ETV Bharat / bharat

Ramdev's salwar Remark: କ୍ଷମା ମାଗିଲେ ଯୋଗଗୁରୁ, କହିଲେ I'm sorry, but..

author img

By

Published : Nov 28, 2022, 12:53 PM IST

ମହାରାଷ୍ଟ୍ର ମହିଳା କମିଶନର ନୋଟିସ୍‌ ପରେ କ୍ଷମା ମାଗିଲେ ବାବା ରାମ ଦେବ । ଯଦି ମୋର ମନ୍ତବ୍ୟ ମହିଳା ମାନଙ୍କୁ ଆଘାତ ଦେଇଛି ମୁଁ କ୍ଷମା ମାଗୁଛି ବୋଲି କହିଲେ ଯୋଗ ଗୁରୁ ବାବା ରାମଦେବ । ଅଧିକ ପଢନ୍ତୁ

କ୍ଷମା ମାଗିଲେ ବାବା ରାମଦେବ
କ୍ଷମା ମାଗିଲେ ବାବା ରାମଦେବ

ମୁମ୍ବାଇ: ମହିଳାଙ୍କ ଉପରେ ବିବାଦୀୟ ବୟାନ ଦେଇ ଅଡୁଆରେ ଯୋଗ ଗୁରୁ ବାବା ରାମଦେବ । ମହାରାଷ୍ଟ୍ର ମହିଳା କମିଶନର ନୋଟିସ୍‌ ପରେ କ୍ଷମା ମାଗିଲେ ବାବା ରାମଦେବ । ‘‘ମୁଁ ଅପରାଧ କରି ନାହିଁ, ଯଦି ମୋର ମନ୍ତବ୍ୟ ମହିଳାଙ୍କୁ ଆଘାତ ଦେଇଛି କିମ୍ବା ଅପମାନିତ କରିଛି ତେବେ ମୁଁ କ୍ଷମା ମାଗୁଛି ବୋଲି କ୍ଷମା ପତ୍ରରେ ଲେଖିଛନ୍ତି ରାମଦେବ । ଯୋଗ ଗୁରୁଙ୍କ ଦ୍ୱାରା ପଠାଯାଇଥିବା ହିନ୍ଦୀ କ୍ଷମା ପ୍ରାର୍ଥନା ପତ୍ରକୁ ମହିଳା କମିଶନର ଅଧ୍ୟକ୍ଷା ରୁପାଲି ଚକନକର ଟ୍ବିଟରରେ ସେୟାର କରିଛନ୍ତି ।

  • बाबा रामदेव उर्फ राम किसन यादव यांनी ठाणे येथील एका सार्वजानिक कार्यक्रमात महिलांसंबंधी अत्यंत खालच्या पातळीवर जाऊन विधान केले होते. या वक्तव्याची राज्य महिला आयोगाने गंभीर दखल घेत बाबा रामदेव उर्फ राम किसन यादव यांना याबाबतीत आपला खुलासा दोन दिवसाच्या आत सादर करण्यासाठी नोटिस१/२ pic.twitter.com/umI27luSK7

    — Rupali Chakankar (@ChakankarSpeaks) November 28, 2022 " class="align-text-top noRightClick twitterSection" data=" ">

ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ଥାନେରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ରାମଦେବ ଅଂଶଗ୍ରହଣ କରିଥିବା ମହିଳାଙ୍କ ଶାଢୀ ପିନ୍ଧିବା ସମ୍ପର୍କରେ ବିବାଦୀୟ ଟିପ୍ପଣୀ ଦେଇଥିଲେ । ରାମଦେବ କହିଥିଲେ, ‘‘ଆଜି କାର୍ଯ୍ୟକ୍ରମରେ ବ୍ୟସ୍ତତା ମଧ୍ୟରେ କିଛି ମହିଳାଙ୍କୁ ଶାଢୀ ପିନ୍ଧିବାର ଅବସର ମିଳିନି । ସେମାନେ ଘରେ ଯାଇ ଶାଢୀ ପିନ୍ଧି ପାରିବେ । ଆପଣମାନେ ଶାଢୀରେ ଭଲ ଲାଗନ୍ତି, ସାଲଓ୍ବାରରେ ମଧ୍ୟ ଭଲ ଲାଗନ୍ତି । ଯଦି କିଛି ନପିନ୍ଧନ୍ତି ତେବେ ଆହୁରି ମଧ୍ୟ ଭଲ ଲାଗିବେ’’ ବୋଲି କହିଥିଲେ ।

ଏହା ମଧ୍ୟ ପଢନ୍ତୁ-2 ବର୍ଷର ଝିଅକୁ ଖୁଆଇବାକୁ ପାଖରେ ଅର୍ଥ ନଥିଲା, ମାରିଦେଲା ଇଞ୍ଜିନିୟର ବାପା

ଏହି କାର୍ଯ୍ୟକ୍ରମ ମଞ୍ଚରେ ରାମଦେବଙ୍କ ସହ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡନାଭିସ ମଧ୍ୟ ଉପସ୍ଥିତ ଥିଲେ । ରାମଦେବଙ୍କ ଏପରି ଟିପ୍ପଣୀ ପରେ ବିବାଦ ଦେଖିବାକୁ ମିଳିଥିଲା । ଅଭିଯୋଗ ରାଜ୍ୟ ମହିଳା କମିଶନଙ୍କ ନିକଟରେ ପହଞ୍ଚିଥିଲା । ଏହି ମାମଲାରେ ମହିଳା କମିଶନ ୨ଦିନ ମଧ୍ୟରେ ସ୍ପଷ୍ଟୀକରଣ ରଖିବାକୁ ନୋଟିସ ଜାରି କରି ନିର୍ଦ୍ଦେଶ ଦେଇଥିଲେ । ନୋଟିସ ଜାରି କରିବାର ଦିନକ ପରେ ଯୋଗ ଗୁରୁ ବାବା ରାମଦେବ କ୍ଷମା ପ୍ରର୍ଥନା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.