ETV Bharat / bharat

Urinating Incident: 14ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଅଭିଯୁକ୍ତ

author img

By

Published : Jan 7, 2023, 4:57 PM IST

14 ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ବିମାନରେ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୁକ୍ତ ଶଙ୍କର ମିଶ୍ରା । ସକାଳେ ବେଙ୍ଗାଲୁରୁରୁ ଗିରଫ କରି ଦିଲ୍ଲୀ ଆଣିଥିଲା ପୋଲିସ । ଡେସେମ୍ବର 6 ତାରିଖରେ ଘଟିଥିଲା ଘଟଣା (AI passenger urinating incident)। ଅଧିକ ପଢନ୍ତୁ

14 ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଅଭିଯୁକ୍ତ

ନୂଆଦିଲ୍ଲୀ: ଡିସେମ୍ବର 6 ତାରିଖରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରି ଗିରଫ ହୋଇଥିବା ଶଙ୍କର ମିଶ୍ରାଙ୍କୁ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି କୋର୍ଟ । ଆଜି (ଶନିବାର) ସକାଳେ ତାଙ୍କୁ ବେଙ୍ଗାଲୁରୁରୁ ଗିରଫ କରାଯିବା ପରେ ଦିଲ୍ଲୀ ଅଣାଯାଇଥିଲା । ଆଜି ଅପରାହ୍ନରେ ତାଙ୍କୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ହାଜର କରିଥିଲା ପୋଲିସ । ତେବେ କୋର୍ଟ ତାଙ୍କୁ 14ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଇଛନ୍ତି (accused Shankar Mishra to 14 days judicial custody)।

  • AI passenger urinating incident of Nov 26 | Delhi's Patiala House Court sends accused Shankar Mishra to 14 days judicial custody pic.twitter.com/7KrXYObI5J

    — ANI (@ANI) January 7, 2023 " class="align-text-top noRightClick twitterSection" data=" ">

ଗତ ବୁଧବାର ଦିନ ଏୟାର ଇଣ୍ଡିଆ ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ପରେ ଗୁରୁବାର ଅଭିଯୁକ୍ତଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଲୁକ୍‌ ଆଉଟ୍‌ ସର୍କୁଲାର (LOC) ଜାରି କରିଥିଲା । ଘଟଣାର ପ୍ରାୟ 6 ସପ୍ତାହ ପରେ ଏହି କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି । ଆଜି ବେଙ୍ଗାଲୁରୁରୁ ଶଙ୍କର ମିଶ୍ରାଙ୍କୁ ଗିରଫ କରି ଦିଲ୍ଲୀରେ କୋର୍ଟରେ ହାଜର କରିଥିଲା ପୋଲିସ ।

ଡିସେମ୍ବର 6 ତାରିଖରେ ଏହି ଘଟଣା ଘଟିଥିଲେ ସୁଦ୍ଧା ଦୁଇ ଯାତ୍ରୀଙ୍କ ମଧ୍ୟରେ ଆଲୋଚନା ଓ କ୍ଷମା ପ୍ରାର୍ଥନା ପରେ ଅଭିଯୁକ୍ତ ଶଙ୍କରଙ୍କୁ ଛାଡି ଦିଆଯାଇଥିବା ସୂଚନା ମିଳିଥିଲା । ପରେ ଏହି ଘଟଣା ପୁଣି ଖବରର ମୁଖ୍ୟସ୍ରୋତକୁ ଫେରିଥିଲା । ଦିଲ୍ଲୀ ପୋଲିସ ଘଟଣାରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୫୪, ୫୦୯, ୫୧୦ ରେ ଏବଂ ୨୩ ଅନୁଯାୟୀ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ଗତକାଲି (ଶୁକ୍ରବାର) ଦିଲ୍ଲୀ ପୋଲିସ ବିମାନ କମ୍ପାନୀର ୬ରୁ ୮ ଜଣ କ୍ରୁ ସଦସ୍ୟଙ୍କୁ ସମନ ଜାରି କରିଥିଲା । ସେମାନଙ୍କ ମଧ୍ୟରେ ବିମାନର ପାଇଲଟ ମଧ୍ୟ ଅନ୍ତର୍ଭୁକ୍ତ ଥିଲେ । ତେବେ ଆଜି ଶଙ୍କର ଗିରଫ ହୋଇ କୋର୍ଟ ଫରଓ୍ବାର୍ଡ ହେବା ପରେ ତାଙ୍କୁ 14 ଦିନ ପାଇଁ ବିଚାର ବିଭାଗୀୟ ଜେଲକୁ ପଠାଇ ଦିଆଯାଇଛି ।

ଅନ୍ୟପଟେ ଆଜି ବିମାନ କମ୍ପାନୀ ମଧ୍ୟ ନିଜ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ କରିଛି ଏୟାର ଇଣ୍ଡିଆ । ଡିସେମ୍ବର 6 ଓ ପୂର୍ବରୁ ନଭେମ୍ବର 26 ରେ ହୋଇଥିବା ସମାନ ଘଟଣାରେ ଜଣେ ପାଇଟଲ ଓ 4 କ୍ର୍ୟୁ ସଦସ୍ୟଙ୍କୁ ଦାୟିତ୍ବରୁ ଅପସାରଣ କରିଛି ସଂସ୍ଥା । ମିଳିଛି (mid air urination incidents in Air india flight )। ଏହି ପାଇଲଟଙ୍କ ସମେତ କ୍ର୍ୟୁ ସଦସ୍ୟମାନେ ଉକ୍ତ ଦୁଇ ଘଟଣାରେ ବିମାନ ଉଡାଣ ଦାୟିତ୍ବରେ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.