ETV Bharat / bharat

ବାୟୁସେନା କ୍ୟାଡେଟଙ୍କ ସନ୍ଦହଜନକ ମୃତ୍ୟୁ, 6 ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା

author img

By

Published : Sep 25, 2022, 3:06 PM IST

ବାୟୁସେନା କ୍ୟାଡେଟଙ୍କ ସନ୍ଦହଜନକ ମୃତ୍ୟୁ । ନିର୍ଯାତନା ଅଭିଯୋଗ ଆଣିଲେ ପରିବାର । 6 ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ

ବାୟୁସେନା କ୍ୟାଡେଟଙ୍କ ସନ୍ଦହଜନକ ମୃତ୍ୟୁ, 6 ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା
ବାୟୁସେନା କ୍ୟାଡେଟଙ୍କ ସନ୍ଦହଜନକ ମୃତ୍ୟୁ, 6 ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା

ବେଙ୍ଗାଲୁରୁ: ସହରରେ ଥିବା ଭାରତୀୟ ବାୟୁସେନା ପ୍ରଶିକ୍ଷଣ କଲେଜରେ (Air Force Technical College (AFTC) ଜଣେ 27 ବର୍ଷୀୟ ବାୟୁସେନା କ୍ୟାଡେଟଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ମୃତଦେହ ସନ୍ଦେହଜନକ ଭାବେ ମିଳିବା ପରେ 6 ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ତେବେ ଘଟଣା ନେଇ ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ସମ୍ପୃକ୍ତ 27 ବର୍ଷୀୟ କ୍ୟାଡେଟଙ୍କ ନାମରେ କୌଣସି କାର୍ଯ୍ୟକୁ ନେଇ କୋର୍ଟ ଅଫ ଇନକ୍ବାରୀ ନିର୍ଦ୍ଦେଶ ମିଳିଥିଲା । ଉକ୍ତ କାରଣରୁ କ୍ୟାଡେଟ ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି ।

ସ୍ଥାନୀୟ ପୋଲିସ ଅନୁସାରେ, ସମ୍ପୃକ୍ତ କ୍ୟାଡେଟଙ୍କ ନାମ ଅଙ୍କିତ ଝା । ସେ କ୍ୟାଡେଟ ଟ୍ରେନିଂ ଭାବେ ସେଠାରେ ପ୍ରଶିକ୍ଷିତ ହେଉଥିଲେ । ତେବେ ଏପରି ଘଟଣା ସାମ୍ନାକୁ ଆସିବା ପରେ ଅଙ୍କିତଙ୍କ ପରିବାର ଭିନ୍ନ ଅଭିଯୋଗ ଆଣିଛନ୍ତି । ତାଙ୍କୁ କଲେଜ ନିୟମିତ ନିର୍ଯାତନା ଦିଆଯାଉଥିଲା । ତେବେ ତଦନ୍ତ ଅନୁସାରେ, ସେ କୌଣସି କାରଣବଶତଃ କୋର୍ଟ ଅଫ ଇନକ୍ୟୁରୀର ସାମ୍ନା କରୁଥିବାବେଳେ, ନିଜ ଦାୟିତ୍ବରୁ ଡିସଚାର୍ଜ ରହିଥିଲେ । ଏପରି ସ୍ଥଳେ 6 ଜଣ ଅଧିକାରୀଙ୍କ ନାମରେ ହତ୍ୟା ମାମଲା ଦାଏର କରାଯାଇଛି । ତଦନ୍ତ ପରେ ଯାହା କିଛି ସ୍ପଷ୍ଟ ହେବା ନେଇ ପୋଲିସ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.