାନୀ ସୂଚନା ଦେଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.