ETV Bharat / bharat

Morbi Tragedy: ନିର୍ମାଣକାରୀ କମ୍ପାନୀ ମାଲିକ ବିରୁଦ୍ଧରେ ଆରେଷ୍ଟ୍‌ ୱାରେଣ୍ଟ୍‌ ଜାରି

author img

By

Published : Jan 23, 2023, 5:56 PM IST

ଗୁଜରାଟ ମୋର୍‌ବି ଝୁଲା ପୋଲ ମାମଲା । 3 ମାସ ପରେ ଆରେଷ୍ଟ ୱାରେଣ୍ଟ ଜାରି ମୋର୍‌ବି ଝୁଲାପୋଲ ନିର୍ମାଣକାରୀ କମ୍ପାନୀ ବିରୁଦ୍ଧରେ ଆରେଷ୍ଟ ୱାରେଣ୍ଟ ଜାରି । ଅଧିକ ପଢ଼ନ୍ତୁ

ମୋରବି ଝୁଲା ପୋଲ ଟ୍ରଜେଡ଼ି ମାମଲା
ମୋରବି ଝୁଲା ପୋଲ ଟ୍ରଜେଡ଼ି ମାମଲା

ଗାନ୍ଧୀନଗର: ମୋରବି ଝୁଲା ପୋଲ ଟ୍ରଜେଡି ମାମଲା । ଗୁଜରାଟ ମୋର୍‌ବି ଝୁଲାପୋଲ ଦୁର୍ଘଟଣାରେ 3 ମାସ ପରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି । ଓରେଭା ପ୍ରମୋଟର ଏବଂ ଅଜନ୍ତା ନିର୍ମାଣକାରୀ ନିର୍ଦ୍ଦେଶକ ଜୟଶୁଖ ପଟେଲଙ୍କ ବିରୁଦ୍ଧରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି । ଝୁଲାପୋଲ ଟ୍ରାଜେଡି ମୋଟ୍ ୧୩୫ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଶନିବାର ଓରେଭା ସମୂହର ଏମଡିଙ୍କ ଦ୍ବାରା ଦାଖଲ ହୋଇଥିବା ଆଗୁଆ ଜାମିନ ଆବେଦନକୁ କୋର୍ଟ ଖାରଜ କରିଛନ୍ତି ।

କାନ୍ଥ ଘଣ୍ଟା ତିଆରି ପାଇଁ ଜଣାଶୁଣା ଅଜନ୍ତା ବ୍ରାଣ୍ଡ ଏକ ଗ୍ରୁପ୍ ହେଉଛି ଓରେଭା । ଓରେଭା ଗ୍ରୁପକୁ ମଚ୍ଛୁ ନଦୀ ଉପରେ 100 ବର୍ଷ ପୁରୁଣା ବ୍ରିଜର ନବୀକରଣ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ଚୁକ୍ତିନାମା ପ୍ରଦାନ କରାଯାଇଥିଲା । ଓରେଭା କମ୍ପାନୀ ଦ୍ବାରା ମରାମତି କରାଯିବା ପରେ ଏହା ଲୋକଙ୍କ ପାଇଁ ଖୋଲିବାର ଚାରି ଦିନ ପରେ 30 ଅକ୍ଟୋବରରେ ଏହା ଭୁଶୁଡି ପଡିଲା ।

ଗୁଜୁରାଟରେ ବିଜେପି ସରକାର ମଧ୍ୟ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଭାବଶାଳୀ ଶିଳ୍ପପତିଙ୍କୁ ରକ୍ଷା କରୁଥିବା ଅଭିଯୋଗର ସମ୍ମୁଖୀନ ହୋଇଥିଲେ । ଏହାପରେ ସରକାର ଏକ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀକୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣାକୁ ନେଇ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (FSL) ରିପୋର୍ଟରୁ ପ୍ରକାଶ କରିଛି । ରିପୋର୍ଟରୁ ଜଣାପଡିଛି, ନିର୍ମାଣରେ ବ୍ୟବହାର ହୋଇଥିବା ଉପକରଣକୁ କମ୍ପାନୀ କୌଣସି ଏକ୍ସର୍ପଟ ଏଜେନ୍ସି ନିଯୁକ୍ତ ଦ୍ବାରା ପରୀକ୍ଷା କରାଯାଇ ନାହିଁ ।

ଅକ୍ଟୋବର ୩୦ ତାରିଖରେ ଗୁଜରାଟର ମଚ୍ଛୁ ନଦୀରେ ଥିବା ଝୁଲା ପୋଲ ଛିଡ଼ି ଯିବାରୁ ୧୩୬ଜଣ ପ୍ରାଣ ହରାଇଛନ୍ତି । ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି । ବ୍ରିଜ୍ ନିର୍ମାଣ ଓ ପରିଚାଳନା ଦାୟିତ୍ବ ଓରେଭା ସମୂହ ହାତରେ ନ୍ୟସ୍ତ ଥିବାରୁ ଏହି ଭୟଙ୍କର ଦୁର୍ଘଟଣା ପାଇଁ କମ୍ପାନୀକୁ ଦାୟୀ କରିଛନ୍ତି କୋର୍ଟ । ଏହାସହିତ ଓରେଭା ପ୍ରମୋଟରଙ୍କୁ ଗିରଫ କରିବା ପାଇଁ ଆରେଷ୍ଟ ଓ୍ବାରେଣ୍ଟ ଜାରି କରିଛନ୍ତି ।

ଅନ୍ୟପଟେ ଓରେଭା ଏମଡିଙ୍କ ଦ୍ବାରା ଆଗୁଆ ଜାମିନ୍ ଆବେଦନ ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି ଜିଲ୍ଲା କୋର୍ଟ । ଆସନ୍ତା ଫେବ୍ରୁଆରୀ ୧ ତାରିଖରେ ଏହାର ଶୁଣାଣି ହେବ । ସରକାରୀ ଓକିଲ ଅନୁପସ୍ଥିତ ରହିଥିବାରୁ ଶୁଣାଣିରେ ବିଳମ୍ବ ହୋଇଛି । ଅନ୍ୟପଟେ ରାଜ୍ୟ ସରକାର ଦୁର୍ଘଟଣାକୁ ନେଇ ସ୍ଥାନୀୟ ନଗରନିଗମକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ସେହିପରି ରାଜ୍ୟ ସହାରୀ ବିକାଶ ବିଭାଗ ମଧ୍ୟ ନୋଟିସ୍ ଜାରି କରି ମୋରବି ନଗରନିଗମକୁ ୨୫ ଜାନୁଆରୀ ସୁଦ୍ଧା ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.