ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ଦିନ ନିଜର ବାସଭବନରେ ଜଣେ ପରିବା ବିକାଳିଙ୍କୁ ଭେଟିଛନ୍ତି ଓ ତାଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଛନ୍ତି । ସେହି ପରିବା ବିକାଳିଙ୍କ ନାମ ରାମେଶ୍ବର । ମାସେ ତଳେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଦରଦାମ୍ ବୃଦ୍ଧି ଯୋଗୁଁ ସହୁଥିବା ଯନ୍ତ୍ରଣା ବଖାଣିଥିଲେ ଓ ରାହୁଲଙ୍କୁ ଭେଟିବାକୁ ଚାହୁଁଛନ୍ତି ବୋଲି କହିଥିଲେ । ଏହାପରେ ରାହୁଲ ଗାନ୍ଧୀ ଗତକାଲି ରାମେଶ୍ବରଙ୍କୁ ନିଜ ବାସଭବନକୁ ଡକାଇ ତାଙ୍କ ସହ ଏକାଠି ଭୋଜନ କରିଛନ୍ତି । ସେ ଏହି ସମୟର ଏକ ଫଟୋ 'X'ରେ ସେୟାର କରିଛନ୍ତି ।
-
रामेश्वर जी एक ज़िंदादिल इंसान हैं!
— Rahul Gandhi (@RahulGandhi) August 14, 2023 " class="align-text-top noRightClick twitterSection" data="
उनमें करोड़ों भारतीयों के सहज स्वभाव की झलक दिखती है।
विपरीत परिस्थितियों में भी मुस्कुराते हुए मज़बूती से आगे बढ़ने वाले ही सही मायने में 'भारत भाग्य विधाता' हैं। pic.twitter.com/DjOrqzLwhj
">रामेश्वर जी एक ज़िंदादिल इंसान हैं!
— Rahul Gandhi (@RahulGandhi) August 14, 2023
उनमें करोड़ों भारतीयों के सहज स्वभाव की झलक दिखती है।
विपरीत परिस्थितियों में भी मुस्कुराते हुए मज़बूती से आगे बढ़ने वाले ही सही मायने में 'भारत भाग्य विधाता' हैं। pic.twitter.com/DjOrqzLwhjरामेश्वर जी एक ज़िंदादिल इंसान हैं!
— Rahul Gandhi (@RahulGandhi) August 14, 2023
उनमें करोड़ों भारतीयों के सहज स्वभाव की झलक दिखती है।
विपरीत परिस्थितियों में भी मुस्कुराते हुए मज़बूती से आगे बढ़ने वाले ही सही मायने में 'भारत भाग्य विधाता' हैं। pic.twitter.com/DjOrqzLwhj
ପରିବା ବିକାଳିଙ୍କ ସହ ମଧ୍ୟାହ୍ନ ଭୋଜନ ସମୟର ଫଟୋ ସେୟାର କରି କଂଗ୍ରେସ ନେତା ରାହୁଲ କହିଛନ୍ତି, "ରାମେଶ୍ବର ଜଣେ ଖୋଲା ହୃଦୟର ବ୍ୟକ୍ତି । ତାଙ୍କ ଠାରେ କୋଟିକୋଟି ଭାରତୀୟଙ୍କ ଶାନ୍ତ ସ୍ବଭାବର ଝଲକ ଦେଖିବାକୁ ମିଳୁଛି । ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ହସିହସି ଆଗକୁ ବଢୁଥିବା ଲୋକମାନେ ହିଁ ପ୍ରକୃତକରେ ଭାରତର ଭାଗ୍ୟ ବିଧାତା ଅଟନ୍ତି ।"
ପ୍ରକାଶ ଥାଉକି, ଗତ ଜୁଲାଇରେ ରାମେଶ୍ବରଙ୍କ ଏକ ସାକ୍ଷାତକାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିରେ ସେ ଦରଦାମ୍ ବୃଦ୍ଧିକୁ ନେଇ ଅସହାୟତା ପ୍ରକାଶ କରିଥିଲେ । ଟମାଟୋ ଦର ଅହେତୁକ ବୃଦ୍ଧି ଯୋଗୁଁ ସେ ଏହାକୁ କିଣି ବ୍ୟବସାୟ କରିପାରୁ ନାହାନ୍ତି । ଅନ୍ୟ ପରିବା କିଣିବାକୁ ବି ତାଙ୍କ ପାଖରେ ପଇସା ନାହିଁ ବୋଲି ରାମେଶ୍ବର କହିଥିଲେ । ଏ କଥା କହିବା ସମୟରେ ସେ କାନ୍ଦି ପକାଇଥିଲେ । ଏହାପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଚାହୁଁଛନ୍ତି ବୋଲି ପ୍ରକାଶ କରିଥିଲେ । ଏହି ଭିଡିଓ ଭାଇରାଲ ପରେ ରାହୁଲ ନିଜ ବାସଭବନରେ ପରିବା ବିକାଳି ରାମେଶ୍ବରଙ୍କୁ ଭେଟିଛନ୍ତି ।
ଏହାମଧ୍ୟ ପଢନ୍ତୁ: ବିଲରେ ଚାଷୀଙ୍କ ସହ କଥା ହେଲେ ରାହୁଲ: ହଳ କଲେ, ତଳି ବି ରୋଇଲେ
ତେବେ ଅନେକ ସମୟରେ ରାହୁଲ ସାଧାରଣ ଲୋକଙ୍କୁ ଭେଟୁଥିବାର ନଜର ଆସୁଛନ୍ତି । କେତେବେଳେ ଟ୍ରକ୍ ଚଳାଉଛନ୍ତି ତ ଆଉ କେତେବେଳେ କୃଷକଙ୍କ ସହ ବିଲରେ ତଳି ରୋଇବାର ଦୃଶ୍ୟ ସାମ୍ନାକୁ ଆସୁଛି । କିଛି ଦିନ ତଳେ ସେ ଦିଲ୍ଲୀରୁ ଶିମଲା ଅଭିମୁଖେ ଯାଉଥିବା ସମୟରେ ବାଟରେ ହରିୟାଣାର ସୋନିପାତ ଅଞ୍ଚଳରେ କୃଷକଙ୍କୁ ଭେଟିଥିଲେ ଓ ତଳି ରୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ