ETV Bharat / bharat

ମଝି ଆକାଶରେ କାମ ଦେଲାନି ଚକା, ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ

author img

By

Published : Nov 10, 2021, 1:02 PM IST

ଆସାମରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ । ଚକା ଅକାମୀ ହୋଇଯିବା ଯୋଗୁଁ ଜରୁରୀ ଅବତରଣ କରିଥିବା ସୂଚନା । ଅଧିକ ପଢନ୍ତୁ...

ଆସାମରେ ଏୟାର ଇଣ୍ଡିଆର ଜରୁରୀ ଅବତରଣ
ଆସାମରେ ଏୟାର ଇଣ୍ଡିଆର ଜରୁରୀ ଅବତରଣ

ଗୌହାଟୀ: ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ । ବୁଧବାର ଆସାମ ସିଲଚାରରୁ ଉଡାଣ ଆରମ୍ଭ କରିବା ସମୟରେ ବିମାନ ଚକାରେ ତ୍ରୁଟି ଦେଖାଯାଇଥିଲା । ଯେଉଁ କାରଣରୁ ବିମାନକୁ ଜରୁରୀ ଅବତରଣ କରିବାକୁ ପଡିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆର A319 ବିମାନ ସିଲଚରସ୍ଥିତ କୁମ୍ଭଗ୍ରାମ ଏୟାରପୋର୍ଟରୁ କୋଲକାତା ଅଭିମୁଖେ ଉଡାଣ ଆରମ୍ଭ କରିଥିଲା । ବିମାନରେ ୧୦୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଥିଲେ । ହେଲେ ଟେକ୍-ଅଫ୍ ପରେ ଏହାର ଏକ ରିଅର ଚକା ଅକାମି ହୋଇଯାଇଥିଲା । ଏୟାର ଇଣ୍ଡିଆର ଏହି A319 ଏୟାରବସ ଦୁଇ ଇଞ୍ଜିନ ବିଶିଷ୍ଟ କ୍ଷୁଦ୍ର ତଥା ମଧ୍ୟମ ଧରଣର ବ୍ୟବସାୟିକ ଯାତ୍ରୀବାହୀ ବିମାନ । ଏଥିରେ ୧୨୪ ରୁ ୧୫୬ ଯାତ୍ରୀ ବହନର କ୍ଷମତା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.