ETV Bharat / bharat

ଚଳିତ ମାସ ୨୭ରେ ଟାଟାକୁ ହସ୍ତାନ୍ତର ହୋଇପାରେ Air India

author img

By

Published : Jan 24, 2022, 10:28 PM IST

ଜାନୁଆରୀ ୨୭ ରେ ଟାଟାକୁ ହସ୍ତାନ୍ତର ହୋଇପାରେ Air India । ଜାରି ରହିଛି କେନ୍ଦ୍ରର ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା । ଅଧିକ ପଢନ୍ତୁ

ଚଳିତ ମାସ ୨୭ରେ ଟାଟାକୁ ହସ୍ତାନ୍ତର ହୋଇପାରେ Air India
ଚଳିତ ମାସ ୨୭ରେ ଟାଟାକୁ ହସ୍ତାନ୍ତର ହୋଇପାରେ Air India

ନୂଆଦିଲ୍ଲୀ: ଚଳିତ ମାସ (ଜାନୁଆରୀ) 27 ତାରିଖରେ ଏକମାତ୍ର ରାଷ୍ଟ୍ରାୟତଃ ବିମାନ କମ୍ପାନୀ ଏୟାର ଇଣ୍ଡିଆର ମାଲିକାନା ତାର ନୂଆ ମାଲିକ ଟାଟା ଗ୍ରୁପକୁ ହସ୍ତାନ୍ତର ହୋଇପାରେ । ଏହି ଦିନ କମ୍ପାନୀରେ କେନ୍ଦ୍ର ସରକାର ବିନିଯୋଗ କରିଥିବା ଅଂଶଧନ ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହେଉଥିବାରୁ ଏହାର ମାଲିକାନା ବିଧିବଦ୍ଧ ଭାବେ ଟାଟାକୁ ହସ୍ତାନ୍ତର କରାଯାଇପାରେ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି ।

ଏୟାର ଇଣ୍ଡିଆର ଫାଇନାନ୍ସ ନିର୍ଦ୍ଦେଶକ ବିନୋଦ ହେଜମାଡି କର୍ମଚାରୀମାନଙ୍କୁ ଏକ ଇମେଲରେ କହିଛନ୍ତି, ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟାରେ ସମସ୍ତ ସହାୟତା ପ୍ରଦାନ ପୂର୍ବକ ସଂସ୍ଥା ବର୍ତ୍ତମାନ ପର୍ଯ୍ୟନ୍ତ ଏକ ଉତ୍କୃଷ୍ଟ କାର୍ଯ୍ୟ କରିଛି । ପରବର୍ତ୍ତୀ ତିନି ଦିନ କମ୍ପାନୀର କର୍ମଚାରୀଙ୍କ ପାଇଁ ବ୍ୟସ୍ତବହୁଳ ରହିବ । ତେବେ ପୁଞ୍ଜି ପ୍ରତ୍ୟାହାର ନେଇ ଶେଷ ବାଲାନ୍ସସିଟ ପ୍ରସ୍ତୁତ କରିବା ପରେ ଏହା ତାର ନୂଆ ମାଲିକାନାକୁ ସମ୍ପୂର୍ଣ୍ଣ ଭାବେ ହସ୍ତାନ୍ତର ହୋଇଯିବ ।

ସେହିପରି ଏୟାର ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ ଖବର ସରବରାହ ସଂସ୍ଥା ANIକୁ ସୂଚନା ଦେଇ କହିଛନ୍ତି, ଯଦି କୌଣସି କାରଣରୁ 27 ଜାନୁୟାରୀରେ ଏହି ପ୍ରକ୍ରିୟା ଶେଷ ହେବାରେ ବିଳମ୍ବ ଘଟେ ବା ସ୍ଥଗିତ ରଖାଯାଏ ତେବେ ମାସ ଶେଷ ମଧ୍ୟରେ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହେବ । ଗତ ବର୍ଷ ଟାଟା ସନ୍ସ ପ୍ରାଇଭେଟ ଲିମିଟେଡ ଏୟାର ଇଣ୍ଡିଆର ନିଲାମ ହାତେଇଥିଲା ।

ବ୍ୟୁରୋ ରିପୋର୍ଟ, ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.