ଗାନ୍ଧୀନଗର: ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ 50 ଲକ୍ଷ ଟଙ୍କା ଲୁଟିନେଲେ 4 ଦୁର୍ବୃତ୍ତ। ଗୁଜୁରାଟର ଅହମ୍ମଦାବାଦରେ ଏଭଳି ଘଟଣା ଘଟିଛି। ଲୁଟର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ବେଳେ ଓଧାବ ଥାନା ପୋଲିସ ଘଟଣାର ତଦନ୍ତ ଜାରି କରିଛି।
ଅହମ୍ମଦାବାଦର ଓଧାବ ଅଞ୍ଚଳରେ ମାତିଛନ୍ତି ଡକାୟତ । ଘଟଣା ଅନୁଯାୟୀ ପିଏମ ଏଣ୍ଟରପ୍ରାଇଜେସ ନାମକ ଏକ ସଂସ୍ଥାରୁ 4 ଜଣ ଦୁର୍ବୃତ୍ତ ବନ୍ଧୁକ ଏବଂ ମାରଣାସ୍ତ୍ର ଦେଖାଇ ପ୍ରଥମେ ଧମକ ଦେଇଥିଲେ। ଏହା 50 ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଘଟଣା ସମୟରେ 2 ଜଣ ଶ୍ରମିକ ସମେତ 4 ଜଣ ଉପସ୍ଥିତ ଥିଲେ। ଲୁଟପରେ ସେମାନେ ସେଠାରେ ଖସି ବାହାରୁ କାର୍ଯ୍ୟାଳୟର ସମସ୍ତ କବାଟ ବାହାରୁ ବନ୍ଦ କରିଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା ଏବଂ ସିସିଟିଭି ଫୁଟେଜ ଆଧାରରେ ମାମଲାର ତଦନ୍ତ ଆରମ୍ଭ କରିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ