ETV Bharat / bharat

MP Air crash: ମିଳିଲା ମିରାଜର ବ୍ଲାକବକ୍ସ, ସୁଖୋଇର ଡାଟା ରେକର୍ଡର୍, ଜନ୍ମମାଟିରେ ପହଞ୍ଚିଲା ୱିଙ୍ଗ କମାଣ୍ଡରଙ୍କ ମରଶରୀର

author img

By

Published : Jan 29, 2023, 5:28 PM IST

ମଧ୍ୟପ୍ରଦେଶରେ ସୁଖୋଇ-୩୦ ଓ ମିରାଜ ୨୦୦୦ ଯୁଦ୍ଧ ବିମାନ ଦୁର୍ଘଟଣା । ସ୍ବତନ୍ତ୍ର ବିମାନ ଯୋଗେ ଜନ୍ମମାଟିରେ ପହଞ୍ଚିଲା ୱିଙ୍ଗ କମାଣ୍ଡରଙ୍କ ମରଶରୀର । ଅଧିକ ପଢନ୍ତୁ

ଜନ୍ମମାଟିରେ ପହଞ୍ଚିଲା ୱିଙ୍ଗ କମାଣ୍ଡରଙ୍କ ମରଶରୀର

ବେଙ୍ଗାଲୁରୁ: ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ଗତକାଲି ହୋଇଥିବା ଯୁଦ୍ଧ ବିମାନ ଦୁର୍ଘଟଣାର କାରଣ କହିବ ବ୍ଲାକବକ୍ସ । ସର୍ଚ୍ଚ ଅପରେସନ ବେଳେ ଦୁର୍ଘଟଣାସ୍ଥଳରୁ ମିରାଜ-୨୦୦୦ ବିମାନର ବ୍ଲାକବକ୍ସ ଠାବ ହୋଇଛି । ଏହାସହିତ ସୁଖୋଇ-୩୦ର ବିମାନର ଫ୍ଲାଇଟ ଡେଟା ରେକର୍ଡର କିଛି ଅଂଶ ମଧ୍ୟ ମିଳିଥିବା ସୂଚନା ମିଳିଛି । ଗତକାଲି ଉଡାଣ ଭରିବା ସମୟରେ ମଝି ଆକାଶରେ ଏହି ଦୁଇ ଯୁଦ୍ଧ ବିମାନ ଧକ୍କା ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଏ ସମ୍ପର୍କରେ ବାୟୁସେନା ପକ୍ଷରୁ ଏଯାବତ୍ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ତେବେ କେଉଁ ପରିସ୍ଥିତିରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା ତା'ର କାରଣ ଏବେ ବ୍ଲାକବକ୍ସ ମିଳିବା ପରେ ଜଣାପଡିବ ବୋଲି ଆଶା କରାଯାଉଛି ।

ଅନ୍ୟପଟେ ଏହି ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବାୟୁସେନାର ୩୫ ବର୍ଷୀୟ ୱିଙ୍ଗ କମାଣ୍ଡର ହନୁମନ୍ଥ ରାଓ ସାରଥୀଙ୍କ ମରଶରୀର ଆଜି ତାଙ୍କର କର୍ଣ୍ଣାଟକ ବେଲଗାଭି ସ୍ଥିତ ବାସଭବନରେ ପହଞ୍ଚିଛି । ଭାରତୀୟ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଶହୀଦ ପାଇଲଟଙ୍କ ପାର୍ଥିବ ଶରୀର ବେଲଗାଭି ନିଆଯାଇଛି । ଏହିଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।

ଏହାମଧ୍ୟ ପଢନ୍ତୁ: ମଧ୍ୟପ୍ରଦେଶରେ ଯୁଦ୍ଧବିମାନ ଦୁର୍ଘଟଣା: ୱିଙ୍ଗ କମାଣ୍ଡର ହନୁମନ୍ଥ ରାଓ ସାରଥୀ ଶହୀଦ, ଜାଣନ୍ତୁ ତାଙ୍କ ସମ୍ପର୍କରେ

ଶନିବାର ସକାଳେ ମଧ୍ୟପ୍ରଦେଶ ଗ୍ବାଲିୟର ଏୟାରବେସ୍‌ରୁ ବାୟୁସେନାର ଦୁଇ ଲଢୁଆ ବିମାନ ସୁଖୋଇ-୩୦ ଓ ମିରାଜ-୨୦୦୦ ଉଡାଣ ଭରିଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଦୁଇ ପାଇଲଟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୱିଙ୍ଗ କମାଣ୍ଡର ହନୁମନ୍ଥ ରାଓ ସାରଥୀଙ୍କ ମୃତ୍ୟୁ ହୋଇଥିଲା । ମୃତ ୱିଙ୍ଗ କମାଣ୍ଡରଙ୍କ ଘର କର୍ଣ୍ଣାଟକ ରାଜ୍ୟର ବେଲଗାଭି ଅଞ୍ଚଳରେ । ତାଙ୍କର ୩ ବର୍ଷର ଗୋଟିଏ ଝିଅ ବର୍ଷକର ପୁଅ ଅଛି । ହନୁମନ୍ଥ ରାଓଙ୍କ ବାପା ରେବାନସିଦ୍ଦାପ୍ପା ଭାରତୀୟ ସେନାର କ୍ୟାପ୍ଟେନ ଭାବେ କାର୍ଯ୍ୟ କରି ଅବସର ନେଇଛନ୍ତି । ତାଙ୍କର ଭାଇ ପ୍ରବୀଣ ମଧ୍ୟ ବାୟୁସେନାରେ ଗ୍ରୁପ କ୍ୟାପ୍ଟେନ ଅଛନ୍ତି ।

ଗତକାଲି ଗୋଟିଏ ଦିନରେ ଭାରତୀୟ ବାୟୁସେନାର ତିନି ତିନୋଟି ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମଧ୍ୟପ୍ରଦେଶ ବିମାନ ଦୁର୍ଘଟଣାର କିଛି ସମୟ ପୂର୍ବରୁ ଉତ୍ତରପ୍ରଦେଶ ଆଗ୍ରାରୁ ଉଡାଣ ଭରିଥିବା ଏକ ଚାଟାର୍ଡ ଏୟାରକ୍ରାପ୍ଟ ରାଜସ୍ଥାନର ଭରତପୁରରେ ଦୁର୍ଘଟଣାର ଶିକାର ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.