ଚେନ୍ନାଇ: ତାମିଲନାଡୁ଼ ବିଧାନସଭା ନିର୍ବାଚନରେ ଏଆଇଏଡିଏମକେ ସଭାପତି କେ ପଲାନିସ୍ବାମୀଙ୍କ ରେକର୍ଡ । ଇଦାପାଦ୍ଦି ବିଧାନସଭା ଆସନରେ 50 ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି କେ. ପଲାନିସ୍ବାମୀ । ଏହି ବିଜୟ ହାସଲ କରି ସେ ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ଇତିହାସ ସୃଷ୍ଟି କରିଛନ୍ତି । ଗୋଟିଏ ଆସନରେ ସେ ଲଗାତାର ତିନି ଥର ବିଜୟୀ ହୋଇଛନ୍ତି ।
ଏହି ବିଧାନସଭା ଆସନରେ ଡିଏମକେ ପ୍ରାର୍ଥୀ ସମତ କୁମାରଙ୍କ ସହ ପାଲାନିସ୍ବାମୀ ପ୍ରତିଦ୍ବନ୍ଦିତା କରୁଥିଲେ । ଶେଷ ରାଉଣ୍ଡ ଗଣତି ବେଳକୁ ଡିଏମକେ ପ୍ରାର୍ଥୀ ସମତ କୁମାରଙ୍କୁ ମାତ୍ର 50 ହଜାର 163 ଭୋଟ ମିଳିଥିଲା । ତେବେ ତାଙ୍କଠାରୁ 50 ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି କେ ପାଲାନିସ୍ବାମୀ ।
ବିଧାନସଭା ନିର୍ବାଚନ ଭୋଟ ଗଣତିରେ 146ଟି ଆସନରେ ଆଗୁଆ ରହିଛି ଡିଏମକେ । ଏହି ସବୁ ଆସନରୁ ବିଜୟୀ ହୋଇ ରାଜ୍ୟରେ ଡିଏମକେ ସରକାର ଗଢ଼ିବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଛି । ଏହାକୁ ନେଇ ଦଳ ସଭାପତିଙ୍କ ନିକଟକୁ ବହୁ ପ୍ରମୁଖ ରାଜନୈତିକ ଦଳ ନେତା ଶୁଭେଚ୍ଛା ଜଣାଇଛନ୍ତି ଏମକେ ଷ୍ଟାଲିନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତ ଦଳୀୟ ନେତା ଓ କର୍ମୀଙ୍କୁ କୋଭିଡ ନିୟମ ମାନି ଉତ୍ସବ ପାଳିବାକୁ ନିବେଦନ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ