ETV Bharat / bharat

ବାୟୁସେନାକୁ ବଳ, AN-32 ବିମାନର ସଫଳ ଅଭ୍ୟାସ

author img

By

Published : Jul 17, 2022, 11:01 AM IST

ବାୟୁସେନା ବିମାନ ଏଏନ-୩୨ର ଲ୍ୟାଣ୍ଡିଙ୍ଗ ଓ ଅବତରଣର ଅଭ୍ୟାସ ସଫଳ ହୋଇଛି । ଅଧିକ ପଢନ୍ତୁ

ବାୟୁସେନା ବିମାନ AN-32ର ଅଭ୍ୟାସ ସଫଳ
ବାୟୁସେନା ବିମାନ AN-32ର ଅଭ୍ୟାସ ସଫଳ

ଡେରାଡୁନ: ବାୟୁସେନା ବିମାନ ଏଏନ-୩୨ର ଲ୍ୟାଣ୍ଡିଙ୍ଗ ଓ ଟେକଅଫ ଅଭ୍ୟାସ ସଫଳ ହୋଇଛି । ଉତ୍ତରାଖଣ୍ଡର ଉତ୍ତରକାଶୀ ଚିନ୍ନାଲିସୌଡ ବିମାନ ବନ୍ଦରରେ ୩ ଥର ବିମାନ ଉଡାଣ ଓ ଅବତରଣ ସଫଳ ହୋଇଛି । ଏୟାରକ୍ରାର୍ଫ୍ଟ ପ୍ରଥମ ଥର ପାଇଁ ଗ୍ବାଲିୟର ଏୟାର ବେସରୁ ଚିନ୍ନାଲିସୌଡ ବିମାନବନ୍ଦର ଅଭିମୁଖେ ରୁଟିନ ଅଭ୍ୟାସ ପାଇଁ ଆସିଥିଲା ।

ଚିନ୍ନାଲିସୌଡ ବିମାନବନ୍ଦରକୁ ବାୟୁସେନାର ବରେଲି ଏୟାରବେସରୁ ଦୁଇ ଜଣିଆ କମ୍ୟୁନିକେସନ୍ ଟିମ ହେଲିକେପ୍ଟରରେ ଆସିଥିଲେ । ଏହାପରେ ଗ୍ବାଲିୟର ଏୟାରବେସରୁ ଏୟାରକ୍ରାଫ୍ଟ ଏଏନ ୩୨ ଉଡାଣ କରିଥିଲା । ଆକାଶରେ ସଫଳତାର ସହିତ ଉଡି ବୁଲିଥିବା ଏଏନ-୩୨ ବିମାନ । ୩ ଥର ଲ୍ୟାଣ୍ଡିଙ୍ଗ ଓ ଟେକଅଫ ଅଭ୍ୟାସ ସଫଳତାର ସହ ଶେଷ କରି ପୁନଃର୍ବାର ଗ୍ବାଲିୟର ଏୟାରବେସକୁ ଫେରିଥିଲା । ବିମାନର ଏହି ଅଭ୍ୟାସ ୩ ଦିନ ଧରି ଚାଲିବ । ଅଭ୍ୟାସରେ ନିୟୋଜିତ ଟିମ ଚିନ୍ନାଲିସୌଡ ବିମାନବନ୍ଦରେ ରହିଛନ୍ତି ।

ଚିନ୍ନାଲିସୌଡ ବିମାନ ବନ୍ଦରକୁ ଏୟାରବେସ୍ କରିବା ପାଇଁ IAF ଉତ୍ତରପ୍ରଦେଶ ସରକାରଙ୍କ ସମ୍ପ୍ରସାରଣ ପାଇଁ ଦାବୀ କରୁଛନ୍ତି । ଚିନ୍ନାଲିସୌଡ ଏୟାରଷ୍ଟ୍ରିପରୁ ଅନ୍ତର୍ଜାତୀୟ ସୀମାର ଦୂରତା ମାତ୍ର 125 ରୁ 130 କିଲୋମିଟର ମଧ୍ୟରେ ଅଛି, ତେଣୁ ସୀମାପାର ଦୃଷ୍ଟିକୋଣରୁ ଏହା ଗୁରୁତ୍ବପୂର୍ଣ୍ଣ ରହିଛି । ପୂର୍ବ ବର୍ଷଗୁଡିକରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଉଡ଼ାଣ ଏବଂ ଅବତରଣ ସମେତ ମାଲ ପରିବହନ ପାଇଁ ଅପରେସନ୍ ଗଗନ ଶକ୍ତି ନାମକ ବିମାନ ଅଭ୍ୟାସ କରିଛି ।

ଭାରତୀୟ ବାୟୁସେନାର AN 32 ବିମାନ ସୋଭିଏତ ସଂଘରୁ କ୍ରୟ କରାଯାଇଥିଲା । ବାୟୁସେନା ପରିବହନ ପାଇଁ ଏହି ବିମାନ ଗୁରୁତ୍ବପୂର୍ଣ୍ଣ, ଯାହା ସ୍ବଳ୍ପ ଏବଂ ଅସ୍ଥାୟୀ ରନୱେରେ ମଧ୍ୟ ଅବତରଣ କରିପାରିବ । ସର୍ବୋପରି, ଏହି ବିମାନ ଯେକୌଣସି ପାଗରେ ମଧ୍ୟ ଉଡିପାରିବ । ଭାରତ ପାଖରେ ପ୍ରାୟ 100ଟି AN 32 ବିମାନ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.