ETV Bharat / bharat

ଅଗ୍ନିପଥ ଯୋଜନା ଯବାନଙ୍କ ଭବିଷ୍ୟତ ଆଶା ସହ ଧୋକା: ମେଘାଳୟ ରାଜ୍ୟପାଳ

author img

By

Published : Jun 27, 2022, 1:02 PM IST

ଅଗ୍ନିପଥ ଯୋଜନାକୁ ନେଇ ବର୍ଷିଲେ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । କହିଲେ ଏହି ଯୋଜନା ଭବିଷ୍ୟତ ଯବାନଙ୍କ ଆଶା ଓ ବିଶ୍ବାସ ସହ ଧୋକା । ସେବା ନିବୃତ୍ତ ହେବା ପରେ ବିବାହ ପାଇଁ ସମସ୍ୟା ସାମ୍ନା କରିବେ ଅଗ୍ନିବୀର । ଅଧିକ ପଢନ୍ତୁ

ଅଗ୍ନିପଥ ଯୋଜନା ଯବାନ ବିରୋଧୀ: ମେଘାଳୟ ରାଜ୍ୟପାଳ

ଲକ୍ଷ୍ନୌ: କେନ୍ଦ୍ର ଆଣିଥିବା ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ତୁମ୍ବିତୋଫାନ ଲାଗି ରହିଛି । ବିରୋଧୀ ଏହାକୁ ନେଇ ସରକାରଙ୍କୁ ଆକ୍ରମଣ କରୁଥିବା ବେଳେ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ମଧ୍ୟ ଅଗ୍ନିପଥ ଯୋଜନାକୁ କଡା ସମାଲୋଚନା କରିଛନ୍ତି । ଏହି ଯୋଜନା ଏକ ଠକେଇ ଓ ଭବିଷ୍ୟତର ଯବାନଙ୍କ ଆଶା ଓ ବିଶ୍ବାସ ସହ ଏକ ଧୋକା ବୋଲି ମଧ୍ୟ କହିବାକୁ ପଛାଇ ନାହାନ୍ତି ମଲ୍ଲିକ ।

ଗତକାଲି ମଲ୍ଲିକ କହିଛନ୍ତି ସେନାରେ 4 ବର୍ଷ କାର୍ଯ୍ଯ ଶେଷ କରି ବିନା ପେସନସନରେ ଅବସର ନେବା ପରେ ଅଗ୍ନିବୀରଙ୍କୁ ବିବାହ ଯୋଗ୍ୟ ପ୍ରସ୍ତାବ ମଧ୍ୟ ମିଳିବ ନାହିଁ । ପୂର୍ବରୁ ଜମ୍ମୁ କାଶ୍ମୀର ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଇ ସାରିଥିବା ଓ ଏବେ ମେଘାଳୟର ରାଜ୍ୟପାଳ ଦାୟିତ୍ବରେ ଥିବା ମଲ୍ଲିକ ପୂର୍ବରୁ ମଧ୍ୟ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ତୀକ୍ଷ୍ଣ ସମୋଲୋଚନା କରି ଆସିଛନ୍ତି । ଏହି ଯୋଜନାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଥିବା ବେଳେ ରାଜ୍ୟପାଳ ମଲ୍ଲିକଙ୍କ ଏବି ବୟାନ ବିରୋଧୀ ସମାଲୋଚନା ପାଇଁ ବଳ ଯୋଗାଇଛି ।

ମଲ୍ଲିକ କହିଛନ୍ତି, ଏହି ଯୋଜନାରେ ଭର୍ତ୍ତି ହେବାକୁ ଥିବା ଯବାନମାନେ ମାତ୍ର 6 ମାସ ପ୍ରଶିକ୍ଷଣ ପାଇବେ, ଅନ୍ୟ 6 ମାସ ସେମାନଙ୍କୁ ଛୁଟି ଆକାରରେ ମଧ୍ୟ ମିଳିବ । ଅବଶିଷ୍ଟ 3 ବର୍ଷର କାର୍ଯକାଳ ଶେଷ କରି ସେମାନେ ସେବା ନିବୃତ୍ତ ହୋଇ ଫେରିବା ପରେ ଏକ ବିବାହ ପ୍ରସ୍ତାବ ମଧ୍ୟ ପାଇବା କଷ୍ଟସାଧ୍ୟ ହୋଇପଡିବ । ଏହି ଯୋଜନା ସମ୍ପୂର୍ଣ୍ଣ ଭାବେ ଭବିଷ୍ୟତ ଯବାନଙ୍କ ଆଶା ସହ ଧୋକା ବୋଲି ମଧ୍ୟ ମଲ୍ଲିକ ସିଧାସଳଖ କହିବାକୁ ପଛାଇନାହାନ୍ତି ।

ଯଦି ଏହି ସରକାର ବିରୋଧୀ ମନ୍ତବ୍ୟ ପାଇଁ ତାଙ୍କୁ ପଦ ଛାଡିବାକୁ ପଡେ, ତେବେ ସେ କ’ଣ କରିବେ ପ୍ରଶ୍ନରେ, ସତ୍ୟପାଲ କହିଛନ୍ତି ତାଙ୍କୁ ରାଜ୍ୟପାଳ ଆସନରେ ବସାଇଥିବା ବ୍ୟକ୍ତି ଯଦି ଏପରି ଚାହାନ୍ତି, ତେବେ ସେ ଅବିଳମ୍ବେ ପଦ ଛାଡିବାକୁ ପ୍ରସ୍ତୁତ ଅଛନ୍ତି । ପୂର୍ବରୁ ମଧ୍ୟ ମଲ୍ଲିକ ବିଜେପି ସରକାରଙ୍କ ବିରୋଧରେ ଏକାଧିକ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିସରକୁ ଆସି ସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.