ETV Bharat / bharat

କୋର୍ଟଙ୍କ ରାୟ ପରେ AIADMK ସାଧାରଣ ପରିଷଦ ବୈଠକ ଆରମ୍ଭ, କାର୍ଯ୍ୟାଳୟରେ ଭଙ୍ଗାରୁଜା - AIADMK ନେତା ପଲନିସାମି

AIADMK କାର୍ଯ୍ୟାଳୟରେ ଭଙ୍ଗାରୁଜା । ମାଡ୍ରାସ ହାଇକୋର୍ଟଙ୍କ ରାୟ ପରେ ଦଳର ସାଧାରଣ ପରିଷଦ ବୈଠକ ଆରମ୍ଭ । ଅଧ୍ୟକ୍ଷତା କରୁଛନ୍ତି ପଲାନିସାମୀ । ପାରିତ ହୋଇପାରେ 16 ଟି ସଙ୍କଳ୍ପ । ଅଧିକ ପଢନ୍ତୁ

AIADMK leadership tussle: ହାଇକୋର୍ଟଙ୍କ ରାୟ ପରେ AIADMK ସାଧାରଣ ପରିଷଦ ବୈଠକ ଆରମ୍ଭ, କାର୍ଯ୍ୟାଳୟରେ ଭଙ୍ଗାରୁଜା

author img

By

Published : Jul 11, 2022, 10:55 AM IST

ଚେନ୍ନାଇ: ମାଡ୍ରାସ ଉଚ୍ଚ ନ୍ୟାୟାଳୟଙ୍କ ରାୟ ପରେ ଆଜି ବସିଛି AIADMK ସାଧାରଣ ପରିଷଦ ବୈଠକ । ଏହି ବୈଠକ ବର୍ତ୍ତମାନ ଜାରି ରହିଥିବା ବେଳେ ଏଥିରେ ଅଧ୍ୟକ୍ଷତା କରୁଛନ୍ତି ପାର୍ଟିି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପଲାନିସାମି । ତେବେ ଆଜି ବୈଠକରେ ଦଳ 16 ଗୁରୁତ୍ବପୂର୍ଣ୍ଣ ସଙ୍କଳ୍ପ ଆଣିବା ନେଇ ଆଶା କରାଯାଉଛି । ଅନ୍ୟପଟେ ପଲାନିସାମିଙ୍କ ଗୋଷ୍ଠୀ ବିରୋଧରେ କୋର୍ଟକୁ ଯାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଳଳିତାଙ୍କ ଅନୁଗତ ପନିର ସେଲଭମଙ୍କୁ କିନ୍ତୁ କୋର୍ଟରୁ ଝଟକା ଲାଗିଛି । ବୈଠକକୁ ସ୍ଥଗିତ ରଖିବାକୁ ପନିର ସେଲଭମ କରିଥିବା ଆବେଦନକୁ ଖାରଜ କରିଛନ୍ତି କୋର୍ଟ ।

AIADMK leadership tussle: ହାଇକୋର୍ଟଙ୍କ ରାୟ ପରେ AIADMK ସାଧାରଣ ପରିଷଦ ବୈଠକ ଆରମ୍ଭ, କାର୍ଯ୍ୟାଳୟରେ ଭଙ୍ଗାରୁଜା

2016 ରେ ଜୟଳଳିତାଙ୍କ ଦେହାନ୍ତ ପରେ ଦଳରେ ଦୁଇଟି ନେତୃତ୍ବ କାର୍ଯ୍ୟ କରୁଛି । ପନିର ସେଲଭମ ଦଳର ସଂଯୋଜକ ପଦବୀରେ ରହିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ପଲାନିସାମି ସହ ସଂଯୋଜକ ଭାବେ ଦାୟିତ୍ବ ନିଭାଇଆସୁଥଲେ । ପଲାନିସାମୀ ଦଳର ଏକକ ନେତୃତ୍ବ ଚାହୁଁଥିବା ବେଳେ ଏହକୁ ବିରୋଧ କରିଆସୁଥିଲେ ସେଲଭମ । ଜୁନ 23ରେ ବସିଥିବା ସାଧାରଣ ପରିଷଦ ବୈଠକରେ ପଲାମୀଙ୍କ ଗୋଷ୍ଠୀ ଦଳୀୟ ବୈଠକରେ ଏକ ସଙ୍କଳ୍ପ ପାରିତ କରି ଏକକ ନେତୃତ୍ବ ନିର୍ଣ୍ଣୟକୁ ଅନୁମୋଦନ ଦେବା ପାଇଁ ଚାପ ସୃଷ୍ଟି କରୁଥିଲେ । ଏହାକୁ ଦଳୀୟ ସମ୍ବିଧାନ (party bylaw)ର ଉଲ୍ଲଙ୍ଘନ ବୋଲି ଦର୍ଶାଇଥିଲେ ସେଲଭମ ।

ମାମଲା କୋର୍ଟରେ ପହଞ୍ଚିଥିଲା । ବୈଠକ ହେଲେ ପଲାନିସାମିଙ୍କ ଗୋଷ୍ଠୀ ଏକକ ନେତୃତ୍ବ ନେଇ ସଙ୍କଳ୍ପ ପାରିତ କରିବା ଭୟରେ ବୈଠକ ସ୍ଥଗିତ ରଖିବାକୁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସେଲଭମ । ତେବେ ଆଜି ଏହି ମାମଲାର ଶୁଣାଣି କରି ମାଡ୍ରାସ ହାଇକୋର୍ଟ ସାଧାରଣ ପରିଷଦ ବୈଠକକୁ ଅନୁମତି ଦେବା ପରେ ପନିରସେଲଭମଙ୍କ ଅଧ୍ୟକ୍ଷତା ବୈଠକ ଜାରି ରହିଛି । ବିବାଦୀୟ ଏକକ ନେତୃତ୍ବ ନେଇ ମଧ୍ୟ ସଙ୍କଳ୍ପ ପାରିତ କରିବାର ସମ୍ଭବାନା ମଧ୍ୟ ଯଥେଷ୍ଟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.